QuoteWe are not merely reforming India but are transforming India: PM Modi
QuoteAn India free from poverty, terrorism, corruption, communalism, casteism is being created: PM
QuoteGood infrastructure is no longer about roads and rail only. It includes several other aspects that bring a qualitative change in society: PM
QuoteWe have not shied away from taking decisions that are tough. For us, the nation is bigger than politics: PM
QuoteIn addition to infrastructure, we are focussing on infraculture, which will help our hardworking farmers: PM Modi

ମିଆଁମାରର ୟଙ୍ଗୁନଠାରେ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧିତ କରିଛନ୍ତି । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆପଣମାନେ ଭାରତ ଓ ମିଆଁମାରର ମହାନ ସନ୍ତାନ ଓ ସନ୍ତତିମାନଙ୍କ ମଧ୍ୟରେ ବିନିମୟ ହୋଇଥିବା ହଜାର ହଜାର ବର୍ଷର ସଂସ୍କୃତି ଓ ସଭ୍ୟତା, ଭୂଗୋଳ ଓ ଇତିହାସ, ଅଭିଳାଷ ଓ ସଫଳତାର ପ୍ରତିନିଧିତ୍ୱ କରୁଛନ୍ତି । ପ୍ରଧାନମନ୍ତ୍ରୀ ମିଆଁମାରର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟ ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

|

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରବାସୀ ଭାରତୀୟମାନେ ହେଉଛନ୍ତି ଭାରତ ପାଇଁ “ରାଷ୍ଟ୍ର-ଦୂତ” ସଦୃଶ । ସେ କହିଲେ ଯେ ଯୋଗର ବୈଶ୍ୱିକ ପରିଚିତ ହେଉଛି ପ୍ରବାସୀମାନଙ୍କ ସଫଳତା, ଯେଉଁମାନେ କି ଏହାକୁ ବିଶ୍ୱର ସମସ୍ତ କୋଣକୁ ନେଇଯାଇଛନ୍ତି ।

|

 “ମୁଁ ଯେତେବେଳେ ଆପଣମାନଙ୍କୁ ଭେଟେ, ମୁଁ ମଧ୍ୟ ଅନୁଭବ କରେ ଯେ ବିଦେଶରେ ବାସ କରୁଥିବା ଆମ ଲୋକମାନଙ୍କର ଭାରତୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ ଆଦୌ ଆଉ ଏକତରଫା ଯୋଗସୂତ୍ର ହୋଇ ରହିନାହିଁ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

“ଆମେ କେବଳ ଆମ ଦେଶରେ ସଂସ୍କାର ଆଣୁନାହିୁଁ, ଆମେ ଏହାକୁ ରୂପାନ୍ତରିତ କରୁଛୁ,”ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗରିବୀ, ସନ୍ତ୍ରାସବାଦ, ଦୁର୍ନୀତି, ସାମ୍ପ୍ରଦାୟିକତା ଏବଂ ଜାତିପ୍ରଥାରୁ ମୁକୁଳିଥିବା ଏକ ନୂଆ ଭାରତର ନିର୍ମାଣ କରାଯାଉଛି ।

|

ରଧାନମନ୍ତ୍ରୀ କହିଲେ ଯେ ଭାରତ ସରକାର ଏବେ ଦେଶରେ ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରୀଭୁତ କରିଛନ୍ତି । ସେ କହିଲେ ଯେ ଭିତ୍ତିଭୂମି କହିଲେ ଆଉ କେବଳ ରାସ୍ତା ଓ ରେଳପଥ ନିର୍ମାଣ ନୁହେଁ । ସମାଜରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଥିରେ ଆହୁରି ଅନେକ ଦିଗକୁ ସାମିଲ କରାଯାଇଛି । ସେ କହିଲେ ଯେ କଠିନ ନିଷ୍ପତ୍ତି ଗ୍ରହଣ କରିବା ନେଇ ସରକାର କୁଣ୍ଠିତ ହୋଇନାହାନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜିଏସଟି ଦେଶରେ ଏକ ନୂତନ ସଂସ୍କୃତିର ଆରମ୍ଭ କରୁଛି । ସେ କହିଲେ ଯେ ଭାରତର ଜନସାଧାରଣଙ୍କ ଆତ୍ମବିଶ୍ୱାସ ରହିଛି ଯେ ଭାରତକୁ ରୂପାନ୍ତରିତ କରାଯାଇ ପାରିବ ଏବଂ ଆମ ବ୍ୟବସ୍ଥା ମଧ୍ୟକୁ ପ୍ରବେଶ କରିଥିବା କେତେକ ହାନିକର କଥାରୁ ଆମକୁ ମୁକ୍ତି ମିଳିପାରିବ ।

|

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ-ମିଆଁମାର ସମ୍ପର୍କର ଶକ୍ତି ହେଉଛି ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଯୁଗ ଯୁଗର ବନ୍ଧନ । ଏହି ସମ୍ମିଳନୀରେ ୟଙ୍ଗୁନ ଅଂଚଳର ମୁଖ୍ୟମନ୍ତ୍ରୀ ଶ୍ରୀ ଫ୍ୟୋ ମିନ ଥେଇନ ଉପସ୍ଥିତି ଥିଲେ ।

Click here to read full text of speech

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
From Digital India to Digital Classrooms-How Bharat’s Internet Revolution is Reaching its Young Learners

Media Coverage

From Digital India to Digital Classrooms-How Bharat’s Internet Revolution is Reaching its Young Learners
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles passing of Shri Sukhdev Singh Dhindsa Ji
May 28, 2025

Prime Minister, Shri Narendra Modi, has condoled passing of Shri Sukhdev Singh Dhindsa Ji, today. "He was a towering statesman with great wisdom and an unwavering commitment to public service. He always had a grassroots level connect with Punjab, its people and culture", Shri Modi stated.

The Prime Minister posted on X :

"The passing of Shri Sukhdev Singh Dhindsa Ji is a major loss to our nation. He was a towering statesman with great wisdom and an unwavering commitment to public service. He always had a grassroots level connect with Punjab, its people and culture. He championed issues like rural development, social justice and all-round growth. He always worked to make our social fabric even stronger. I had the privilege of knowing him for many years, interacting closely on various issues. My thoughts are with his family and supporters in this sad hour."