ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ସହଭାଗିତାରେ ବିଶ୍ୱ ଉଦ୍ୟୋଗୀତା ଶିଖର ସମ୍ମିଳନୀ-2017ର ଆୟୋଜନ କରି ଆମକୁ ଅତ୍ୟନ୍ତ ଖୁସି ଲାଗୁଛି ।
ଦକ୍ଷିଣ ଏସିଆରେ ପ୍ରଥମଥର ପାଇଁ ଏହି ଶିଖର ସମ୍ମିଳନୀର ଆୟୋଜନ କରାଯାଇଛି । ଏହା ବିଶ୍ୱ ଉଦ୍ୟୋଗ ବାତାବରଣକୁ ଅଧିକ ସୁଗମ କରିବା ପାଇଁ ପ୍ରମୁଖ ନିବେଶକ, ଉଦ୍ୟୋଗୀ, ଶିକ୍ଷାବିତ୍, ବିଚାରକ ଓ ଅନ୍ୟ ଭାଗିଦାରଙ୍କୁ ଏକଜୁଟ କରାଇଛି ।
ଏହି ଆୟୋଜନ ଦ୍ୱାରା ନା’କେବଳ ସିଲିକନ୍ ଭେଲିର ହାଇଦ୍ରାବାଦ ସହ ସମ୍ପର୍କ ସୁଦୃଢ଼ ହେବ ବରଂ ଭାରତ ଓ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ବନ୍ଧକୁ ବି ପ୍ରଦର୍ଶିତ କରୁଛି । ଏହା ଉଦ୍ୟୋଗୀତା ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଆମର ମିଳିତ ପ୍ରତିଶ୍ରୁତିବଦ୍ଧତାକୁ ମଧ୍ୟ ରେଖାଙ୍କିତ କରୁଛି ।
ଚଳିତବର୍ଷର ଶିଖର ସମ୍ମିଳନୀ ପାଇଁ ବଛା ଯାଇଥିବା ବିଷୟ ମଧ୍ୟରେ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ବିଜ୍ଞାନ, ଡିଜିଟାଲ ଅର୍ଥବ୍ୟବସ୍ଥା ଓ ବିତ୍ତୀୟ ପ୍ରଯୁକ୍ତିବିଦ୍ୟା, ଶକ୍ତି ଓ ଭିତ୍ତିଭୂମି ଓ ମିଡିଆ ଓ ମନୋରଞ୍ଜନ ସାମିଲ ଅଛି । ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ମାନବତାର କଲ୍ୟାଣ ଓ ସମୃଦ୍ଧି ପାଇଁ ପ୍ରାସଙ୍ଗିକ ଅଟେ ।
ଚଳିତଥର ବିଶ୍ୱ ଉଦ୍ୟୋଗୀତା ସମ୍ମିଳନୀର ବିଷୟ ‘‘Woman First, Prosperity for All” ଅର୍ଥାତ୍ ‘ସମସ୍ତଙ୍କ ସମୃଦ୍ଧି ପାଇଁ ପ୍ରଥମେ ମହିଳାଙ୍କ ସମୃଦ୍ଧି’ ହିଁ ଏହି ସମ୍ମିଳନୀକୁ ପୂର୍ବ ତୁଳନାରେ ସ୍ୱତନ୍ତ୍ର କରାଇଛି । ଭାରତୀୟ ପୌରାଣିକ ମାନ୍ୟତା ଅନୁସାରେ, ମହିଳାମାନେ ଶକ୍ତିର ଅବତାର-ଶକ୍ତିର ଦେବୀ । ଆମର ବିକାଶ ପାଇଁ ମହିଳା ସଶକ୍ତିକରଣ ଅତ୍ୟନ୍ତ ଜରୁରୀ ବୋଲି ଆମେ ବିଶ୍ୱାସ କରୁ ।
ଆମର ଇତିହାସ ମହିଳାଙ୍କ ଉଲ୍ଲେଖନୀୟ ପ୍ରତିଭା ଓ ପ୍ରତିବଦ୍ଧତାର ଉଦାହରଣରେ ପରିପୂର୍ଣ୍ଣ । ପ୍ରାୟ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀ ପୂର୍ବରୁ ଜଣେ ପ୍ରାଚୀନ ଦାର୍ଶନିକ ଗାର୍ଗୀ ଜଣେ ପୁରୁଷ ସାଧୁଙ୍କୁ ଶାସ୍ତ୍ର ସ୍ଥାନ ପାଇଁ ଚାଲେଞ୍ଜ କରିଥିଲେ । ରାଣୀ ଅହଲ୍ୟାବାଇ ହୋଲକାର ଓ ରାଣୀ ଲକ୍ଷ୍ମୀବାଈଙ୍କ ଭଳି ଆମର ଯୋଦ୍ଧା ରାଣୀମାନେ ନିଜର ରାଜ୍ୟକୁ ସୁରକ୍ଷା ଦେବା ପାଇଁ ସାହାସର ସହ ଲଢ଼େଇ କରିଥିଲେ । ଆମର ସ୍ୱାଧୀନତା ସଂଘର୍ଷରେ ମଧ୍ୟ ଏଭଳି ଅନେକ ପ୍ରେରଣାଦାୟକ ଉଦାହରଣ ଭରି ରହିଛି ।
ଭାରତୀୟ ମହିଳାମାନେ ଜୀବନର ବିଭିନ୍ନ କ୍ଷେତ୍ରରେ କ୍ରମାଗତ ନେତୃତ୍ୱ କରୁଛନ୍ତି । ମଙ୍ଗଳ ଅଭିଯାନ ମିଶନ ସମେତ ଆମର ମହାକାଶ କାର୍ଯ୍ୟକ୍ରମରେ ଆମ ମହିଳା ବୈଜ୍ଞାନିକମାନଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି । କଳ୍ପନା ଚାୱଲା ଓ ସୁନୀତା ୱିଲିୟମ୍ସ ଉଭୟ ଭାରତୀୟ ବଂଶୋଦ୍ଭବ ଓ ଆମେରିକୀୟ ମହାକାଶ ଅଭିଯାନର ଅଂଶବିଶେଷ ଥିଲେ ।
ଭାରତର 4ଟି ସବୁଠୁ ପୁରୁଣା ହାଇକୋର୍ଟ ମଧ୍ୟରେ 3ଟିରେ ଏବେ ମହିଳା ବିଚାରପତି ନେତୃତ୍ୱ ନେଉଛନ୍ତି । ଆମର ମହିଳା ଖେଳାଳୀମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଭାରତ ପାଇଁ ଗୌରବ ଆଣିଥିବା ସାନିଆ ନେହୱାଲ, ପିଭି ସିନ୍ଧୁ ଓ ସାନିଆ ମିର୍ଜାଙ୍କ ଘର ଏହି ହାଇଦ୍ରାବାଦ ସହରରେ ।
ଭାରତରେ ଆମେ ମହିଳାମାନଙ୍କୁ ନା’କେବଳ ଗ୍ରାମାଂଚଳ ଓ ସହରାଂଚଳର ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାରେ ଏକ ତୃତୀୟାଂଶ ପ୍ରତିନିଧିତ୍ୱ ଦେଉଛୁ ବରଂ ତୃଣମୁଳସ୍ତରରେ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ମହିଳାଙ୍କ ଭାଗିଦାରୀକୁ ମଧ୍ୟ ସୁନିଶ୍ଚିତ କରିଛୁ ।
ଆମର କୃଷି ଓ ସହାୟକ କ୍ଷେତ୍ରରେ 60 ପ୍ରତିଶତରୁ ଅଧିକ ଶ୍ରମିକ ହେଉଛନ୍ତି ମହିଳା । ଗୁଜରାଟରେ ଆମର ଦୁଗ୍ଧ ସମବାୟ ଓ ଶ୍ରୀ ମହିଳା ଗୃହ ଉଦ୍ୟୋଗ ଲିଜ୍ଜତ ପାମ୍ପଡ଼, ମହିଳାମାନଙ୍କ ନେତୃତ୍ୱରେ ବେଶ୍ ସଫଳ ଓ ବିଶ୍ୱସ୍ତରରେ ପ୍ରଶସିଂତ ସମବାୟ ଆନ୍ଦୋଳନର ଉଦାହରଣ ।
ବନ୍ଧୁଗଣ,
ଏହି ବିଶ୍ୱ ଉଦ୍ୟୋଗ ସମ୍ମିଳନୀରେ ହିଁ 50 ପ୍ରତିଶତରୁ ଅଧିକ ପ୍ରତିନିଧି ମହିଳା ଅଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ଆପଣ ଏଭଳି ଅନେକ ମହିଳାଙ୍କୁ ଭେଟିବେ ଯେଉଁମାନେ ନିଜ ଜୀବନରେ କିଛି ଭିନ୍ନ କରି ଦେଖାଇବାର ସାହାସ କରିଛନ୍ତି । ଆଉ ଏବେ ସେମାନେ ନୂଆ ପିଢିର ମହିଳା ଉଦ୍ୟୋଗୀମାନଙ୍କୁ ପ୍ରେରଣା ଯୋଗାଉଛନ୍ତି । ମୁଁ ଆଶା କରୁଛି କି ମହିଳା ଉଦ୍ୟୋଗୀଙ୍କୁ ଭବିଷ୍ୟତରେ କିଭଳି ସହାୟତା କରାଯାଇପାରିବ ତାକୁ ବିନ୍ଦୁ କରି, ସେ ସମ୍ପର୍କରେ ଏହି ଶିଖର ସମ୍ମିଳନୀରେ ବିଚାରବିମର୍ଶ ହେବ ।
ଦେବୀ ଓ ସଜ୍ଜନମଣ୍ଡଳୀ
ଭାରତ ଯୁଗଯୁଗ ଧରି ନବସୃଜନ ଓ ଉଦ୍ୟୋଗୀତା ପାଇଁ ଏକ ଏନ୍ତୁଡିଶାଳ ରହିଛି । ପ୍ରାଚୀନ ଭାରତୀୟ ଗ୍ରନ୍ଥ ଚରକ ସଂହିତା ସମଗ୍ର ବିଶ୍ୱକୁ ଆୟୁର୍ବେଦ ଶିଖାଇଛି । ଯୋଗ ଏକ ଅନନ୍ୟ ପ୍ରାଚୀନ ଭାରତୀୟ ନବସୃଜନ । ଏବେ ପ୍ରତିବର୍ଷ ଜୁନ୍ 21ତାରିଖକୁ ଯୋଗ ଦିବସ ପାଳନ କରିବା ପାଇଁ ସାରା ବିଶ୍ୱ ଏକଜୁଟ ହେଉଛି । ଅନେକ ଉଦ୍ୟୋଗୀତା ବର୍ତ୍ତମାନ ଯୋଗ, ଆଧ୍ୟାତ୍ମିକତା ଓ ପାରମ୍ପରିକ ଆୟୁର୍ବେଦ ଉତ୍ପାଦକୁ ପ୍ରୋତ୍ସାହନ ଦେବାରେ ଲାଗିଛନ୍ତି ।
ଆଜି ଆମେ ଯେଉଁ ଡିଜିଟାଲ ଦୁନିଆଁରେ ରହୁଛେ ତାହା ବାଇନାରୀ ପଦ୍ଧତି ଉପରେ ଆଧାରିତ । ଶୂନ୍ୟର ଆବିଷ୍କାର ଭାରତରେ ଆର୍ଯ୍ୟଭଟ୍ଟଙ୍କ କାମ ସହ ଜଡ଼ିତ ହୋଇଛି ଯାହା ଏହି ବାଇନରୀ ପଦ୍ଧତିର ଆଧାର । ଏଭଳି ଭାବେ ଆଧୁନିକ ଯୁଗର ଆର୍ଥିକ ନୀତି, ଟିକସ ପ୍ରଣାଳୀ ଓ ସାର୍ବଜନୀନ ଆର୍ଥିକ ବ୍ୟବସ୍ଥାକୁ ଅତି ପ୍ରାଞ୍ଜଳ ଭାବେ ପ୍ରାଚୀନ ଗ୍ରନ୍ଥ ଅର୍ଥଶାସ୍ତ୍ରରେ କୌଟିଲ୍ୟଙ୍କ ଦ୍ୱାରା ରେଖାଙ୍କିତ କରାଯାଇଛି ।
ଧାତୁ ବିଜ୍ଞାନରେ ପ୍ରାଚୀନ ଭାରତର ବିଶେଷତ୍ୱ ପ୍ରତି ସମସ୍ତେ ପରିଚିତ । ଆମର ଅନେକ ବନ୍ଦର ଓ ଲୋଥଲ୍ ରେ ବିଶ୍ୱର ସବୁଠାରୁ ପୁରୁଣା ଡକୟାର୍ଡର ଜୀବନ୍ତ ବ୍ୟବସାୟିକ ସମ୍ବନ୍ଧର ପ୍ରମାଣ ରହିଛି । ବିଦେଶୀ ସହରଗୁଡ଼ିକର ଯାତ୍ରା କରୁଥିବା ଭାରତୀୟ ସମୁଦ୍ର ଯାତ୍ରୀଙ୍କ କାହାଣୀଗୁଡ଼ିକ ଆମର ପୂର୍ବଜଙ୍କ ଉଦ୍ୟୋଗୀତାର ଉଦ୍ଦୀପନା ଓ ସେମାନଙ୍କର ଉଦ୍ୟୋଗୀତା ଚରିତ୍ରକୁ ଦର୍ଶାଉଛି ।
ଜଣେ ଉଦ୍ୟୋଗୀଙ୍କୁ ଜାଣିବାର ପ୍ରମୁଖ ଗୁଣ କ’ଣ ?
ଜଣେ ଉଦ୍ୟୋଗୀ ନିଜର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଜ୍ଞାନ ଓ କୌଶଳର ଉପଯୋଗ କରିଥାଏ । ଉଦ୍ୟୋଗୀଙ୍କୁ ବିଷମ ଓ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁଯୋଗ ଦେଖାଯାଇଥାଏ । ସେମାନେ ଅନ୍ତିମ ଉପଯୋଗକାରୀଙ୍କ ଆବଶ୍ୟକତାକୁ ଅନୁଭବ କରିଥାନ୍ତି ଓ ପ୍ରକ୍ରିୟାକୁ ଅଧିକ ଆରାମଦାୟକ ଓ ସୁବିଧାଜନକ କରି ତାକୁ ପୂରଣ କରିବାକୁ ପ୍ରୟାସ କରିଥାନ୍ତି । ସେ ଧୈର୍ଯ୍ୟବାନ ଓ ଦୃଢନିଶ୍ଚିତ ଥାନ୍ତି । ସ୍ୱାମୀ ବିବେକାନନ୍ଦ କହିଥିଲେ କି ପ୍ରତ୍ୟେକ କାର୍ଯ୍ୟକୁ 3ଟି ପର୍ଯ୍ୟାୟ ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ – ଉପହାସ, ବିରୋଧ ଓ ତା’ପରେ ସ୍ୱୀକୃତି । ଯେଉଁ ଲୋକମାନେ ନିଜ ସମୟ ପୂର୍ବରୁ ଚିନ୍ତା କରିଥାନ୍ତି, ସେମାନଙ୍କୁ ନିଶ୍ଚିତ ଭାବେ ଭୁଲ୍ ବୁଝାଯାଇଥାଏ । ଅଧିକାଂଶ ଉଦ୍ୟୋଗୀ ଏଥିପ୍ରତି ଅବଗତ ଥିବେ ।
ମାନବତାର କଲ୍ୟାଣ ପାଇଁ ସମୟ ପୂର୍ବରୁ ଭିନ୍ନ ଶୈଳୀରେ ଚିନ୍ତା କରିବାର ଶକ୍ତି ଉଦ୍ୟୋଗୀଙ୍କଠାରେ ଭିନ୍ନ ହୋଇଥାଏ । ମୁଁ ଆଜିର ଯୁବପିଢି ମଧ୍ୟରେ ଉକ୍ତ ଶକ୍ତିକୁ ଦେଖୁଛି । ମୁଁ 800 ନିୟୁତର ଉକ୍ତ ସମ୍ଭାବ୍ୟ ଉଦ୍ୟୋଗୀଙ୍କୁ ଦେଖୁଛି ଯେଉଁମାନେ ବିଶ୍ୱକୁ ଏକ ସୁନ୍ଦର ସ୍ଥାନ କରିବା ପାଇଁ କାମ କରୁଛନ୍ତି ।
ଭାରତରେ ସ୍ମାର୍ଟଫୋନ୍ ଉପଯୋଗକାରୀଙ୍କ ସଂଖ୍ୟା 2018 ସୁଦ୍ଧା 500 ନିୟୁତରୁ ଅଧିକ ହେବାର ଆକଳନ କରାଯାଉଛି । ଏହା ଉପଲବ୍ଧତା ଓ ରୋଜଗାର ସୃଷ୍ଟି ଦୃଷ୍ଟିରୁ ଯେକୌଣସି ଉଦ୍ୟୋଗର ବିକାଶ ପାଇଁ ଅପାର ସମ୍ଭାବନା ଉପଲବ୍ଧ କରାଇଥାଏ ।
ଆମର ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଉଦ୍ୟୋଗୀତା ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା । ଏହାର ଉଦ୍ଦେଶ୍ୟ ନିୟାମକ ସଂଲଗ୍ନ ବୋଝକୁ ହ୍ରାସ ଓ ଷ୍ଟାର୍ଟଅପ୍ କୁ ସହାୟତା ଉପଲବ୍ଧ କରାଇବା । ଏହି କ୍ରମରେ 1200ରୁ ଉର୍ଦ୍ଧ୍ଵ ପୁରୁଣା ଓ ବେକାର ଆଇନକୁ ସମାପ୍ତ କରିଦିଆଯାଇଛି । 21ଟି କ୍ଷେତ୍ରରେ ଏଫଡିଆଇ(FDI)ର 87ଟି ନିୟମକୁ ସରଳ କରାଇଛି ଓ କେତେକ ସରକାରୀ ପ୍ରକିୟାକୁ ମଧ୍ୟ ଅନ୍-ଲାଇନ କରାଯାଇଛି ।
ଆମ ସରକାର ବ୍ୟବସାୟିକ ପରିବେଶରେ ସଂସ୍କାର ଓ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଫଳସ୍ୱରୂପ ବିଶ୍ୱ ବ୍ୟାଙ୍କର ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍ ରିପୋର୍ଟରେ ଭାରତର ମାନ୍ୟତା ମାତ୍ର 3ବର୍ଷ ମଧ୍ୟରେ 142ରୁ ଉନ୍ନତି ହୋଇ 100ରେ ପହଂଚିଛି ।
ଆମେ ନିର୍ମାଣ ଅନୁମତି, ଋଣ ନେବା, କ୍ଷୁଦ୍ର ନିବେଶକଙ୍କ ସ୍ୱାର୍ଥରକ୍ଷା, ଟିକସ ପୈଠ କରିବା, ଚୁକ୍ତିକୁ ଲାଗୁ କରିବା ଓ ଦେବାଳିଆର ମୁକାବିଲା କରିବା କ୍ଷେତ୍ର ଭଳି ସମସ୍ତ ସୂଚକାଙ୍କରେ ଉନ୍ନତି ଆଣିପାରିଛୁ ।
ଏହି ପ୍ରକ୍ରିୟା ଏବେ ପୂରା ହୋଇନାହିଁ । ଏହା ଏକ ଏଭଳି କ୍ଷେତ୍ର ଯେଉଁଠି ଆମେ 100ତମ ସ୍ଥାନରେ ବି ସନ୍ତୁଷ୍ଟ ନାହୁଁ । ଆମେ 50ତମ ସ୍ଥାନରେ ପହଂଚିବା ଦିଗରେ ପ୍ରୟାସ କରିବୁ ।
ଉଦ୍ୟୋଗୀଙ୍କୁ ଏକ ନିୟୁତ ଟଙ୍କା ପର୍ଯ୍ୟନ୍ତ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ଆମେ ‘ମୁଦ୍ରା’ ଯୋଜନା ଆରମ୍ଭ କରିଛୁ । 2015 ମସିହାରେ ଏହା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ 90 ନିୟୁତରୁ ଅଧିକ ଋଣ ନିମନ୍ତେ 4.28 ଟ୍ରିଲିୟନ ଟଙ୍କା ଆବଂଟିତ କରାଯାଇଛି । ଏଥିରୁ 70 ନିୟୁତରୁ ଅଧିକ ଋଣ ମହିଳା ଉଦ୍ୟୋଗୀତଙ୍କୁ ପ୍ରଦାନ କରାଯାଇଛି ।
ମୋ’ ସରକାର ‘ଅଟଳ ଇନୋଭେସନ୍ ମିଶନ’ ଆରମ୍ଭ କରିଛନ୍ତି । ଆମେ ପିଲାଙ୍କ ମଧ୍ୟରେ ନବସୃଜନ ଓ ଉଦ୍ୟୋଗୀତା ସଂସ୍କତିକୁ ପ୍ରୋତ୍ସାହିତ କରିବା ନିମନ୍ତେ 900ରୁ ଅଧିକ ସ୍କୁଲରେ ଟିଙ୍କରିଙ୍ଗ୍ ଲେବ୍ସ (Tinkering Labs) ଖୋଲୁଛୁ । ଆମର ‘ମେଣ୍ଟର ଇଣ୍ଡିଆ’ (Mentor India) କାର୍ଯ୍ୟକ୍ରମରେ ସେହି ନେତୃତ୍ୱଙ୍କୁ ସାମିଲ କରାଯାଇଛି ଯାହାଫଳରେ ଏହି ଟିଙ୍କରିଙ୍ଗ୍ ଲେବ୍ସ ମାଧ୍ୟମରେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କର ଉପଦେଷ୍ଟା ବା Mentor ହୋଇପାରିବେ । ଏହା ସହିତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଗବେଷଣା ସଂସ୍ଥାନରେ 19 ଅଙ୍କୁରଶାଳ (Incubation Centre) ଖୋଲାଯାଇଛି । ଏହା ନବଉନ୍ମେଷୀ ଷ୍ଟାର୍ଟଅପ୍ କୁ ଉପରକୁ ଉଠିବା ଓ ସ୍ଥାୟୀ କରିବା ଦିଗରେ ସମୃଦ୍ଧ କରିବ ।
ଆମେ ‘ଆଧାର’ ପ୍ରସ୍ତୁତ କରିଛୁ । ଯାହା ବାୟୋମେଟ୍ରିକ ଆଧାରିତ ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ ଡାଟାବେସ୍ । ଏବେ ଏଥିରେ 1.15 ବିଲିୟନ ଲୋକ ସାମିଲ ହୋଇଛନ୍ତି ଓ ଦୈନିକ 40 ନିୟୁତରୁ ଅଧିକ ଦେଣନେଣକୁ ଡିଜିଟାଲ ପ୍ରମାଣୀକୃତ କରାଯାଉଛି । ଏବେ ଆମେ ଆଧାରର ଉପଯୋଗ କରି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାରେ ନଗଦ ରିହାତି ଲାଭ ସିଧାସଳଖ ହିତାଧିକାରୀଙ୍କୁ ଡିଜିଟାଲ ଭାବେ ପ୍ରଦାନ କରୁଛୁ ।
ଜନ ଧନ ଯୋଜନା ଆଧାରରେ 685 ବିଲିୟନ ଟଙ୍କା ଅଥବା 10 ବିଲିୟନ ଡଲାରରୁ ଉର୍ଦ୍ଧ ଜମା ସହ ପ୍ରାୟ 300 ନିୟୁତ ବ୍ୟାଙ୍କ ଏକାଉଣ୍ଟ ଖାତା ଖୋଲାଯାଇଛି । ଏହା ମାଧ୍ୟମରେ ସମାଜର ଉକ୍ତ ବର୍ଗକୁ ଆନୁଷ୍ଠାନିକ ଭାବେ ଆର୍ଥିକ ବ୍ୟବସ୍ଥାରେ ସାମିଲ କରାଯାଇଛି ଯେଉଁମାନେ ପୂର୍ବରୁ ବ୍ୟାଙ୍କିଙ୍ଗ୍ ସେବା ପାଇବାରୁ ବଂଚିତ ଥିଲେ । ଏଥିରେ 53ପ୍ରତିଶତ ଏକାଉଣ୍ଟ ମହିଳା ଅଛନ୍ତି ।
ଆମେ କମ୍ ନଗଦ ଅର୍ଥବ୍ୟବସ୍ଥା ଆଡ଼କୁ ଯିବା ପାଇଁ କ୍ରମାଗତ କାମ କରୁଛୁ ଆଉ ଗୋଟିଏ ୟୁନିଫାଏଡ୍ ପେମେଂଟ ଇଣ୍ଟରଫେସ୍ ଆପ୍ ଆରମ୍ଭ କରିଛୁ ଯାହାକୁ ଭୀମ୍(ବିଏଚ୍ଆଇଏମ୍) ନାମ ଦିଆଯାଇଛି । ବର୍ଷକରୁ କମ୍ ସମୟ ମଧ୍ୟରେ ଏହି ପ୍ଲାଟଫର୍ମ ଦୈନିକ ପ୍ରାୟ 280ହଜାର ଦେଣନେଣ କରୁଛି ।
ସମସ୍ତ ଗାଁକୁ ବିଦ୍ୟୁତ ସହ ଯୋଡ଼ିବା ପାଇଁ ଆମର କାର୍ଯ୍ୟକ୍ରମ ପ୍ରାୟତଃ ଶେଷ ହେବା ଉପରେ । ଆମେ ସୌଭାଗ୍ୟ ଯୋଜନା ଆରମ୍ଭ କରିଛୁ । ଯାହା ଅନ୍ତର୍ଗତ 2018 ଡିସେମ୍ବର ସୁଦ୍ଧା ସମସ୍ତ ପରିବାରକୁ ବିଦ୍ୟୁତ ସଂଯୋଗ ଉପଲବ୍ଧ କରାଯିବ ।
ଆମେ 2019ମାର୍ଚ୍ଚ ସୁଦ୍ଧା ସମସ୍ତ ଗ୍ରାମାଂଚଳକୁ ହାଇସ୍ପିଡ୍ ବ୍ରୋଡବେଣ୍ଡ ଇଣ୍ଟରନେଟ୍ ଉପଲବ୍ଧ କରାଇବା ନିମନ୍ତେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।
ଆମର ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମ ଆଧାରରେ ମାତ୍ର 3ବର୍ଷ ମଧ୍ୟରେ ଆମେ ଅକ୍ଷୟ ଶକ୍ତି କ୍ଷମତାକୁ 30ହଜାର ମେଗାୱାଟରୁ ଦ୍ୱିଗୁଣ ବୃଦ୍ଧି କରି ପ୍ରାୟ 60ହଜାର ମେଗାୱାଟ କରିଦେଇଛୁ । ଗତବର୍ଷ ସୌର ଶକ୍ତିର ଉତ୍ପାଦନରେ 80 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ଆମେ ଗୋଟିଏ ରାଷ୍ଟ୍ରୀୟ ଗ୍ୟାସ ଗ୍ରୀଡ ପ୍ରସ୍ତୁତ କରିବା ଦିଗରେ କାମ କରୁଛୁ । ଆମେ ଏକ ବ୍ୟାପକ ଜାତୀୟ ଶକ୍ତି ନୀତି ମଧ୍ୟ ପ୍ରସ୍ତୁତ କରିବାକୁ ଯାଉଛୁ ।
ପରିଷ୍କାର-ପରିଚ୍ଛନ୍ନତା ଓ ସ୍ୱଚ୍ଛତାରେ ସୁଧାର ପାଇଁ ଆମର ସ୍ୱଚ୍ଛ ଭାରତ ମିଶନ ଓ ଗ୍ରାମାଂଚଳ ଏବଂ ସହରୀ ଆବାସ ମିଶନ ଜୀବନର ଗରିମା ନିମନ୍ତେ ଆମର ପ୍ରତିଶ୍ରୁତିବଦ୍ଧତାକୁ ରେଖାଙ୍କିତ କରୁଛି ।
ସାଗରମାଳା ଓ ଭାରତମାଳା ଭଳି ଆମର ଭିତ୍ତିଭୂମି ଢାଂଚା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ଉଦ୍ୟୋଗୀଙ୍କୁ ନିବେଶ ନିମନ୍ତେ ଅନେକ ବ୍ୟବସାୟିକ ସୁଯୋଗ ଉପଲବ୍ଧ କରାଇବ ।
ନିକଟରେ ୱାଲର୍ଡ ଫୁଡ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆମକୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଏବଂ କୃଷି ବର୍ଜ୍ୟ କ୍ଷେତ୍ର ସହ ଉଦ୍ୟୋଗୀଙ୍କୁ ଯୋଡ଼ିବାରେ ସହାୟକ ହୋଇଛି ।
ମୋର ସରକାର ଭଲଭାବେ ଜାଣିଛି ଯେ ଉଦ୍ୟୋଗୀତାକୁ ପ୍ରସ୍ଫୁଟିତ କରାଇବା ପାଇଁ ପାରଦର୍ଶୀ ନୀତି ଓ ଆଇନର ଶାସନର ଏକ ସୁନ୍ଦର ପରିବେଶ ଜରୁରୀ ।
ନିକଟରେ ଟିକସ ବ୍ୟବସ୍ଥାରେ କରାଯାଇଥିବା ଐତିହାସିକ ପରିବର୍ତ୍ତନ ଆଧାରରେ ସମଗ୍ର ଦେଶରେ ସାମଗ୍ରୀ ଓ ସେବା କରକୁ ଲାଗୁ କରାଯାଇଛି । 2016 ମସିହାରେ ଲାଗୁ ଋଣ ଦେବାଳିଆ ସଂହିତା ସଙ୍କଟଗ୍ରସ୍ତ ଉପକ୍ରମଗୁଡ଼ିକର ସମୟବଦ୍ଧ ସମାଧାନ ସୁନିଶ୍ଚିତ କରିବା ଦିଗରେ ନିଆଯାଇଥିବା ଏକ ପଦକ୍ଷେପ । ନିକଟରେ ଆମେ ଏଥିରେ ସଂଶୋଧନ କରି ଉଦ୍ଦେଶ୍ୟମୂଳକ ଖିଲାପକାରୀଙ୍କୁ ଚାପଗ୍ରସ୍ତ ସମ୍ପତ୍ତିର ନିଲାମୀ ପ୍ରକ୍ରିୟାରୁ ଦୂରେଇ ରଖିଛୁ ।
ସମାନ୍ତର ଅର୍ଥବ୍ୟବସ୍ଥାର ମୁକାବିଲା ଓ ଟିକସ ଚୋରି ଏବଂ କଳାଟଙ୍କା ଉପରେ ଲଗାମ୍ ଦେବା ପାଇଁ କଠୋର ଉପାୟ କରାଯାଇଛି ।
ନିକଟରେ ମୂଡୀଜ୍ ଦ୍ୱାରା ଭାରତର ସରକାରୀ ବଣ୍ଡର ରେଟିଂ ବୃଦ୍ଧି କରାଯିବା ଦ୍ୱାରା ଆମର ପ୍ରୟାସକୁ ମାନ୍ୟତା ମିଳିଛି । ପ୍ରାୟ 14ବର୍ଷ ବ୍ୟବଧାନରେ ଏହି ଉନ୍ନତି ହୋଇଛି ।
ବିଶ୍ୱବ୍ୟାଙ୍କର ଲିଜିଷ୍ଟିକ୍ସ ପରଫାରମେନ୍ସ ସୂଚକାଙ୍କରେ ଭାରତ 2014ର 54 ସ୍ଥାନରୁ ଉପରକୁ ଉଠି 2016ରେ 35ତମ ସ୍ଥାନରେ ପହଂଚିଛି । ଏହା ଦେଶରେ ଓ ତା’ଭିତରେ ସାମଗ୍ରୀର ପରିବହନର ସୁଗମତା ଓ କୁଶଳତାକୁ ପ୍ରଦର୍ଶିତ କରୁଛି ।
ବୃହତ୍ ଆର୍ଥିକ ପରିଦୃଶ୍ୟରେ ନିବେଶ ପାଇଁ ଅନୁକୂଳ ସ୍ଥାୟୀ ପରିବେଶର ଆବଶ୍ୟକତାର ରହିଛି । ଆମେ ବିତ୍ତୀୟ କ୍ଷତି, ଚଳନ୍ତି ଜମା କ୍ଷତି ଓ ମୁଦ୍ରାସ୍ପୀତିକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଛୁ । ଆମର ବିଦେଶୀ ମୁଦ୍ରା ଭଣ୍ଡାର 400 ବିଲିୟନ ଡଲାର ଅତିକ୍ରମ କରିସାରିଛି । ଆମେ ବ୍ୟାପକ ଭାବେ ବିଦେଶୀ ପୁଞ୍ଜିନିବେଶକୁ କ୍ରମାଗତ ଭାବେ ଆକର୍ଷିତ କରୁଛୁ ।
ମୁଁ ମୋର ଯୁବ ଭାରତୀୟ ଉଦ୍ୟୋଗୀ ବନ୍ଧୁଙ୍କୁ କହିବାକୁ ଚାହୁଁଛି କି 2022ମସିହା ସୁଦ୍ଧା ନବଭାରତର ନିର୍ମାଣ ପାଇଁ ଆପଣମାନେ ସମସ୍ତେ କିଛି ନା କିଛି ମୂଲ୍ୟବାନ ଯୋଗଦାନ କରିପାରିବେ । ଆପଣମାନେ ହିଁ ଭାରତରେ ପରିବର୍ତ୍ତନର ବାହକ ।
ମୁଁ ସମଗ୍ର ବିଶ୍ୱର ଉଦ୍ୟୋଗୀଙ୍କୁ କହିବାକୁ ଚାହୁଁଛି କି : ଆସନ୍ତୁ, ମେକ୍ ଇନ୍ ଇଣ୍ଡିଆ, ଇନ୍ଭେଷ୍ଟ ଇନ୍ ଇଣ୍ଡିଆ – ନିର୍ମାଣ କରନ୍ତୁ, ପୁଞ୍ଜି ନିବେଶ କରନ୍ତୁ ଭାରତ ପାଇଁ, ବିଶ୍ୱ ପାଇଁ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତ ବିକାଶର କାହାଣୀରେ ଅଂଶବିଶେଷ ହେବା ପାଇଁ ଆମନ୍ତ୍ରିତ କରୁଛୁ । ଆଉ ପୁଣିଥରେ ଆପଣମାନଙ୍କୁ ହାର୍ଦ୍ଦିକ ସହାୟତା ଦେବା ପାଇଁ ଆଶ୍ୱସ୍ତ କରୁଛି ।
ମୋତେ କୁହାଯାଇଛି କି ରାଷ୍ଟ୍ରପତି ଟ୍ରମ୍ପ 2017 ନଭେମ୍ବରକୁ ଜାତୀୟ ଉଦ୍ୟୋଗୀତା ମାସ ଘୋଷଣା କରିଛନ୍ତି । ଆମେରିକାରେ ବି ନଭେମ୍ବର ୨୧କୁ ଜାତୀୟ ଉଦ୍ୟୋଗୀତା ଦିବସ ପାଳନ କରାଯାଉଛି । ଏହି ଶିଖର ସମ୍ମିଳନୀରେ ନିଶ୍ଚିତ ଭବେ ସେ ସମ୍ପର୍କରେ ଶୁଣିବାକୁ ମିଳିବ । ଶେଷରେ ଏହି ଶିଖର ସମ୍ମିଳନୀରେ ଆପଣମାନଙ୍କ ଫଳପ୍ରଦ ଓ ପରିଣାମୋନ୍ମୁଖୀ ବିଚାରବିମର୍ଶ କାମନା କରୁଛି ।
ଧନ୍ୟବାଦ ।
India is happy to host #GES2017, in partnership with USA. https://t.co/yoNOkDNSWZ pic.twitter.com/HYbuYMHkJr
— PMO India (@PMOIndia) November 28, 2017
Important topics are the focus of #GES2017. pic.twitter.com/RaIM9Gd6iy
— PMO India (@PMOIndia) November 28, 2017
A theme that emphasises on achievements of women. #GES2017 @GES2017 pic.twitter.com/g652QI6wsF
— PMO India (@PMOIndia) November 28, 2017
Indian women continue to lead in different walks of life. @GES2017 #GES2017 pic.twitter.com/YEHxyZ0zyG
— PMO India (@PMOIndia) November 28, 2017
Women are at the forefront of cooperative movements in India. @GES2017 #GES2017 pic.twitter.com/v7Hh38oqAc
— PMO India (@PMOIndia) November 28, 2017
India- a land of innovation. @GES2017 #GES2017 pic.twitter.com/5kxi48vjMY
— PMO India (@PMOIndia) November 28, 2017
Many nuances of modern day economic policy are outlined in ancient Indian treatise. pic.twitter.com/FnTA14riUm
— PMO India (@PMOIndia) November 28, 2017
I see 800 million potential entrepreneurs who can make our world a better place. pic.twitter.com/lHdZ0AU4H8
— PMO India (@PMOIndia) November 28, 2017
Making India a start up hub. pic.twitter.com/fWUCJu8n3i
— PMO India (@PMOIndia) November 28, 2017
Committed to improving the business environment in India. pic.twitter.com/dWbGFfU0RN
— PMO India (@PMOIndia) November 28, 2017
MUDRA - funding the unfunded, helping women entrepreneurs. pic.twitter.com/8gW7Eya7Dm
— PMO India (@PMOIndia) November 28, 2017
Encouraging innovation and enterprise among our youth. pic.twitter.com/xtYQq7n8Zj
— PMO India (@PMOIndia) November 28, 2017
Moving towards less cash economy. pic.twitter.com/M62AlNXxvR
— PMO India (@PMOIndia) November 28, 2017
Reforms in the energy sector. @GES2017 pic.twitter.com/FDrCReyQEv
— PMO India (@PMOIndia) November 28, 2017
Committed to the dignity of life. @GES2017 https://t.co/yoNOkDNSWZ pic.twitter.com/uMUqoJkLjx
— PMO India (@PMOIndia) November 28, 2017
Our emphasis on transparency will further enterprise. pic.twitter.com/VZ1sZXdLoN
— PMO India (@PMOIndia) November 28, 2017
Overhauling the taxation system. pic.twitter.com/CPMvC75bfb
— PMO India (@PMOIndia) November 28, 2017
India is receiving greater foreign investment, which is helping our citizens. pic.twitter.com/7BVL6L35js
— PMO India (@PMOIndia) November 28, 2017
Our young entrepreneurs are the vehicles of change, the instruments of India's transformation. pic.twitter.com/sHg6sOZU0Z
— PMO India (@PMOIndia) November 28, 2017
Come, 'Make in India' and invest in our nation. pic.twitter.com/eTmJpoTVa0
— PMO India (@PMOIndia) November 28, 2017