ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ସୌରାଷ୍ଟ୍ର ପଟେଲ ସାଂସ୍କୃତିକ ସମାଜର ଅନ୍ତର୍ଜାତୀୟ ସମ୍ମେଳନକୁ ସମ୍ବୋଧିତ କରିଥିଲେ । ଚଳିତ ବର୍ଷ ଆମେରିକାର କାଲିଫର୍ଣ୍ଣିଆଠାରେ ସୌରାଷ୍ଟ୍ର ପଟେଲ ସାଂସ୍କୃତିକ ସମାଜର ଅନ୍ତର୍ଜାତୀୟ ସମ୍ମେଳନ ଆୟୋଜନ କରାଯାଉଛି ।

ପ୍ରବାସୀ ଭାରତୀୟ, ବିଶେଷ କରି ସୌରାଷ୍ଟ୍ର ପଟେଲ ସମୁଦାୟର ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରବାସୀ ଭାରତୀୟମାନେ ସବୁବେଳେ ଭାରତକୁ ଗର୍ବିତ କରିଆସିଛନ୍ତି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ପ୍ରୟାସ ବିଭିନ୍ନ ସ୍ଥାନରେ ଭାରତୀୟ ପାସପୋର୍ଟକୁ ସମ୍ମାନ ପ୍ରଦାନ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ସରକାରଙ୍କ ବିଭିନ୍ନ ଯୋଜନା ଯେପରିକି ସ୍ୱଚ୍ଛ ଭାରତ ଦେଶରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇଛି । ପ୍ରତ୍ୟେକ ପ୍ରବାସୀ ଭାରତୀୟ ହାରାହାରି 5ଟି ବିଦେଶୀ ପରିବାରକୁ ପ୍ରତି ବର୍ଷ ଭାରତଦର୍ଶନ ନିମନ୍ତେ ଭାରତ ଆସିବା ଲାଗି ପ୍ରଭାବିତ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ କରିଥିଲେ । ଏହା ଏକ ଭାରତ, ଶ୍ରେଷ୍ଠ ଭାରତ ଉଦ୍ଦେଶ୍ୟକୁ ସାଧିତ କରିପାରିବ ଏବଂ ଏହା ଭାରତରେ ପର୍ଯ୍ୟଟନ ବିକାଶକୁ ବ୍ୟାପକ ପ୍ରୋତ୍ସାହନ ଯୋଗାଇଦେବ । ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ – ସ୍ୱଚ୍ଛ ଭାରତର ସଫଳତା ପାଇଁ କିପରି ପ୍ରବାସୀ ଭାରତୀୟମାନେ ଯୋଗଦାନ କରିପାରିବେ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଅକ୍ଟୋବର 2 ତାରିଖଠାରୁ ଆରମ୍ଭ ହେଉଥିବା ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀ ସମାରୋହକୁ ଭାରତ ପାଳନ କରିବ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଏକ ବିଶାଳ ମୂର୍ତ୍ତି ନର୍ମଦା ନଦୀ ଉପରେ ନିର୍ମାଣ କରାଯାଉଛି ।  ଏହା 31 ଅକ୍ଟୋବର 2018ରେ ସମ୍ପୂର୍ଣ୍ଣ ହେବ । ଥରେ ଏହି ମୂର୍ତ୍ତି ସମ୍ପୂର୍ଣ୍ଣ ହେବା ପରେ ଏହି ଏକତାର ପ୍ରତିମୂର୍ତ୍ତି ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି ହୋଇପାରିବ ।

ଉପସ୍ଥିତ ଲୋକମାନଙ୍କୁ ନରେନ୍ଦ୍ର ମୋଦୀ କହିଥିଲେ ଯେ ସାରା ବିଶ୍ୱରେ ଭାରତ ବର୍ତ୍ତମାନ ଉଜ୍ଜ୍ୱଳ ତାରକା ଭାବେ ପ୍ରତୀୟମାନ ହେଉଛି । ସେ ଉଲ୍ଲେଖ କରିଥିଲେ ଯେ ଆଜି ଭାରତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱଚ୍ଛ, ପାରଦର୍ଶୀ ପ୍ରଶାସନ ସହାୟତାରେ ଆଗେଇ ଯାଉଛି । ଜିଏସଟି ଏବଂ ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ଯୋଗୁ ଲୋକମାନେ ସଚ୍ଚୋଟତାର ସହ ବ୍ୟବସାୟ କରୁଛନ୍ତି । ଫଳରେ ଭାରତ ଗତ 4 ବର୍ଷ ମଧ୍ୟରେ ବ୍ୟବସାୟିକ ସୁଗମତା ମାନ୍ୟତାରେ 42ଟି ସ୍ଥାନ ଉପରକୁ ଉଠିଛି ।

ନୂତନ ଭାରତର ସ୍ୱପ୍ନ ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ସମୁଦାୟମାନଙ୍କୁ ଆହ୍ୱାନ କରିଥିଲେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Mutual fund industry on a high, asset surges Rs 17 trillion in 2024

Media Coverage

Mutual fund industry on a high, asset surges Rs 17 trillion in 2024
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 25, 2024
December 25, 2024

PM Modi’s Governance Reimagined Towards Viksit Bharat: From Digital to Healthcare