QuoteWe launched Digital India with a very simple focus- to ensure more people can benefit from technology, especially in rural areas: PM
QuoteWe ensured that the advantages of technology are not restricted to a select few but are there for all sections of society. We strengthened network of CSCs: PM
QuoteThe Digital India initiative is creating a group of village level entrepreneurs, says PM Modi
QuoteThe movement towards more digital payments is linked to eliminating middlemen: PM Modi
QuoteDue to ‘Make in India’, we see a boost to manufacturing and this has given youngsters an opportunity to work in several sectors: PM Modi
QuoteAlong with digital empowerment, we also want technology to boost creativity: PM

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ ଜରିଆରେ ସାରା ଦେଶରେ ଥିବା ବିଭିନ୍ନ ଡିଜିଟାଲ ଇଣ୍ଡିଆ ଅଭିଯାନ ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । ଭିଡିଓ ବ୍ରିଜ ଜରିଆରେ ଜନସେବା କେନ୍ଦ୍ର, ଏନଆଇସି କେନ୍ଦ୍ର, ଜାତୀୟ ନଲେଜ ନେଟୱାର୍କ, ବିପିଓ, ମୋବାଇଲ ଉତ୍ପାଦକ ୟୁନିଟ ଏବଂ ମାଇଗଭ ସ୍ୱେଚ୍ଛାସେବୀ ଆଦିର 50 ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ ବ୍ରିଜ ଜରିଆରେ ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ବାର୍ତ୍ତାଳାପ ।
ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା କାଳରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜର ସବୁବର୍ଗର ଲୋକ, ବିଶେଷ କରି ଗ୍ରାମାଂଚଳର ଲୋକମାନଙ୍କର ଡିଜିଟାଲ ସଶକ୍ତିକରଣ ସୁନିଶ୍ଚିତ କରିବା ଲାଗି ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା । ସେ ଉଲ୍ଲେଖ କରିଥିଲେ ଯେ ଏହାକୁ ବାସ୍ତବ ରୂପ ଦେବା ଲାଗି ସରକାର ଏକ ସାମଗ୍ରିକ ନୀତି ଆଧାରରେ କାର୍ଯ୍ୟ କରିଥିଲେ । ଗାଁମାନଙ୍କୁ ଫାଇଭର ଅପ୍ଟିକ ଦ୍ୱାରା ଯୋଡ଼ିବା, ନାଗରିକମାନଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ, ମୋବାଇଲ ଜରିଆରେ ସେବା ଯୋଗାଇଦେବା ଏବଂ ଇଲେକଟ୍ରୋନିକ୍ସ ବିନିର୍ମାଣ/ଉତ୍ପାଦନକୁ ପ୍ରୋତ୍ସାହନ ପାଇଁ ପ୍ରୟାସ କରାଗଲା ।
ପ୍ରଯୁକ୍ତି ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଯୁକ୍ତି ଜନସାଧାରଣଙ୍କ ଜୀବନକୁ ସହଜ କରିଛି ଏବଂ ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ପ୍ରଯୁକ୍ତିର ଲାଭ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପ୍ରୟାସ ରହିଛି । ଭୀମ ଆପ ସମେତ ଅନଲାଇନ ବିଲ ପୈଠ, ଅନଲାଇନ ରେଳ ଟିକେଟ ବୁକିଂ ଏବଂ ବ୍ୟାଙ୍କ ଏକାଉଂଟକୁ ବୃତ୍ତି ଓ ପେନସନର ଇଲେକ୍ଟ୍ରୋନିକ ହସ୍ତାନ୍ତର ଦ୍ୱାରା  ସାଧାରଣ ଜନତାଙ୍କ ବୋଝ ହ୍ରାସ ପାଇଥିବା ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିଲେ ।

ଜନ ସେବା କେନ୍ଦ୍ର (ସିଏସସି)ର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଏସସି(Common Service Centre)ଗୁଡ଼ିକ ଗ୍ରାମୀଣ ଭାରତରେ ଡିଜିଟାଲ ସେବା ଯୋଗାଇ ଆସୁଛନ୍ତି । ସିଏସସିଗୁଡ଼ିକ ସଫଳତାପୂର୍ବକ ଗ୍ରାମ୍ୟସ୍ତରର ଉଦ୍ୟୋଗୀ (ଭିଏଲଇ)ମାନଙ୍କୁ ବିକଶିତ କରିଛି ଏବଂ 10 ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ଗ୍ରାମୀଣ ଭାରତରେ 2.92 ଲକ୍ଷ ସିଏସସି ରହିଛି ଏବଂ ଏଗୁଡ଼ିକ 2.15 ଲକ୍ଷ ଗ୍ରାମ ପଞ୍ଚାୟତରେ ସରକାରୀ ଏବଂ ଅନ୍ୟାନ୍ୟ ସେବା ଯୋଗାଇ ଆସୁଛନ୍ତି ।
ଏହି ଆଲୋଚନା କାଳରେ, ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଡିଜିଟାଲ ପୈଠ ପ୍ରତି ବିଶେଷ ଗୁରୁତ୍ୱାରୋପ କରାଯାଉଥିବା କାରଣରୁ ମଧ୍ୟସ୍ଥତାର ଉଚ୍ଛେଦ ହୋଇପାରିଛି । ଗତ ଚାରି ବର୍ଷ ମଧ୍ୟରେ ଡିଜିଟାଲ ପରିଶୋଧ ପରିମାଣ ବୃଦ୍ଧି ପାଇଛି, ଯାହା ଭାରତୀୟ ଅର୍ଥବ୍ୟବସ୍ଥାକୁ ଡିଜିଟାଲ ଏବଂ ପାରଦର୍ଶୀ କରିଛି ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ (ପିଏମଜିଦୀଶା) ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା 1.25 କୋଟି ଲୋକମାନଙ୍କୁ ଡିଜିଟାଲ ଦକ୍ଷତା ଏବଂ ତାମିଲ ଯୋଗାଇ ଦେଇଛି । ଏମାନଙ୍କ ମଧ୍ୟରୁ 70% ପ୍ରାର୍ଥୀ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସି ସମୁଦାୟର  । ଏବେ 20 ଘଣ୍ଟାର ପ୍ରାରମ୍ଭିକ କମ୍ପ୍ୟୁଟର ତାଲିମ ଜରିଆରେ ଏହି ଯୋଜନାରେ 6 କୋଟି ଲୋକଙ୍କୁ ଦକ୍ଷତା ଏବଂ ପ୍ରାରମ୍ଭିକ ତାଲିମ ପ୍ରଦାନର ଲକ୍ଷ୍ୟ ରଖାଯାଇଛି ।
ଡିଜିଟାଲ ଇଣ୍ଡିଆ ବିପିଓ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ପୂର୍ବରୁ ବିପିଓ କ୍ଷେତ୍ର କେବଳ ବଡ଼ ବଡ ସହର ମଧ୍ୟରେ ସୀମିତ ଥିଲା । ବର୍ତ୍ତମାନ ଏହା ଛୋଟ ସହର ଏବଂ ଗ୍ରାମକୁ ସମ୍ପ୍ରସାରିତ ହେବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ଭାରତ ବିପିଓ ପ୍ରୋତ୍ସାହନ ଯୋଜନା ଏବଂ ଏବଂ ଉତ୍ତରପୂର୍ବ ଅଞ୍ଚଳ ପାଇଁ ଭିନ୍ନ ବିପିଓ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଛି । ଡିଜିଟାଲ ଇଣ୍ଡିଆ ଅଧୀନରେ ଆରମ୍ଭ କରାଯାଇଥିବା ଏହି ଯୋଜନା ଉତ୍ତରପୂର୍ବ ଏବଂ ଗ୍ରାମାଂଚଳରେ 2 ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଭାରତସାରା ବିପିଓ ୟୁନିଟ ଖୋଲାଯିବା ଯୋଗୁ ଗାଁ’ର ଶିକ୍ଷିତ ଯୁବକମାନେ ଏବେ ନିଜ ଘର ପାଖରେ ଚାକିରି ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ବିଭିନ୍ନ ବୈଦ୍ୟୁତିକ ଉତ୍ପାଦନ ୟୁନିଟର କର୍ମଚାରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 4 ବର୍ଷ ମଧ୍ୟରେ ବୈଦ୍ୟୁତିକ ହାର୍ଡୱେର ଉତ୍ପାଦନରେ ଭାରତ ବ୍ୟାପକ ଅଗ୍ରଗତି କରିଛି । ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଇଲେକ୍ଟ୍ରୋନିକ ବିନିର୍ମାଣ କ୍ଲଷ୍ଟର (ଇଏମସି) ଆରମ୍ଭ କରିଛନ୍ତି । ଏହା ଜରିଆରେ 15ଟି ରାଜ୍ୟରେ 23ଟି ଇଏମସି ଖୋଲାଯିବ । ଏହି ଯୋଜନା ପାଖାପାଖି 6 ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ 2014ରେ ଭାରତରେ ମାତ୍ର 2ଟି ମୋବାଇଲ ଉତ୍ପାଦନ କାରଖାନା ରହିଥିଲା ବେଳେ ଏବେ 120ଟି ମୋବାଇଲ ଉତ୍ପାଦନ କାରଖାନା କାର୍ଯ୍ୟକ୍ଷମ ହୋଇପାରିଛି । ଏହି କାରଖାନାଗୁଡ଼ିକ 4.5 ଲକ୍ଷ ନାଗରିକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରିପାରିଛି ।
ଦୃଢ଼ ଡିଜିଟାଲ ଇଣ୍ଡିଆ ନିର୍ମାଣରେ ଜାତୀୟ ଜ୍ଞାନ ନେଟୱାର୍କ (ଏନକେଏନ)ର ଗୁରୁତ୍ୱ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର 1700 ବୃହତ ଗବେଷଣା ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଏନକେଏନ ସହ ଯୋଡ଼ିହୋଇଛନ୍ତି । ଏହାଦ୍ୱାରା 5 କୋଟି ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ ଏବଂ ସରକାରୀ ଅଧିକାରୀଙ୍କୁ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ମିଳିପାରିଛି ।
ପ୍ରଧାନମନ୍ତ୍ରୀ ମଧ୍ୟ ମାଇ ଗଭ ପ୍ଲାଟଫର୍ମର ସ୍ୱେଚ୍ଛାସେବୀମାନଙ୍କ ସହିତ ଆଲୋଚନା କରିଥିଲେ । ସରକାର ଗଠନ ହେବାର 2 ମାସ ମଧ୍ୟରେ ଏହି ନାଗରିକ ଅନ୍ତର୍ଭୂକ୍ତିକରଣ ପ୍ଲାଟଫର୍ମ ଗଠନ କରାଯାଇଥିଲା । ବର୍ତ୍ତମାନସୁଦ୍ଧା ଏହି ପ୍ଲାଟଫର୍ମ ଜରିଆରେ 60 ଲକ୍ଷ ସ୍ୱେଚ୍ଛାସେବୀ ଯୋଡ଼ି ହୋଇସାରିଲେଣି । ସେମାନେ ଗୁରୁତ୍ୱପୂର୍ଣ୍ଣ ଉପାୟ, ପରାମର୍ଶ ପ୍ରଦାନ କରୁଛନ୍ତି ଏବଂ ସ୍ୱେଚ୍ଛାକୃତ କାର୍ଯ୍ୟ କରୁଛନ୍ତି ତଥା ନୂତନ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଇଣ୍ଡିଆ ଜରିଆରେ ଫୋର-ଇ (4-E)- ଏଜୁକେସନ (ଶିକ୍ଷା), ଏମ୍ପ୍ଲଏମେଣ୍ଟ (ନିଯୁକ୍ତି), ଏଣ୍ଟରପ୍ରେନ୍ୟୁରସିପ (ଉଦ୍ୟମୀତା) ଏବଂ ଏମ୍ପାୱାରମେଣ୍ଟ (ସଶକ୍ତିକରଣ) ହାସଲ ହୋଇପାରିଛି ।
ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ସମୟରେ ବିଭିନ୍ନ ଡିଜିଟାଲ ଇଣ୍ଡିଆ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନର ରାସ୍ତା ବଦଳାଇବାରେ ଏହି ଯୋଜନା କିପରି ସହାୟକ ହୋଇପାରିଛି ତାହା ବର୍ଣ୍ଣନା କରିଥିଲେ । ଜନ ସେବା କେନ୍ଦ୍ରଗୁଡିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିଭିନ୍ନ ସେବା ଯୋଗାଇ ଦେବା ଫଳରେ ଜୀବନଧାରଣ ସହଜ ହୋଇଛି ବୋଲି ହିତାଧିକାରୀମାନେ ମତବ୍ୟକ୍ତ କରିଥିଲେ । 

 

 

 

 

 

 

 

 

 

 

 

 

 

 

 

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Using tech to empower women and children

Media Coverage

Using tech to empower women and children
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 2, 2025
July 02, 2025

Appreciation for PM Modi’s Leadership Leading Innovation and Self-Reliance