ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ରାଜକୋଟଠାରେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟକୁଉଦଘାଟନ କରିଥିଲେ । ଏହି ସଂଗ୍ରହାଳୟ ଆଲଫ୍ରେଡ ଉଚ୍ଚ ବିଦ୍ୟାଳୟଠାରେ ପ୍ରତିଷ୍ଠା କରାଯାଇଛି ଯାହା ମହାତ୍ମାଗାନ୍ଧୀଙ୍କର ଗଠନାତ୍ମକ ବର୍ଷଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ଏହା ଗାନ୍ଧୀଜୀଙ୍କର ସଂସ୍କାର,ମୂଲ୍ୟବୋଧ ଏବଂ ଦର୍ଶନ ଉପରେ ସଚେତନତା ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ 624ଟି ସାର୍ବଜନୀନ ଆବାସ ପ୍ରକଳ୍ପ ଉଦଘାଟନ ସ୍ୱରୂପ ଏକ ପ୍ଲାନକୁ ଉନ୍ମୋଚନ କରିଥିଲେ । 240ଟି ହିତାଧିକାରୀ ପରିବାରଙ୍କର ଇ-ଗୃହ ପ୍ରବେଶ କାର୍ଯ୍ୟ ତାଙ୍କ ଉପସ୍ଥିତିରେ କରାଯାଇଥିଲା ।
ଏହି ଅବସରରେ ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କଠାରୁ ଅନେକ କିଛି ଶିଖିବାର ଅଛି । ଗୁଜରାଟ ଭୂମି ବାପୁଙ୍କ ସହିତ ଅତି ନିକଟତର ହେବାର ଆଶିର୍ବାଦ ପ୍ରାପ୍ତ କରିପାରିଥିଲା ।

ପରିବେଶ ପ୍ରତି ବାପୁଙ୍କର ଚିନ୍ତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧୀଜୀଙ୍କ ଦ୍ୱାରା ପ୍ରେରିତ ହୋଇ ଆମେ ଆଗାମୀ କାଲିକୁ ସ୍ୱଚ୍ଛ ଏବଂ ସବୁଜ କରିବା ।
ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ବାପୁ ସର୍ବଦା ଧାଡିର ସର୍ବଶେଷ ବ୍ୟକ୍ତି, ଅତି ଗରିବ ବ୍ୟକ୍ତି ଏବଂ ବଂଚିତ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ଶିକ୍ଷା ଦେଇଆସିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆଦର୍ଶରେ ପ୍ରେରିତ ହୋଇ ଆମେ ଗରିବ ଲୋକମାନଙ୍କର ସେବା କରୁଛୁ । ଆମ ପଦକ୍ଷେପ ମାଧ୍ୟମରେ ସେମାନଙ୍କ ଜୀବନକୁ ପରିବର୍ତ୍ତିତ କରିବାକୁ ଚାହୁଁଛୁ ଏବଂ ଗରିବ ଲୋକମାନଙ୍କ ପାଇଁ ଗୃହ ନିର୍ମାଣ କରିବା ପାଇଁ ମଧ୍ୟ ଚାହୁଁଛୁ ।

ସ୍ୱାଧୀନତା ପ୍ରାପ୍ତିର 70 ବର୍ଷରୁ ଉର୍ଦ୍ଧ୍ଵ ହୋଇସାରିଲାଣି କିନ୍ତୁ ବାପୁଙ୍କର ସ୍ୱଚ୍ଛ ଭାରତ ସ୍ୱପ୍ନ ଅସଂପୂର୍ଣ୍ଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆମେ ସମସ୍ତେ ମିଶି ବାପୁଙ୍କର ଏହି ସ୍ୱପ୍ନକୁ ସାକାର କରିବାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରିଥିଲେ ।

ବିଗତ 4 ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ କିନ୍ତୁ ଏହାକୁ ଆହୁରୀ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ ।






ଏହାପରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ ।
— PMO India (@PMOIndia) September 30, 2018
Gujarat is blessed that this is the land that is so closely associated with Bapu.
On 2nd October 1869, not only was a person born but also an era began: PM @narendramodi in Rajkot
Bapu was concerned about the environment.
— PMO India (@PMOIndia) September 30, 2018
Inspired by Gandhi Ji, we have to work for a cleaner and greener tomorrow: PM @narendramodi in Rajkot
It must make us all happy that a museum dedicated to Bapu is open in Rajkot: PM @narendramodi
— PMO India (@PMOIndia) September 30, 2018
Bapu always said that think of the last person in the queue, the poorest person, and serve the underprivileged.
— PMO India (@PMOIndia) September 30, 2018
Inspired by this ideal we are serving the poor. Through our initiatives we want to transform their lives. We want to build homes for the poor: PM @narendramodi
It's been over seventy years since Independence but Bapu's dream of a Swachh Bharat remains unfulfilled. Together, we have to fulfil this dream.
— PMO India (@PMOIndia) September 30, 2018
In the last four years we have covered significant ground in Swachh Bharat Mission but we must continue to do more: PM @narendramodi