Quote ଭାରତୀୟଙ୍କ ଜୀବନକୁ ସରଳ ଏବଂ ଆରାମଦାୟକ କରିବାର ଆମର ସଂକଳ୍ପକୁ ଗତ 3 ବର୍ଷରେ ଶକ୍ତି ମିଳିଛି :ପ୍ରଧାନମନ୍ତ୍ରୀ ମୋଦୀ  ଆମେ ଭବିଷ୍ୟ ପିଢ଼ିଙ୍କ ପାଇଁ ଏକ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ବାଧ୍ୟ ହୋଇଛନ୍ତି ,ଯେଉଁଠି ଜୀବନ 5 'ଇ' ଉପରେ ଆଧାରିତ ହେବ : ଇଜ ଅଫ ଲିଭିଙ୍ଗ ,ଏଜୁକେସନ ,ଏମ୍ପ୍ଲୟମେଣ୍ଟ ,ଇକୋନୋମି ଏବଂ ଏଣ୍ଟେରଟେନମେଣ୍ଟ :ପ୍ରଧାନମନ୍ତ୍ରୀ ମୋଦୀ  ସରକାର ବର୍ଷ 2022 ସୁଦ୍ଧା ପ୍ରତ୍ୟକଙ୍କ ପାଖେ ଆବାସ ସୁନିଶ୍ଚିତ ଲାଗି ପ୍ରୟାସ କରୁଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ  କଂଗ୍ରେସ ଅଧ୍ୟକ୍ଷଙ୍କ 'ଚୌକିଦାର-ଭାଗିଦାର' ର ଟିପ୍ପଣୀ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ,ମତେ ଗର୍ବ ଅନୁଭବ ହେଉଛି ଯେ ମୁଁ ଦେଶର ଗରିବମାନଙ୍କ ଦୁଃଖର 'ଭାଗିଦାର' :ପ୍ରଧାନମନ୍ତ୍ରୀ ମୋଦୀ  ସ୍ମାର୍ଟ ସିଟି ମିଶନ ମାଧ୍ୟମରେ ଆମେ ଆମ ସହରମାନଙ୍କୁ ନୂଆ ଭାରତର ନୂଆ ସଂଘର୍ଷର ମୁକାବିଲା ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛୁ:ପ୍ରଧାନମନ୍ତ୍ରୀ ମୋଦୀ    ଉତ୍ତରପ୍ରଦେଶରେ ପୂର୍ବ ସରକାର ଗରିବଙ୍କ ଘର ପରିବର୍ତ୍ତେ ନିଜ ବଙ୍ଗଳାକୁ ଅଧିକ ପ୍ରାଥମିକତା ଦେଇଥିଲେ :ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି, ଯାହାକି ସହରାଞ୍ଚଳ ବିକାଶ ସମ୍ପର୍କିତ 3 ଟି ପ୍ରମୁଖ ସରକାରୀ ପଦକ୍ଷେପର ତୃତୀୟ ବାର୍ଷିକୀ ଅବସରରେ ପାଳନ କରାଯାଇଛି । ଏଗୁଡ଼ିକ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ ), ସହରାଞ୍ଚଳ ସଜ୍ଜୀବକରଣ ପାଇଁ ଅଟଳ ମିଶନ (ଏଏମଆରୟୁଟି) ଏବଂ ସ୍ମାର୍ଟ ସିଟି ମିଶନ ।

ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବିକାଶକୁ ନେଇ ଫ୍ଲାଗସିପ ମିଶନର ଏକ ପ୍ରଦର୍ଶନୀରେ ଯୋଗଦେଇଥିଲେ । ସେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ଜଣେ ଲେଖାଁଏ ପିଏମଏୱାଇ (ୟୁ)ର 35 ଜଣ ହିତାଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ ।

|

ଉତ୍ତର ପ୍ରଦେଶର ବିଭିନ୍ନ ସହରରୁ ପିଏମଏୱାଇ ହିତାଧିକାରୀମାନଙ୍କଠାରୁ ଭିଡିଓ ଲିଙ୍କ ମାଧ୍ୟମରେ ସେ ଅଭିମତ/ଫିଡବେକ ଗ୍ରହଣ କରିଥିଲେ ।
ଉତ୍ତର ପ୍ରଦେଶରେ ଫ୍ଲାଗସିପ ମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପାଇଁ ସେ ଆଧାରଶିଳା ସ୍ଥାପନ କରିଥିଲେ ।

ଜନ ସମୁଦାୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ସମୂହ ମଧ୍ୟରେ ଉପସ୍ଥିତ ଥିବା ସହରାଞ୍ଚଳ ପ୍ରଶାସକମାନେ ହେଉଛନ୍ତି ସହରମାନଙ୍କର ପ୍ରତିନିଧି, ଯେଉଁମାନେ ହେଉଛନ୍ତି ନୂତନ ଭାରତ ଏବଂ ନୂତନ ପିଢ଼ିର ଆଶା ଓ ଅଭିଳାଷର ପ୍ରତୀକ ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମାର୍ଟସିଟି ମିଶନ ଅନ୍ତର୍ଗତ 7000 କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି ଏବଂ 52,000 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାର୍ଯ୍ୟାଧୀନ ରହିଛି । ସେ କହିଲେ ଯେ ଏହି ମିଶନର ଲକ୍ଷ୍ୟ ହେଉଛି ନିମ୍ନ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ବର୍ଗଙ୍କୁ ଉନ୍ନତ ସହରାଞ୍ଚଳ ସୁବିଧା ଉପଲବ୍ଧ କରାଇବା ଏବଂ ସେମାନଙ୍କ ଜୀବନକୁ ସରଳ କରାଇବା । ସେ କହିଲେ ଯେ ସମନ୍ୱିତ କମାଣ୍ଡ କେନ୍ଦ୍ରଗୁଡ଼ିକ ହେଉଛନ୍ତି ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ସେ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକ 11ଟି ସହରରେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ଏବଂ ଆହୁରି ଅନେକ ସହରମାନଙ୍କରେ କାର୍ଯ୍ୟ ଚାଲୁରହିଛି ।

ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପ୍ରୟାସ ସମ୍ବନ୍ଧରେ ସ୍ମରଣ କରି ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ସହରାଞ୍ଚଳ ଭାରତର ପରିଦୃଶ୍ୟକୁ ସ୍ଥାନାନ୍ତରିତ କରିବାର ଅନ୍ତର୍ଦୃଷ୍ଟି ଲକ୍ଷ୍ନୌ ସହିତ ନିବିଡ ଭାବେ ସଂଯୁକ୍ତ, ଯେଉଁ ଆସନରୁ କି ଶ୍ରୀ ବାଜପାୟୀ ଲୋକସଭାର ସଦସ୍ୟ ଥିଲେ ।

|

ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାର ସେହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟକୁ ସ୍ଥିର ରଖି ଏଗୁଡ଼ିକର ଗତିରେ ବୃଦ୍ଧି, ଆକାର, ଜୀବନଧାରଣର ମାନ ବଜାୟ ରଖିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରିଛନ୍ତି । ସେ କହିଲେ ଯେ 2022 ସୁଦ୍ଧା ସମସ୍ତଙ୍କୁ ଗୃହ ଯୋଗାଇ ଦେବା ପାଇଁ ସରକାର ଆଶା ପ୍ରକାଶ କରୁଛନ୍ତି ।

ପରିସଂଖ୍ୟାନ ପ୍ରଦାନ କରି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ଯେ କିପରି ଭାବେ ଏ ଦିଗରେ ଅନେକ କାର୍ଯ୍ୟ କରାଯାଇ ସାରିଛି । ସେ କହିଲେ ଯେ ଏବେ ନିର୍ମାଣ କରାଯାଉଥିବା ଗୃହମାନଙ୍କରେ ଗୋଟିଏ ଲେଖାଁଏ ପାଇଖାନା ଏବଂ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ରହିଛି । ସେ କହିଲେ ଯେ ଏହି ଗୃହଗୁଡ଼ିକ ହେଉଛି ମହିଳା ସଶକ୍ତୀକରଣର ପ୍ରତୀକ ଯେହେତୁ ଏଗୁଡ଼ିକ ମହିଳାମାନଙ୍କ ନାମରେ ପଞ୍ଜୀକୃତ ହୋଇଛି ।
ସମ୍ପ୍ରତି କରାଯାଉଥିବା ସମାଲୋଚନାର ଜବାବ ରଖି ଏକ ନିରପେକ୍ଷ ମତ କ୍ରମେ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଥିଲେ ଯେ ସେ ହେଉଛନ୍ତି

ଗରିବ ଓ ଅବହେଳିତ ତଥା କୃଷକ ଏବଂ ଯବାନମାନଙ୍କ ପାଇଁ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ସମୟରେ ଏକ ଅଂଶୀଦାର ଏବଂ ଦୃଢ଼ ନିଷ୍ପତି ମାଧ୍ୟମରେ ସେମାନଙ୍କ ଦୁର୍ଦ୍ଦଶା ଦୂର କରିବା ଚାହାନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏକଦା ଭାରତରେ ଯୋଜନାବଦ୍ଧ ଭାବେ ସହରମାନଙ୍କରେ ସ୍ଥାନ ରହିଥିଲା । ମାତ୍ର ବିଶେଷ କରି ସ୍ୱାଧୀନତା ପରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ମୁକ୍ତ ଚିନ୍ତାର ଅଭାବ ଫଳରେ ଆମ ସହରାଞ୍ଚଳ କେନ୍ଦ୍ରଗୁଡ଼ିକର ଅନେକ କ୍ଷତିସାଧନ ହୋଇଛି ।
ସେ କହିଲେ ଯେ ଭାରତ ଆଜି ଦୃତଗତିରେ ପ୍ରଗତି କରୁଛି ଏବଂ ସହରଗୁଡ଼ିକ ଏହାର ପ୍ରଗତିର ଇଂଜିନ ହୋଇଥିବାରୁ ଏଗୁଡ଼ିକୁ ଉପରଠାଉରିଆ ଭାବେ ବିକଶିତ କରିବା ପାଇଁ ଛାଡି ଦିଆଯିବା ଠିକ ନୁହେଁ । ସେ କହିଲେ ଯେ ନୂତନ ଭାରତର ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଆମ ସହରଗୁଡ଼ିକୁ ପ୍ରସ୍ତୁତ କରିବାରେ ସ୍ମାର୍ଟସିଟି ମିଶନ ସହାୟକ ହେବ ଏବଂ ଏକବିଂଶ ଶତାବ୍ଦୀରେ ବିଶ୍ୱଶ୍ରେଣୀୟ ଚତୁର ସହର କେନ୍ଦ୍ର ପ୍ରସ୍ତୁତ କରିବ । ସେ କହିଲେ ଯେ 5ଟି “ଇ” ମାଧ୍ୟମରେ ରହଣୀ ସ୍ଥାନମାନଙ୍କୁ ଚରିତ୍ରାୟିତ କରିବା ଉଚିତ । ଏଗୁଡ଼ିକ ହେଉଛି ଇଜ ଅଫ ଲିଭିଙ୍ଗ (ସହଜ ଜୀବନଧାରଣ), ଏଜୁକେସନ (ଶିକ୍ଷା), ଏମ୍ପ୍ଲୋଏମେଂଟ (ନିଯୁକ୍ତି), ଇକୋନୋମୀ (ଅର୍ଥବ୍ୟବସ୍ଥା) ଏବଂ ଏଂଟରଟେନମେଂଟ (ମନୋରଞ୍ଜନ) ।

ପ୍ରଧାନମନ୍ତ୍ରୀ ମଧ୍ୟ କହିଲେ ଯେ ସ୍ମାର୍ଟ ସିଟି ମିଶନ ନାଗରିକଙ୍କ ଅଂଶଗ୍ରହଣ, ନାଗରିକଙ୍କ ଅଭିଳାଷ ଏବଂ ନାଗରିକର ଦାୟିତ୍ୱବୋଧ ଉପରେ ଆଧାରିତ । ସେ କହିଲେ ଯେ ମ୍ୟୁନିସିପାଲ ବଣ୍ଡ୍ ମାଧ୍ୟମରେ ପୁଣେ, ହାଇଦ୍ରାବାଦ ଏବଂ ଇନ୍ଦୋର ଆଦି ସହର ଅନେକ ପାଣ୍ଠି ସଂଗ୍ରହ କରିଛନ୍ତି ଏବଂ ଲକ୍ଷ୍ନୌ ଓ ଗାଜିଆବାଦ ଭଳି ଅନ୍ୟାନ୍ୟ ସହର ମଧ୍ୟ ଖୁବ ଶୀଘ୍ର ଏହି ବ୍ୟବସ୍ଥାକୁ ଗ୍ରହଣ କରିବେ । ସେ କହିଲେ ଯେ ଯେହେତୁ ନାଗରିକ ସେବା ଅନଲାଇନର ଉପଲବ୍ଧ ହେଲାଣି, ତେଣୁ ଦୁର୍ନୀତିର ଉତ୍ସ ଭାବେ ଧାଡି ପ୍ରକ୍ରିୟାକୁ ଦୂର କରାଯାଉଛି । ସେ କହିଲେ ଯେ ସ୍ମାର୍ଟ, ସୁରକ୍ଷିତ, ସ୍ଥାୟୀ ଏବଂ ସ୍ୱଚ୍ଛ ପ୍ରକ୍ରିୟା କୋଟି କୋଟି ଜନସାଧାରଣଙ୍କ ଜୀବନକୁ ରୂପାନ୍ତରିତ କରୁଛି ।

|
|

 

 

  

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's first microbiological nanosat, developed by students, to find ways to keep astronauts healthy

Media Coverage

India's first microbiological nanosat, developed by students, to find ways to keep astronauts healthy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi greets the people of Arunachal Pradesh on their Statehood Day
February 20, 2025

The Prime Minister, Shri Narendra Modi has extended his greetings to the people of Arunachal Pradesh on their Statehood Day. Shri Modi also said that Arunachal Pradesh is known for its rich traditions and deep connection to nature. Shri Modi also wished that Arunachal Pradesh may continue to flourish, and may its journey of progress and harmony continue to soar in the years to come.

The Prime Minister posted on X;

“Greetings to the people of Arunachal Pradesh on their Statehood Day! This state is known for its rich traditions and deep connection to nature. The hardworking and dynamic people of Arunachal Pradesh continue to contribute immensely to India’s growth, while their vibrant tribal heritage and breathtaking biodiversity make the state truly special. May Arunachal Pradesh continue to flourish, and may its journey of progress and harmony continue to soar in the years to come.”