QuotePM Modi launches several development projects in Nagpur, Maharashtra
QuoteBoost to #DigitalIndia: PM Modi launches BHIM Aadhar interface for making payments
QuoteDespite facing several obstacles, there was no trace of bitterness or revenge in Dr. Babasaheb Ambedkar: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗପୁରର ଦୀକ୍ଷାଭୂମି ଗସ୍ତ କରିଛନ୍ତି । ସେଠାରେ ସେ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀରେ ତାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

|

ପ୍ରଧାନମନ୍ତ୍ରୀ କୋରାଡି ତାପଜ ଶକ୍ତି କେନ୍ଦ୍ରକୁ ଏକ ଫଳକ ଉନ୍ମୋଚନ ପୂର୍ବକ ଉଦଘାଟନ କରିଥିଲେ । ସେ ମଧ୍ୟ ପାୱାର ଷ୍ଟେସନର ପରିଚାଳନା ନିୟନ୍ତ୍ରଣ କକ୍ଷ ବୁଲି ଦେଖିଥିଲ ।

|

|
|

ମଙ୍କାପୁର ଇଣ୍ଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ସେ ଡିଜିଟାଲ ଫଳକ ଉନ୍ମୋଚନ ପୂର୍ବକ ନାଗପୁରରେ ଆଇଆଇଟି, ଆଇଆଇଏମ ଏବଂ ଏଆଇଆଇଏମଏସର ଆଧାରଶିଳା ରଖିଥିଲେ ।
ଦୀକ୍ଷାଭୁମିଠାରେ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଉପରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ । ଭାଗ୍ୟଶାଳୀ ଗ୍ରାହକ ଯୋଜନା ଏବଂ ଡିଜି-ଧନ ବ୍ୟାପାର ଯୋଜନା ଅଧୀନରେ ମେଗା ଡ୍ର ବିଜେତାମାନଙ୍କୁ ସେ ପୁରସ୍କାର ପ୍ରଦାନ କରିଥିଲେ ।

|
|

ପ୍ରଧାନମନ୍ତ୍ରୀ ଭୀମ ଆଧାରର ଶୁଭାରମ୍ଭ କରିଥିଲେ । ଏହା ହେଉଛି ଅଙ୍ଗୁଳି ଛାପର ବାୟୋମେଟ୍ରିକ ଚିହ୍ନଟ ଆଧାରରେ ଏକ ନଗଦବିହୀନ ଦେୟ ପ୍ରଦାନର ମାଧ୍ୟମ । 

|
|

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ, ଆମ୍ବେଦକର ଜୟନ୍ତୀ ଅବସରରେ ନାଗପୁରରେ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ଦୀକ୍ଷାଭୂମିରେ ପ୍ରାର୍ଥନା କରିବାର ସୁଯୋଗ ପାଇଥିବାରୁ ସେ ଗୌରବାନ୍ଵିତ ଅନୁଭବ କରୁଥିବାର ପ୍ରକାଶ କରିଥିଲେ ।

ସେ କହିଥିଲେ ଯେ ଡଃ ଆମ୍ବେଦକରଙ୍କ ମଧ୍ୟରେ ତିଳେ ମାତ୍ର ତିକ୍ତତା କିମ୍ବା ପ୍ରତିହିଂସା ଭାବ ନଥିଲା । ଏହାହିଁ ବାବାସାହେବ ଆମ୍ବେଦକରଙ୍କ ସ୍ୱତନ୍ତ୍ରତା ବୋଲି ସେ ମତ ଦେଇଥିଲେ ।
କୋରାଡି ପାୱାର ଷ୍ଟେସନ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଶକ୍ତି କ୍ଷେତ୍ରର ପ୍ରମୁଖ ଗୁରୁତ୍ୱ ରହିଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ସରକାର ଅଧିକ ଗୁରୁତ୍ୱ ଦେଉଥିବାର ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

|

ଭାରତ ସ୍ୱାଧୀନତା ପାଇବା କ୍ଷେତ୍ରରେ ଜନସାଧାରଣଙ୍କ ତ୍ୟାଗ ସମ୍ବନ୍ଧରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟ ବିଦ୍ୟୁତ, ଜଳ ତଥା ଅନ୍ୟାନ୍ୟ ମୂଳ ସୁବିଧା ଥିବା ନିଜର ଘର ରହିବାର ଆବଶ୍ୟକତା ନେଇ ନିଶ୍ଚିତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ, ଭୀମ ଆପ୍ ଦେଶବ୍ୟାପୀ ଅନେକ ବ୍ୟକ୍ତିଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରୁଛି । ଦୁର୍ନୀତିକୁ ଦୂର କରିବା ପାଇଁ ଡିଜି-ଧନ ଆନ୍ଦୋଳନ ମଧ୍ୟ ଏକ ସଫେଇ ମିଶନ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Indian economy 'resilient' despite 'fragile' global growth outlook: RBI Bulletin

Media Coverage

Indian economy 'resilient' despite 'fragile' global growth outlook: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
PM attends the Defence Investiture Ceremony-2025 (Phase-1)
May 22, 2025

The Prime Minister Shri Narendra Modi attended the Defence Investiture Ceremony-2025 (Phase-1) in Rashtrapati Bhavan, New Delhi today, where Gallantry Awards were presented.

He wrote in a post on X:

“Attended the Defence Investiture Ceremony-2025 (Phase-1), where Gallantry Awards were presented. India will always be grateful to our armed forces for their valour and commitment to safeguarding our nation.”