ମହାମହିମ, ପ୍ରଧାନମନ୍ତ୍ରୀ

ମୋର ବନ୍ଧୁ

ମାର୍କ ରୁଟ୍ଟ

ସମ୍ମାନିତ ପ୍ରତିନିଧିଗଣ

ଗଣମାଧ୍ୟମର ସଦସ୍ୟ

ପ୍ରଧାନମନ୍ତ୍ରୀ ମାର୍କ

ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧିମଣ୍ଡଳୀକୁ ଭାରତରେ ହାର୍ଦ୍ଦିକ ସ୍ୱାଗତ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ପ୍ରଧାନମନ୍ତ୍ରୀ ମାର୍କଙ୍କ ସହିତ ତାଙ୍କର 4 ଜଣ କ୍ୟାବିନେଟ ସହଯୋଗୀ, ହେଗ୍ ର ମେୟର ଏବଂ 200ରୁ ଊଦ୍ଧ୍ଵ ବ୍ୟବସାୟୀ ପ୍ରତିନିଧି ମଧ୍ୟ ଭାରତ ଆସିଛନ୍ତି । ନେଦରଲାଣ୍ଡସରୁ ଭାରତ ଆସିଥିବା ଏହା ସବୁଠୁ ବଡ଼ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ଅଟେ । ତେଣୁ ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଆମର ବାଣିଜ୍ୟ ଏବଂ ନିବେଶ ସମ୍ପର୍କରେ କେତେ ଗତି ରହିଛି । କେତେ ସମ୍ଭାବନା ରହିଛି । 2015ରେ ପ୍ରଧାନମନ୍ତ୍ରୀ ରୁଟ୍ଟ ପ୍ରଥମ ଥର ଲାଗି ଭାରତ ଆସିଥିଲେ । 2017ରେ ମୁଁ ନେଦରଲାଣ୍ଡସ ଯାଇଥିଲି । ଏବଂ ଆମର ତୃତୀୟ ଶିଖର ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଛି । ଏପରି ଖୁବ କମ ଦେଶ ଅଛି, ଯାହା ସହିତ ଆମ ସମ୍ପର୍କରେ ଉଚ୍ଚସ୍ତରୀୟ ଗସ୍ତର ଏ ପ୍ରକାରର ସ୍ଥିତି ରହିଛି ଏବଂ ମୁଁ ଏହି ସ୍ଥିତି ପାଇଁ, ଭାରତ ସହିତ ସମ୍ପର୍କକୁ ବ୍ୟକ୍ତିଗତ ଭାବେ ପ୍ରାଥମିକତା ଦେବା ଲାଗି, ମୁଁ ମୋର ମିତ୍ର ମାର୍କଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

|

 

ବନ୍ଧୁଗଣ,

ଆଜି ଆମେ ଦୁହେଁ ନିଜ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିର ସମୀକ୍ଷା କରିଥିଲୁ । କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରୀୟ ବିକାଶ ବିଷୟରେ ନିଜ ନିଜ ଅନୁମାନ ପରସ୍ପର ଆଗରେ ବ୍ୟକ୍ତ କରିଥିଲୁ । ଏବଂ ଆମେ ଦୁଇ ଦେଶର ପ୍ରମୁଖ ସିଇଓମାନଙ୍କୁ ମଧ୍ୟ ଭେଟିଲୁ । ଗତବର୍ଷ ଯେତେବେଳେ ମୁଁ ନେଦରଲାଣ୍ଡସ ଯାଇଥିଲି, ମୁଁ ମାର୍କଙ୍କୁ ଅନୁରୋଧ କରିଥିଲି ଯେ ସେ ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ହେବା ଲାଗି ସକାରାତ୍ମକ ଭାବେ ବିଚାର କରନ୍ତୁ । ସୌର ଶକ୍ତି କ୍ଷେତ୍ରରେ ନେଦରଲାଣ୍ଡସ ପାଖରେ ଯେଉଁ ପ୍ରଯୁକ୍ତି ରହିଛି, ଯେଉଁ ଅଭିଜ୍ଞତା ରହିଛି ଏବଂ ଯେଉଁ ସାମର୍ଥ୍ୟ ରହିଛି, ତା’ର ଲାଭ ସାରା ବିଶ୍ୱକୁ ମିଳିବା ଉଚିତ । ଆହୁରି ମୁଁ ଆନନ୍ଦିତ ଯେ ଆଜି ନେଦରଲାଣ୍ଡସ ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ହୋଇସାରିଛି । ଏହି ନିଷ୍ପତ୍ତି ଲାଗି ମୁଁ ପ୍ରଧାନମନ୍ତ୍ରୀ ରୁଟ୍ଟଙ୍କ ପ୍ରତି କୃତଜ୍ଞତା ଜଣାଉଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଠାରୁ ଆରମ୍ଭ କରି ବହୁପକ୍ଷୀୟ ରପ୍ତାନି ନିୟନ୍ତ୍ରଣ ପ୍ରଣାଳୀ ପର୍ଯ୍ୟନ୍ତ, ଭାରତ ଏବଂ ନେଦରଲାଣ୍ଡସ ମଧ୍ୟରେ ଖୁବ ଭଲ ଏବଂ ନିବିଡ଼ ସହଯୋଗ ଓ ସମନ୍ୱୟ ରହିଛି । ଏବେ ଅନ୍ତର୍ଜାତୀୟ ସୌର ମେଣ୍ଟ ଅନ୍ତର୍ଜାତୀୟ ମଞ୍ଚରେ ଆମର ସୁଦୃଢ଼ ସହଯୋଗର ଏକ ନୂଆ ଦିଗ ହେବ ।

ବନ୍ଧୁଗଣ,

ଭାରତ ଡଚ କମ୍ପାନୀଗୁଡ଼ିକ ପାଇଁ ନୂଆ ନୁହେଁ । ଅନେକ ବର୍ଷ ଧରି ଶତାଧିକ ଡଚ କମ୍ପାନୀ ଭାରତରେ କାମ କରୁଛନ୍ତି । ନେଦରଲାଣ୍ଡସ ଭାରତରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ପ୍ରତ୍ୟକ୍ଷ ବିଦେଶୀ ନିବେଶ ଲାଗି ପଞ୍ଚମ ସବୁଠୁ ବଡ଼ ସ୍ରୋତ ଅଟେ । ଏବଂ ଗତ କିଛି ଦିନ ହେବ ତୃତୀୟ ସବୁଠୁ ବଡ଼ ସ୍ରୋତ ଭାବେ ଉଭା ହୋଇଛି । ସେହିପରି ଭାରତୀୟ କମ୍ପାନୀଗୁଡ଼ିକର ନିବେଶ ଲାଗି ମଧ୍ୟ ନେଦରଲାଣ୍ଡସ ଅତ୍ୟନ୍ତ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ ଅଟେ । ଏବଂ ସେଥିପାଇଁ, ଉଭୟ ଦେଶର ସିଇଓମାନଙ୍କ ସହିତ ସାକ୍ଷାତ ଆଲୋଚନା ବେଶ ଉପଯୋଗୀ । ମୁଁ ଆନନ୍ଦିତ ଯେ ନେଦରଲାଣ୍ଡସର ବ୍ୟବସାୟୀ ଗୋଷ୍ଠୀ ଭାରତରେ ସୃଷ୍ଟି ହେଉଥିବା ସୁଯୋଗ ପ୍ରତି ଉତ୍ସାହପୂର୍ଣ୍ଣ ମନୋଭାବ ରଖିଛନ୍ତି । ମୁଁ ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଭାରତରେ ଅର୍ଥନୈତିକ ସଂସ୍କାର ପ୍ରତି ମୋର ଦୃଢ଼ ସମର୍ପଣ ବଜାୟ ରହିବ । କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଭାରତ ଲାଗି ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରସଙ୍ଗ ଆମ ଖାଦ୍ୟ ସୁରକ୍ଷା ସହ ଜଡ଼ିତ । ଏଥିସହିତ, ଭାରତର କୃଷକମାନଙ୍କ ଆୟ ଦୁଇ ଗୁଣା କରିବା ଲାଗି ଲକ୍ଷ୍ୟ ନିମନ୍ତେ ମଧ୍ୟ ଏହାର ଗୁରୁତ୍ୱ ରହିଛି । ଏହି କ୍ଷେତ୍ରରେ ନେଦରଲାଣ୍ଡସ ଉଚ୍ଚକୋଟ୍ଟୀର ସଫଳତା ପାଇଛି । ଗତ ବର୍ଷ ବିଶ୍ୱ ଫୁଡ ଇଣ୍ଡିଆରେ ନେଦରଲାଣ୍ଡସ ଦୃଷ୍ଟିଆକର୍ଷଣକାରୀ ଦେଶ ଭାବେ ଭାଗ ନେଇଥିଲା । ଏବଂ ମୋର ବିଶ୍ୱାସ ରହିଛି ଯେ 2019ରେ ଏହାର ପରବର୍ତ୍ତୀ ସଂସ୍କରଣରେ ନେଦରଲାଣ୍ଡସର ଭାଗିଦାରୀ ଆହୁରି ଅଧିକ ହେବ । ମୁଁ ଆନନ୍ଦିତ ଯେ ବାରାମତିରେ ପରିବା ଲାଗି ପ୍ରଥମ ଇଣ୍ଡୋ-ଡଚ ଉତ୍କର୍ଷ କେନ୍ଦ୍ର ଆରମ୍ଭ ହୋଇସାରିଛି । ଏହିପରି ଅନ୍ୟ କେନ୍ଦ୍ର ଉପରେ ମଧ୍ୟ ଆମେ ମିଳିମିଶି କାମ କରୁଛୁ । ଏହିପରି ସହରୀ ବିକାଶରେ ମଧ୍ୟ ଆମର ସହଯୋଗ ଗତିଶୀଳ ହେଉଛି । ବଡ଼ୋଦରା ଏବଂ ଦିଲ୍ଲୀରେ ବର୍ଜ୍ୟ ଜଳ ପରିଚାଳନା ପ୍ରକଳ୍ପ ଉତ୍ତମ ପ୍ରଗତି କରୁଛି । ବିଜ୍ଞାନ ଏବଂ ପ୍ରଯୁକ୍ତିରେ ଆମର ସହଯୋଗକୁ 10 ବର୍ଷ ପୂରଣ ହେଉଛି, ଏବଂ 2019ରେ ଭାରତରେ ଆୟୋଜିତ ହେବାକୁ ଥିବା ଟେକ ସମ୍ମିଳନୀରେ ନେଦରଲାଣ୍ଡସ ଭାଗିଦାରୀ ରାଷ୍ଟ୍ର ରୂପେ ଭାଗ ନେବା ଏହି ସଫଳ ସହଭାଗିତାକୁ ଆହୁରି ସୁଦୃଢ଼ କରିବ ।

|

ବନ୍ଧୁଗଣ,

ମୋ ସରକାରର ବୈଦେଶିକ ନୀତିର ଏକ ବଡ଼ ପ୍ରାଥମିକତା ହେଉଛି ବିଦେଶରେ ରହୁଥିବା ଭାରତୀୟ ସମାଜ ପ୍ରତି ଆମର ବିଶେଷ ଧ୍ୟାନ । ସେପ୍ଟେମ୍ବର 2017ରେ ସେଣ୍ଟ ମାର୍ଟନରେ ଆସିଥିବା ଝଡ଼ ସମୟରେ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଲାଗି ମିଳିଥିବା ସହଯୋଗ ନିମନ୍ତେ ମୁଁ ପ୍ରଧାନମନ୍ତ୍ରୀ ରୁଟ୍ଟ ଏବଂ ନେଦରଲାଣ୍ଡସର ସରକାରଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି ।

|

ମହାମହିମ,

ମୁଁ ପୁଣିଥରେ ଭାରତରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧିମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଅଛି ।

ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
PM Modi 3.0: A resounding mandate for a stronger, bolder, rising Bharat

Media Coverage

PM Modi 3.0: A resounding mandate for a stronger, bolder, rising Bharat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Bhagwan Birsa Munda
June 09, 2025

The Prime Minister, Shri Narendra Modi paid tributes to great hero of the freedom struggle, Bhagwan Birsa Munda on the occasion of his Martyr's Day today.

The Prime Minister stated that Bhagwan Birsa Munda dedicated his life to the welfare of tribal brothers and sisters and the protection of their rights. He added that his sacrifice and devotion will continue to inspire the people of the country.

The Prime Minister posted on X;

"स्वतंत्रता संग्राम के महानायक भगवान बिरसा मुंडा जी को उनके बलिदान दिवस पर आदरपूर्ण श्रद्धांजलि। आदिवासी भाई-बहनों के कल्याण और उनके अधिकारों की रक्षा के लिए उन्होंने अपना जीवन समर्पित कर दिया। उनका त्याग और समर्पण देशवासियों को सदैव प्रेरित करता रहेगा।"