QuoteNumerous measures undertaken in the last four years to enhance the quality of life of our citizens: PM Modi
QuoteHuman rights should not be about only slogans but it should be an integral part of our values: PM Modi
QuoteFor us, ‘Sabka Saath, Sabka Vikas’ is about serving the people: PM Modi
QuoteWith focus on justice for all, the government is increasing the number of e-Courts, strengthening the National Judicial Data Grid: Prime Minister Modi
QuoteWith the use of technology, we are making the system transparent and protecting the rights of citizens: PM Modi
QuoteTo empower the Divyangs, we have strengthened the Rights of Persons with Disabilities Act: PM Modi

ବିଗତ ଅଢେଇ ଦଶନ୍ଧି ଧରି ଉପେକ୍ଷିତ ଏବଂ ନ୍ୟାଯ୍ୟ ଅଧୀକାରରୁ ବଂଚିତ ଲୋକମାନଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରି ରାଷ୍ଟ୍ରୀୟ ମାନବିକ ଅଧୀକାର ଆୟୋଗ (ଏନଏଚଆରସି) ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଆଜି (ଶୁକ୍ରବାର) ରାଷ୍ଟ୍ରୀୟ ମାନବିକ ଅଧୀକାର ଆୟୋଗଙ୍କ ରୌପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ, ମାନବିକ ଅଧୀକାରର ସୁରକ୍ଷା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ  । ମାନବିକ ଅଧିକାରସମୂହର ସୁରକ୍ଷା ପାଇଁ ସ୍ୱାଧୀନତା ପରେ ଏକ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନ୍ୟାୟ ପ୍ରଣାଳୀ, ଏକ ସକ୍ରୀୟ ଗଣମାଧ୍ୟମ, ଏକ ସକ୍ରୀୟ ନାଗରିକ ସମାଜ ଏବଂ ଏନଏଚଆରସି ଭଳି ସଂଗଠନଗୁଡିକୁ ଗଠନ କରାଯାଇଛି  । 

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନବିକ ଅଧୀକାରର ସୁରକ୍ଷା କେବଳ ଏକ ସ୍ଳୋଗାନ ହୋଇ ରହିନଯାଉ ବରଂ ଆମ ଆଚାର ବ୍ୟବହାରର ଏକ ଅଂଶ ହେବା ଆବଶ୍ୟକ  । ସେ କହିଥିଲେ ଯେ ବିଗତ ଚାରି ବର୍ଷ ମଧ୍ୟରେ, ଗରିବଙ୍କ ଜୀବନର ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଚେଷ୍ଟା କରାଯାଇଛି । ସେ କହିଥିଲେ ଯେ ମନୁଷ୍ୟର ମୌଳିକ ଆବଶ୍ୟକତା ପୂରଣକୁ ସହଜସାଧ୍ୟ କରିବା ଲାଗି ସରକାର ଅଧିକ ଧ୍ୟାନ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ସେ ବେଟୀ ବଚାଓ, ବେଟୀ ପଢାଓ, ସୁଗମ୍ୟ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୌଭାଗ୍ୟ ଯୋଜନା ଏବଂ ଏହି ଯୋଜନାଗୁଡିକର ପରିଣାମ ସ୍ୱରୂପ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରିଛି  । ସେ କହିଥିଲେ ଯେ 9 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଫଳରେ କୋଟି କୋଟି ଗରିବ ଲୋକମାନଙ୍କ ପାଇଁ ସ୍ୱଚ୍ଛ ଏବଂ ପ୍ରତିଷ୍ଠିତ ଜୀବନ ସୁନିଶ୍ଚିତ କରାଯାଇପାରିଛି । ସେ ନିକଟ ଅତୀତରେ ଆୟୁଷ୍ମାନ ଭାରତ ଅନ୍ତର୍ଗତ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି ପଦକ୍ଷେପ – ପିଏମଜେଏୱାଇ ବିଷୟରେ ଉଲ୍ଲେଖ କରିଥିଲେ ।  ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କର ଆର୍ଥିକ ସମାବେଶନ ପଦକ୍ଷେପଗୁଡିକ ଉପରେ ମଧ୍ୟ ଆଲୋଚନା କରିଥିଲେ  । ସେ କହିଥିଲେ ଯେ ମୁସଲିମ ମହିଳାମାନଙ୍କୁ ତିନି ତଲାକ ଭଳି କୁ-ପ୍ରଥାରୁ ମୁକ୍ତ କରିବା ଆଇନ ମଧ୍ୟ ଲୋକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ପର୍ଯ୍ୟାୟରେ ନିଆଯାଇଥିବା ଏକ ପଦକ୍ଷେପ  ।

|

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଇ-ଅଦାଲତଗୁଡିକର ସଂଖ୍ୟାରେ ବୃଦ୍ଧି ଏବଂ ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରୀଡକୁ ମଜବୁତ କରିବା ଭଳି ଅନେକ ପଦକ୍ଷେପଗୁଡିକ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପଗୁଡିକର ସଫଳତା ଜନ ଭାଗୀଦାରୀ କାରଣରୁ ସମ୍ଭବ ହୋଇପାରିଛି  । ସେ କହିଥିଲେ ଯେ ମାନବିକ ଅଧୀକାରଗୁଡିକ ପ୍ରତି ସଚେତନତା ସହିତ ନାଗରିକମାନଙ୍କୁ ନିଜ କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ୱ ପ୍ରତି ମଧ୍ୟ ସଚେତନା ହେବା ଆବଶ୍ୟକ  । ସେ କହିଥିଲେ ଯେ ଯେଉଁ ଲୋକମାନେ ନିଜ ଉତ୍ତରଦାୟିତ୍ୱକୁ ବୁଝିଥାନ୍ତି, ସେମାନେ ଏହା ମଧ୍ୟ ଜାଣନ୍ତି ଯେ ଅନ୍ୟର ଅଧିକାରର ସମ୍ମାନ କିଭଳି କରାଯିବାର ଆବଶ୍ୟକତା ରହିଛି  ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିରନ୍ତର ବିକାଶ ଲକ୍ଷ୍ୟଗୁଡିକୁ ହାସଲ କରିବା ପାଇଁ ଏନଏଚଆରସିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ  ।

 

Click here to read full text speech

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India crossed coal production target of 1 billion tonnes in a year for the first time ever

Media Coverage

India crossed coal production target of 1 billion tonnes in a year for the first time ever
NM on the go

Nm on the go

Always be the first to hear from the PM. Get the App Now!
...
Rajasthan Chief Minister meets Prime Minister
July 29, 2025

The Chief Minister of Rajasthan, Shri Bhajanlal Sharma met the Prime Minister, Shri Narendra Modi in New Delhi today.

The PMO India handle posted on X:

“CM of Rajasthan, Shri @BhajanlalBjp met Prime Minister @narendramodi.

@RajCMO”