QuoteOur Government is working with the mantra of ‘Sabka Saath Sabka Vikas’: PM Modi
QuoteIn just 100 days since its inception over 7 lakh poor patients have been benefited through Ayushman Bharat Yojana: PM Modi
Quote130 crore Indians are my family and I’m is committed to working for their welfare: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାଦ୍ରା ଓ ନଗର ହାଭେଳୀର ସିଲଭାସା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସେ ଦାଦ୍ରା ଓ ନଗର ହାଭେଳୀର ସାୟଲୀଠାରେ ଏକ ମେଡ଼ିକାଲ କଲେଜ ପାଇଁ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଦାଦ୍ରା ଓ ନଗର ହାଭେଳୀ ପାଇଁ ଆଇଟି ନୀତି ଉନ୍ମୋଚନ କରିଥିଲେ । ଏମ-ଆରୋଗ୍ୟ ମୋବାଇଲ ଆପ ଏବଂ ଦ୍ୱାରରୁ ଦ୍ୱାର ଆବର୍ଜନା ସଂଗ୍ରହ, କଠିନ ବର୍ଜ୍ୟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ସେ ମଧ୍ୟ ଆୟୁଷ୍ମାନ ଭାରତର ହିତାଧିକାରୀମାନଙ୍କୁ ଗୋଲ୍ଡ କାର୍ଡ ଏବଂ ହିତାଧିକାରୀମାନଙ୍କୁ ବନ ଅଧିକାର ପତ୍ର ବଂଟନ କରିଥିଲେ ।

|

ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି 1400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପମାନ ଉଦଘାଟିତ ଓ ଶିଳାନ୍ୟାସ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଯୋଗାଯୋଗ,ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସହିତ ଜଡ଼ିତ ।

ଉଦ୍ୟୋଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ଆଇଟି ନୀତି ଏବଂ ନୂଆ ଶିଳ୍ପ ନୀତି ଶୁଭାରମ୍ଭ କରାଯାଇଛି ।

ଦେଶର ଲୋକମାନଙ୍କ କଲ୍ୟାଣ ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ, ଆମେ ସବକା ସାଥ, ସବକା ବିକାଶ ମନ୍ତ୍ର ଉପରେ କାର୍ଯ୍ୟ କରୁଛୁ ।

|

 

ସେ ଉଲ୍ଲେଖ କରିଥିଲେ ଯେ ଉଭୟ ଦାମନ, ଦିଉ ଏବଂ ଦାଦ୍ରା ଓ ନଗର ହାଭେଳୀ ଖୋଲା ଶୌଚ ମୁକ୍ତ ଘୋଷିତ ହୋଇସାରିଛନ୍ତି । ଉଭୟ କେନ୍ଦ୍ର ଶାସିତ ଅଂଚଳ କେରୋସିନ ମୁକ୍ତ ହୋଇସାରିଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ ଏହି ଦୁଇଟି କେନ୍ଦ୍ର ଶାସିତ ଅଂଚଳର ପ୍ରତ୍ୟେକ ପରିବାର ନିକଟରେ ଏଲପିଜି ସଂଯୋଗ, ବିଦ୍ୟୁତ ସଂଯୋଗ ଏବଂ ଜଳଯୋଗାଣ ଉପଲବ୍ଧ ଅଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ କେନ୍ଦ୍ର ଶାସିତ ପ୍ରଦେଶର ଗରିବ ବାସୀନ୍ଦାଙ୍କୁ ଆବାସ ଯୋଗାଇ ଦିଆଯାଇଛି । ଆୟୁଷ୍ମାନ ଯୋଜନାର ଲାଭ ଦେବା ଲାଗି ଦୁଇ କେନ୍ଦ୍ର ଶାସିତ ପ୍ରଦେଶର ଲୋକମାନଙ୍କୁ ଗୋଲ୍ଡ କାର୍ଡ ଜାରି କରାଯାଇଛି ।

ଏହି ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ଗତ 3 ବର୍ଷ ମଧ୍ୟରେ 9 ହଜାର କୋଟି ଟଙ୍କାର ନିବେଶ କରାଯାଇଛି, ଯାହା ସଂଖ୍ୟାଧିକ ବିକାଶମୂଳକ ପ୍ରକଳ୍ପ ଛିଡ଼ା କରିପାରିଛି । ସେ କହିଥିଲେ ଯେ ଏଠାରେ ମେଡ଼ିକାଲ କଲେଜ ଲାଗି ଶିଳାନ୍ୟାସ କରାଯିବା ପରେ ଦାଦ୍ରା ଓ ନଗର ହାଭେଳୀ ଏବଂ ଡାମନ ଓ ଡିଉରେ ପ୍ରଥମ ମେଡ଼ିକାଲ କଲେଜ ନିର୍ମାଣ କରାଯିବ । ସେ ଉଲ୍ଲେଖ କରିଥିଲେ ଯେ ଏହି ମେଡ଼ିକାଲ କଲେଜକୁ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ କରାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ମାତ୍ର 15ଟି ମେଡ଼ିକାଲ ସିଟ ଉପଲବ୍ଧ ହୋଇପାରିଥିଲା, ଏବେ 150ଟି ସିଟ ଉପଲବ୍ଧ ହେବ । ସେ କହିଥିଲେ ମେଡ଼ିକାଲ କଲେଜ ଦ୍ୱାରା ଲୋକମାନଙ୍କ ପାଇଁ ଡାକ୍ତରୀ ସୁବିଧା ଉପଲବ୍ଧ ହୋଇପାରିବ ।

|

ଆୟୁଷ୍ମାନ ଭାରତ ସମ୍ପର୍କରେ ସେ କହିଥିଲେ ଏହା ହେଉଛି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ପ୍ରତିବର୍ଷ 10 ହଜାର ଗରିବ ଜନସାଧାରଣ ଏହାର ଲାଭ ପାଇପାରୁଛନ୍ତି । ଏହା ଆରମ୍ଭ ହେବାର ମାତ୍ର 100 ଦିନ ମଧ୍ୟରେ 7 ଲକ୍ଷ ଗରିବ ରୋଗୀ ଲାଭାନ୍ୱିତ ହୋଇପାରିଛନ୍ତି ।

ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, ସହର ଏବଂ ଗ୍ରାମର ଗରିବ ଲୋକଙ୍କୁ ସ୍ଥାୟୀ ବାସଗୃହ ଯୋଗାଇବାକୁ ଏକ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି ।

ସେ କହିଥିଲେ ଯେ ଗତ ସରକାର ଅମଳରେ 5 ବର୍ଷ ମଧ୍ୟରେ ମାତ୍ର 25 ଲକ୍ଷ ବାସଗୃହ ନିର୍ମିତ ହୋଇଥିଲା, ଏହା ତୁଳନାରେ ଆମେ 5 ବର୍ଷ ମଧ୍ୟରେ 1.25 କୋଟି ଆବାସ ନିର୍ମାଣ କରିଛୁ ।

|

ପ୍ରଧାନମନ୍ତ୍ରୀ ଆହୁରି ଆଲୋକପାତ କରିଥିଲେ ଯେ କେବଳ ଦାଦ୍ରା ଓ ନଗର ହାଭେଳୀରେ 13,000 ମହିଳାଙ୍କୁ ମାଗଣା ରୋଷେଇ ଗ୍ୟାସ ସଂଯୋଗ ଦିଆଯାଇଛି । ଆଦିବାସୀଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଜନ ଧନ ଯୋଜନା ଅଧୀନରେ ଜଙ୍ଗଲଜାତ ଉତ୍ପାଦର ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଉଛି । ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାଦ୍ରା ଓ ନଗର ହାଭେଳୀରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି । ପର୍ଯ୍ୟଟନ ମାନଚିତ୍ରରେ ଏହି ଅଂଚଳକୁ ସ୍ଥାନିତ କରିବା ଲାଗି ବିଭିନ୍ନ ପଦକ୍ଷେପମାନ ନିଆଯାଉଛି ।

ସେ କହିଥିଲେ ମତ୍ସ୍ୟଜୀବୀମାନଙ୍କ ଆୟ ବୃଦ୍ଧି ଲାଗି ନୀଳ ବିପ୍ଳବ ଯୋଜନା କାର୍ଯ୍ୟକାରୀ କରାଯାଉଛି । ମତ୍ସ୍ୟପାଳନ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ଏକ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହି ପାଣ୍ଠି ଅଧୀନରେ ଉପରୋକ୍ତ କ୍ଷେତ୍ରର ପ୍ରୋତ୍ସାହନ ଲାଗି 7500 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ 125 କୋଟି ଭାରତୀୟ ତାଙ୍କ ପରିବାର ଏବଂ ସେ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧ ।

Click here to read full text speech

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
How has the Modi Government’s Atmanirbhar Bharat push powered Operation Sindoor?

Media Coverage

How has the Modi Government’s Atmanirbhar Bharat push powered Operation Sindoor?
NM on the go

Nm on the go

Always be the first to hear from the PM. Get the App Now!
...
ମହାରାଷ୍ଟ୍ରର ସୋଲାପୁରରେ ଅଗ୍ନିକାଣ୍ଡରେ ପ୍ରାଣହାନୀ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
May 18, 2025
Quoteପିଏମ୍‌ଏନ୍‌ଆର୍‌ଏଫ୍‌ରୁ ସହାୟତା ରାଶି ଘୋଷଣା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସୋଲାପୁରରେ ଘଟିଥିବା ଅଗ୍ନିକାଣ୍ଡ ଦୁର୍ଘଟଣାରେ ହୋଇଥିବା ପ୍ରାଣହାନୀ ଯୋଗୁଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।

ଏହି ଅବସରରେ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମ୍‌ଏନ୍‌ଆର୍‌ଏଫ୍‌)ରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ମହାରାଷ୍ଟ୍ରର ସୋଲାପୁରରେ ଅଗ୍ନିକାଣ୍ଡ ଘଟଣାରେ ପ୍ରାଣହାନି ଯୋଗୁଁ ଗଭୀର ମର୍ମାହତ । ପ୍ରିୟଜନଙ୍କୁ ହରାଇଥିବା ଲୋକମାନଙ୍କ ପ୍ରତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।

ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।”

@narendramodi

 

 

"महाराष्ट्रात सोलापूर इथे आग लागून झालेल्या दुर्घटनेतील जीवितहानीमुळे तीव्र दु:ख झाले. आपले प्रियजन गमावलेल्या कुटुंबांप्रति माझ्या सहवेदना. जखमी झालेले लवकर बरे होवोत ही प्रार्थना. पंतप्रधान राष्ट्रीय मदत निधीमधून (PMNRF) प्रत्येक मृतांच्या वारसाला 2 लाख रुपयांची मदत दिली जाईल. जखमींना 50,000 रुपये दिले जातील : पंतप्रधान" @narendramodi