Jhunjhunu: PM Narendra Modi launches expansion of Beti Bachao, Beti Padhao movement and National nutrition Mission
PM Narendra Modi strongly pitches for treating daughters and sons as equal
Daughters are not burden, they are our pride: PM Narendra Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜସ୍ଥାନର ଝୁନଝୁନୁଠାରେ ଆଜି ଜାତୀୟ ପୁଷ୍ଟିସାଧନ ମିଶନର ଶୁଭାରମ୍ଭ କରିଛନ୍ତି । ଏଥିସହିତ ସେ ସମ୍ପ୍ରସାରିତ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଭିଳାଷୀ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି । ସେ ମଧ୍ୟ କାର୍ଯ୍ୟକ୍ରମର ହିତାଧିକାରୀ ମା’ ଓ ବାଳିକାମାନଙ୍କ ସହିତ ମତ ବିନିମୟ କରିଛନ୍ତି ।

ସେ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନର ସଫଳତା ଲାଗି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ କହିଥିଲେ ଯେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ ଏବଂ ଆଉ ଏକ ଯୋଜନାର ସମ୍ପ୍ରସାରଣ ଲାଗି ରାଜସ୍ଥାନକୁ ପ୍ରଧାନମନ୍ତ୍ରୀ ଚୟନ କରିଥିବାରୁ ସେ ଆନନ୍ଦିତ । ମହିଳା ସଶକ୍ତିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ରାଜସ୍ଥାନ ସବୁବେଳେ ସମର୍ଥନ ଯୋଗାଇଦେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ବିପୁଳ ସଂଖ୍ୟାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ପ୍ରଯୁକ୍ତି କୌଶଳ ଜରିଆରେ ସାରା ଦେଶ ଆଜି ଝୁନଝୁନୁ ସହିତ ଯୋଡ଼ି ହୋଇଯାଇଛି । ସେ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନ ତ୍ୱରାନ୍ୱିତ କରିବା ଲାଗି ଝୁନଝୁନୁ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା କାର୍ଯ୍ୟଗୁଡ଼ିକର ପ୍ରଶଂସା କରିଥିଲେ । ଲିଙ୍ଗଗତ ଭେଦଭାବକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ ।

ପୁଅମାନଙ୍କ ଭଳି ଝିଅମାନେ ମଧ୍ୟ ଉନ୍ନତମାନର ଶିକ୍ଷା ଲାଭ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଝିଅମାନେ ବୋଝ ନୁହନ୍ତି ବୋଲି ସେ ଜୋର ଦେଇ କହିବା ସହ ବାଳିକାମାନେ ଦେଶପାଇଁ ଗୌରବ ଆଣିବା ସହିତ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ମିଶନ ଇନ୍ଦ୍ରଧନୁଷ ମହିଳା ଓ ଶିଶୁମାନଙ୍କ ଜୀବନରେ ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି ।

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
‘Make in India’ is working, says DP World Chairman

Media Coverage

‘Make in India’ is working, says DP World Chairman
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”