ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨, ୨୦୨୧ ରେ ଗ୍ଲାସଗୋରେ ସିଓପି୨୬ ଅବସରରେର ଇସ୍ରାଏଲର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନାଫତାଲି ବେନେଟଙ୍କୁ ଭେଟିଛନ୍ତି । ଏହା ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ବୈଠକ ଥିଲା ।
ଦୁଇ ନେତା ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀ ସମୀକ୍ଷା କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷକରି ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗକୁ ଆହୁରି ବିସ୍ତାର କରିବାକୁ ସେମାନେ ସହମତ ହୋଇଥିଲେ ।
ଆସନ୍ତା ବର୍ଷ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ପୂର୍ଣ୍ଣ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୩୦ ବର୍ଷ ପୂରଣ ହେଉଥିବା ସଂକ୍ରାନ୍ତରେ ମନେପକାଇ ପ୍ରଧାନମନ୍ତ୍ରୀ ଶ୍ରୀ ବେନେଟଙ୍କୁ ଭାରତ ଆସିବାପାଇଁ ନିମନ୍ତ୍ରଣ କରିଥିଲେ ।
שמח שנפגשתי שוב עם @naftalibennett . היו לנו שיחות משמעותיות בנושא קידום יחסי הודו וישראל בתחומי המחקר, חדשנות וטכנולוגיה עתידנית אשר חשובים להעצמת הדור החדש pic.twitter.com/cJecB26ZqZ
— Narendra Modi (@narendramodi) November 2, 2021
Glad to have met, yet again, PM @naftalibennett. We had fruitful talks on boosting India-Israel friendship in sectors such as research, innovation and futuristic technologies. These sectors are critical for empowering our youngsters. pic.twitter.com/AUEENd6xCE
— Narendra Modi (@narendramodi) November 2, 2021