QuoteOur focus is to make our education system the most advanced and modern for students of our country: PM
Quote21st century is the era of knowledge. This is the time for increased focus on learning, research, innovation: PM Modi
QuoteYoungsters should not stop doing three things: Learning, Questioning, Solving: PM Modi

ଆପଣମାନେ ଏକକୁ ଆରେକ ସମାଧାନ ଉପରେ କାମ କରୁଛନ୍ତି । ଦେଶ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି, ଏଗୁଡ଼ିକ ତା’ର ସମାଧାନ କରିବା ସହିତ ଡାଟା, ଡିଜିଟାଇଜେସନ ଏବଂ ହାଇଟେକ ଫ୍ୟୁଚରକୁ ନେଇ ଭାରତର ଆକାଂକ୍ଷାକୁ ମଧ୍ୟ ମଜବୁତ କରୁଛନ୍ତି ।

ସାଥୀଗଣ, ଆମେ ଏ କଥାକୁ ନେଇ ଗର୍ବିତ ଯେ ବିଗତ ଶତାବ୍ଦୀରେ ଆମେ ବିଶ୍ୱକୁ ଅନେକ ଉତ୍କୃଷ୍ଟ ବୈଜ୍ଞାନିକ, ଉନ୍ନତ ପ୍ରଯୁକ୍ତିବିତ, ପ୍ରଯୁକ୍ତି ଉଦ୍ୟମର ନେତୃତ୍ୱମାନଙ୍କୁ ଭେଟି ଦେଇଛୁ । କିନ୍ତୁ ଏହା ହେଉଛି ଏକ ବିଂଶ ଶତାବ୍ଦୀ ଏବଂ ଦ୍ରୁତ ଗତିରେ ବଦଳୁଥିବା ଦୁନିଆରେ ଭାରତ ନିଜର ସେହି ପ୍ରଭାବୀ ଭୂମିକା ତୁଲାଇବା ଲାଗି ସେତିକି ତୀବ୍ର ଗତିରେ ନିଜକୁ ବଦଳାଇବାକୁ ପଡ଼ିବ ।

ଏହି ଚିନ୍ତାଧାରା ସହିତ ଏବେ ଦେଶରେ ନବୋନ୍ମେଷ, ଗବେଷଣା, ଡିଜାଇନ, ବିକାଶ, ଉଦ୍ୟମିତା ଲାଗି ଆବଶ୍ୟକ ଇକୋ ସିଷ୍ଟମ ଦ୍ରୁତ ଗତିରେ ପ୍ରସ୍ତୁତ କରାଯାଉଛି । ଏବେ ଶଣିକ୍ଷାର ଗୁଣବତ୍ତା ଉପରେ ବିଶେଷ ଜୋର ଦିଆଯାଉଛି । ଏକବିଂଶ ଶତାବ୍ଦୀର ପ୍ରଯୁକ୍ତିକୁ ସାଧୀରେ ନେଇ, ଏହି ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରୁଥିବା ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଜରୁରି ।

|

 

ପ୍ରଧାନମନ୍ତ୍ରୀ ଇ-ବିଦ୍ୟା କାର୍ଯ୍ୟକ୍ରମ ହେଉ କିମ୍ବା ଅଟଳ ଇନୋଭେସନ ମିଶନ, ଦେଶରେ ବୈଜ୍ଞାନିକ ମନୋଭାବକୁ ବଢ଼ାଇବା ଲାଗି ଅନେକ କ୍ଷେତ୍ରରେ ଉଦ୍ୟମ କରାଯାଉଛି । ବୃତ୍ତି ସମ୍ପ୍ରସାରଣ ହେଉ କିମ୍ବା କ୍ରୀଡ଼ା କ୍ଷେତ୍ର ସହିତ ଜଡ଼ିତ ପ୍ରତିଭାମାନଙ୍କୁ ଆଧୁନିକ ସୁବିଧା ଓ ଆର୍ଥିକ ସହାୟତା, ଗବେଷଣାକୁ ପ୍ରୋତ୍ସାହନ ଦେଉଥିବା ଯୋଜନା ହେଉ ଅଥବା ଭାରତରେ ବିଶ୍ୱସ୍ତରୀୟ 20ଟି ଉତ୍କର୍ଷ ସଂସ୍ଥାନ ନିର୍ମାଣ ଅଭିଯାନ, ଅନଲାଇନ ଏଜୁକେସନ ନିମନ୍ତେ ନୂଆ ସମ୍ବଳର ନିର୍ମାଣ ହେଉ କିମ୍ବା ପୁଣି ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ଭଳି ଅଭିଯାନ, ଏସବୁ ପ୍ରୟାସ ଭାରତର ଶିକ୍ଷା ବ୍ୟବସ୍ଥାକୁ ଆହୁରି ଆଧୁନିକ କରିବା, ଏଠାକାର ପ୍ରତିଭାମାନଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ପ୍ରଦାନ କରିବା ନିମନ୍ତେ କରାଯାଉଛି ।

ସାଥୀଗଣ, ଏହି ଅଧ୍ୟାୟ ସହ ଜଡ଼ିତ କିଛିଦିନ ପୂର୍ବରୁ ନୂଆ ଶିକ୍ଷା ନୀତି ଘୋଷଣା କରାଯାଇଛି । ଏହି ନୀତିରେ ଏକବିଂଶ ଶତାବ୍ଦୀର ଯୁବପିଢ଼ିଙ୍କ ଚିନ୍ତାଧାରା, ସେମାନଙ୍କର ଆବଶ୍ୟକତା, ସେମାନଙ୍କର ଆଶା-ଆକାଂକ୍ଷାକୁ ଦେଖି ପ୍ରସ୍ତୁତ କରିବା ଲାଗି ବ୍ୟାପକ ପ୍ରୟାସ କରାଯାଇଛି ।
ଏହା ବାସ୍ତବ ଅର୍ଥରେ ସମଗ୍ର ଭାରତ ବର୍ଷ, ଭାରତର ସ୍ୱପ୍ନ, ଭାରତର ଭବିଷ୍ୟତ ପିଢ଼ିର ଆଶାଆକାଂକ୍ଷାକୁ ନିଜ ଭିତରେ ସମାହିତ କରି ନୂତନ ଭାରତର ଶିକ୍ଷା ନୀତି ରୂପରେ ଉଭା ହୋଇଛି । ଏଥିରେ ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ରାଜ୍ୟର ବିଦ୍ୱାନମାନଙ୍କର ବିଚାରକୁ ସମାବିଷ୍ଟ କରାଯାଇଛି । ତେଣୁ ଏହା କେବଳ ଏକ ନୀତି ଦସ୍ତାବିଜ ନୁହେଁ ବରଂ 130 କୋଟିରୁ ଊର୍ଦ୍ଧ୍ଵ ଭାରତୀୟଙ୍କ ଆକାଂକ୍ଷାର ପ୍ରତିଫଳନ ।

|

 

ସାଥୀଗଣ, ଆପଣମାନେ ନିଜ ଆଖପାଖରେ ଦେଖିପାରୁଥିବେ, ଆଜି ବି ଅନେକ ପିଲାମାନଙ୍କୁ ଲାଗୁଛି ଯେ ସେମାନଙ୍କୁ ଏପରି ଏକ ବିଷୟ ଆଧାରରେ ତୁଳନା କରାଯାଉଛି, ଯେଉଁଥିରେ ସେମାନଙ୍କର କୌଣସି ଆଗ୍ରହ ନାହିଁ । ମାତା-ପିତାଙ୍କର, ସମ୍ପର୍କୀୟ, ବନ୍ଧୁ, ସମ୍ପୂର୍ଣ୍ଣ ପରିବେଶର ପ୍ରେସର ରହିଲେ ଅନ୍ୟମାନେ ଚୟନ କରୁଥିବା ବିଷୟ ସେମାନେ ପଢ଼ିବା ଆରମ୍ଭ କରିଥାନ୍ତି । ଏହି ବାଧ୍ୟବାଧକତା ଦେଶର ଜନସଂଖ୍ୟାରେ ଏପରି ଏକ ସମୁଦାୟ ସୃଷ୍ଟି କରିଛି, ଯେଉଁମାନେ ଲେଖାପଢ଼ା ତ’ ଜାଣିଛନ୍ତି, କିନ୍ତୁ ସେମାନେ ଯାହା ପଢ଼ିଛନ୍ତି ସେଥିମଧ୍ୟରୁ ଅଧିକାଂଶ ତାଙ୍କର କାମରେ ଲାଗୁ ନାହିଁ । ଏକାଧିକ ଡିଗ୍ରୀ ହାସଲ କରିଥିଲେ ସୁଦ୍ଧା ସେମାନେ ନିଜ ଭିତରେ ଏକ ଅଧୁରାପଣର ଅନୁଭବ କରୁଛନ୍ତି । ସେମାନଙ୍କ ଭିତରେ ଯେଉଁ ଆତ୍ମବିଶ୍ୱାସ, ମନୋବଳ ରହିବା ଆବଶ୍ୟକତା ତା’ର ଅଭାବ ରହୁଛି । ଏହାର ପ୍ରଭାବ ସେମାନଙ୍କର ସମ୍ପୂର୍ଣ୍ଣ ଜୀବନଯାତ୍ରା ଉପରେ ପଡ଼ୁଛି ।

ସାଥୀଗଣ, ନୂଆ ଶିକ୍ଷା ନୀତି ମାଧ୍ୟମରେ ଏହି ଆଭିମୁଖ୍ୟକୁ ବଦଳାଇବା ଲାଗି ପ୍ରୟାସ କରାଯାଉଛି, ପୂର୍ବରୁ ଥିବା ଅଭାବକୁ ଦୂର କରାଯାଉଛି । ଭାରତର ଶିକ୍ଷା ବ୍ୟବସ୍ଥାରେ ଏବେ ଏକ ବ୍ୟବସ୍ଥିତ ସଂସ୍କାର, ଶିକ୍ଷାର ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁ, ଉଭୟକୁ ପରିବର୍ତ୍ତନ କରିବାର ପ୍ରୟାସ କରାଯାଇଛି ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀ ହେଉଇ ଜ୍ଞାନର ଶତାବ୍ଦୀ । ବର୍ତ୍ତମାନ ସମୟରେ ଶିକ୍ଷଣ, ଗବେଷଣା, ନବୋନ୍ମେଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଭାରତର ଜାତୀୟ ଶିକ୍ଷା ନୀତି, 2020ରେ ଠିକ ଏହି ଦିଗ ପ୍ରତି ହିଁ ଧ୍ୟାନ ଦିଆଯାଇଛି । ଏହି ନୀତି ଆପଣଙ୍କ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଅଭିଜ୍ଞତାକୁ : ଫଳପ୍ରଦ, ବିସ୍ତୃତ କରିବ । ଏହା ଆପଣଙ୍କ ପ୍ରକୃତ ଆଗ୍ରହ ପାଇଁ ମାର୍ଗଦର୍ଶନ କରିବ ।
ବନ୍ଧୁଗଣ, ଭାରତରେ ଆପଣମାନେ ଶ୍ରେଷ୍ଠ ଓ ଜାଜ୍ଜୁଲ୍ୟମାନ ପ୍ରତିଭା । ଏହି ହ୍ୟାକାଥନ ଜରିଆରେ ସମସ୍ୟା ସମାଧାନ କରିବା ଆପଣଙ୍କ ପାଇଁ ପ୍ରଥମ ନୁହେଁ, ଶେଷ ମଧ୍ୟ ନୁହେଁ । ମୁଁ ଚାହୁଁଛି, ଆପଣମାନେ ଏବଂ ଆପଣଙ୍କ ଭଳି ଯୁବପିଢ଼ି ତିନୋଟି କଥା କେବେ ଛାଡ଼ନ୍ତୁ ନାହିଁ : ଅଧ୍ୟୟନ, ଅନୁସନ୍ଧାନ ଓ ସମାଧାନ ।

ଆପଣ ଯେତେବେଳେ ଶିକ୍ଷା ଲାଭ କରିଥାନ୍ତି, ଆପଣମାନେ ପ୍ରଶ୍ନ ପଚାରିବାର ଜ୍ଞାନ ହାସଲ କରିଥାନ୍ତି । ଆପଣ ପ୍ରଶ୍ନ ପଚାରିଲେ, ସମସ୍ୟା ସମାଧାନ ଲାଗି ଅଭିନବ ପଦ୍ଧତି ପାଇପାରିଥାନ୍ତି । ଆପଣମାନେ ତାହା କରିପାରିଲେ ପ୍ରଗତି ହାସଲ କରିଥାନ୍ତି । ଆପଣମାନଙ୍କ ପ୍ରୟାସ କାରଣରୁ ଆମର ଦେଶ ପ୍ରଗତୀ ହାସଲ କରିଥାଏ । ଆମ ପୃଥିବୀ ସମୃଦ୍ଧ ହୋଇଥାଏ ।

ବନ୍ଧୁଗଣ, ଭାରତର ଜାତୀୟ ଶିକ୍ଷା ନୀତି ଏସବୁ ଭାବନା ପ୍ରତିଫଳିତ କରିଥାଏ । ଆମେ ବହିବସ୍ତାନିର ବୋଝ ହ୍ରାସ କରିବାକୁ ଚାହୁଁଛୁ, ଯାହା ବିଦ୍ୟାଳୟ ଠାରୁ ବାହାରେ ତିଷ୍ଠି ପାରିନଥାଏ । ଏହା ବଦଳରେ ଆମେ ଜୀବନ ପାଇଁ ସହାୟକ ହେଉଥିବା ଶିକ୍ଷାର ବରଦାନ ସେବାକୁ ଚାହୁଁଛୁ । କେବଳ ସାଧାରଣ ଭାବେ ମନେ ରଖିବା ବଦଳରେ ମହତ୍ୱପୂର୍ଣ୍ଣ ଚିନ୍ତା ଧାରା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ବହୁ ବର୍ଷ ଧରି, ବ୍ୟବସ୍ଥାର ସୀମାବଦ୍ଧତା ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ଆଉ ନୁହେଁ! ଜାତୀୟ ଶିକ୍ଷା ନୀତି ଯୁବ ଭାରତର ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ଏହା ବ୍ୟବସ୍ଥା କୈନ୍ଦ୍ରିକ ନୁହେଁ, ଏହା ଜନକୈନ୍ଦ୍ରିକ ଓ ଭବିଷ୍ୟତ କୈନ୍ଦ୍ରିକ ।

|

 

ବନ୍ଧୁଗଣ, ଏହି ନୀତିର ସବୁଠୁ ଉତ୍ସାହଜନକ ଦିଗଟି ହେଉଛି ଆନ୍ତଃବିଷୟକ ଅଧ୍ୟୟନ ଉପରେ ଜୋର ଦିଆଯିବା । ଏହି ଚିନ୍ତାଧାରା ଦିନକୁ ଦିନ ଲୋକପ୍ରିୟତା ଅର୍ଜନ କରୁଛି । ଏହା ହେବା ମଧ୍ୟ ଉଚିତ । ଗୋଟିଏ ଢାଂଚା ସମସ୍ତଙ୍କ ପାଇଁ ପ୍ରଜୁଯ୍ୟ ନୁହେଁ । କେବଳ ଗୋଟିଏ ବିଷୟ ଆପଣଙ୍କର ଆକଳନ କରିପାରିବ ନାହିଁ । କିଛି ନୂଆ ଆବିଷ୍କାର କରିବା କ୍ଷେତ୍ରରେ କୌଣସି ସୀମା ରହିବା ଅନୁଚିତ । ମାନବ ସଭ୍ୟତାରେ ଅନେକ ମହାମନିଷୀମାନଙ୍କର ଉଦାହରଣ ରହିଛି ଯେଉଁମାନେ ବିବିଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । ଆର୍ଯ୍ୟଭଟ୍ଟ ହୁଅନ୍ତୁ ଅବା ଲିଓନାର୍ଡୋ ଦା ଭିନ୍ସି, ଅବା ପୁଣି ହେଲେନ କେଲର, ଗୁରୁଦେବ ରବିନ୍ଦ୍ର ନାଥ ଠାକୁର । ବର୍ତ୍ତମାନ ଆମେ କଳା, ବିଜ୍ଞାନ, ବାଣିଜ୍ୟ ମଧ୍ୟରେ ରହିଥିବା ପାରମ୍ପରିକ ସୀମା ହଟେଇ ଦେଇଛୁ । ଯଦି କେହି ଆଗ୍ରହୀ ଅଛନ୍ତି, ସେ ଗଣିତ ଓ ସଙ୍ଗୀତ, କିମ୍ବା କୋଡିଙ୍ଗ ଓ ରସାୟନ ବିଜ୍ଞାନ ଏକ ସଙ୍ଗେ ଶିକ୍ଷା ଲାଭ କରିପାରିବେ । ବିଦ୍ୟାର୍ଥୀ କ’ଣ ପଢ଼ିବାକୁ ଚାହୁଁଛି ତାହା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ସମାଜ କ’ଣ ଚାହୁଁଛି ତାହା ବିଦ୍ୟାର୍ଥୀ ପଢ଼ିବ ନାହିଁ । ଆନ୍ତଃବିଷୟକ ଅଧ୍ୟୟନ ଆପଣଙ୍କୁ ନିୟନ୍ତ୍ରଣ ପ୍ରଦାନ କରିବ । ଏହି ପ୍ରକ୍ରିୟାରେ ଆପଣ ନମନୀୟତାର ବିକଳ୍ପ ପାଇବେ ।

ଜାତୀୟ ଶିକ୍ଷା ନୀତିରେ, ନମନୀୟତାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏକାଧିକ ପ୍ରବେଶ ଓ ପ୍ରସ୍ଥାନର ବ୍ୟବସ୍ଥା ଏଥିରେ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ କୌଣସି ଗୋଟିଏ ମାର୍ଗ ଥିବା ବ୍ୟବସ୍ଥା ନାହିଁ । ସ୍ନାତକ ଅଧ୍ୟୟନ ତିନି କିମ୍ବା ଚାରି ବର୍ଷର ହୋଇପାରେ । ଛାତ୍ରଛାତ୍ରୀମାନେ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟର ସୁବିଧା ନେଇପାରିବେ, ଏଥିରେ ହାସଲ କରାଯାଇଥିବା ସମସ୍ତ ଏକାଡେମିକ କ୍ରେଡିଟ ରହିପାରିବ । ଶେଷରେ ଡିଗ୍ରୀ ହାସଲ କରିବା ସମୟରେ ଏଗୁଡ଼ିକୁ ହସ୍ତାନ୍ତରିତ ଓ ଗଣତି କରାଯାଇପାରିବ । ଏପରି ନମନୀୟତା ଆମ ଶିକ୍ଷା ବ୍ୟବସ୍ଥାରେ ଦୀର୍ଘଦିନର ଆବଶ୍ୟକତା ଭାବେ ରହିଆସିଥିଲା । ମୁଁ ଆନନ୍ଦିତ ଯେ ଜାତୀୟ ଶିକ୍ଷା ନୀତିରେ ଏହି ପ୍ରସଙ୍ଗ ପ୍ରତି ଗୁରୁତ୍ୱାରୋପ କରାଯାଇଛି ।

ବନ୍ଧୁଗଣ, ପ୍ରାଥମିକ ଶିକ୍ଷା ସ୍ତରରୁ ସମସ୍ତଙ୍କ ନିକଟରେ ଶିକ୍ଷାର ଉପଲବ୍ଧତା ଉପରେ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱାରୋପ କରାଯାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ, ମୋଟ ପଞ୍ଜୀକରଣ ଅନୁପାତକୁ 2035 ସୁଦ୍ଧା 50 ପ୍ରତିଶତକୁ ବଢ଼ାଇବା ଲାଗି ଲକ୍ଷ୍ୟ ରଖାଯାଇଛି । ଲିଙ୍ଗଗତ ସମାବେଶ ପାଣ୍ଠି, ସ୍ୱତନ୍ତ୍ର ଶିକ୍ଷା ଅଂଚଳ, ମୁକ୍ତ ଓ ଦୂରସ୍ଥ ଶିକ୍ଷା ପାଇଁ ବିକଳ୍ପ ଆଦି ପଦକ୍ଷେପ ମଧ୍ୟ ବିଶେଷ ସହାୟକ ହୋଇପାରିବ ।

ବନ୍ଧୁଗଣ, ଆମ ସମ୍ବିଧାନର ନିର୍ମାତା, ଆମେ ଦେଶର ମହାନ ଶିକ୍ଷାବିତ୍ତ ବାବା ସାହେବ ଆମ୍ବେଦକର କହିଥିଲେ, ଶିକ୍ଷା ଏପରି ହେବା ଉଚିତ ଯାହା ସମସ୍ତଙ୍କ ନିକଟରେ ପହଁଚୁଥିବ, ସମସ୍ତଙ୍କ ପାଇଁ ସୁଲଭ ହୋଇଥିବ । ଏହି ଶିକ୍ଷା ନୀତି, ତାଙ୍କର ଏହି ବିଚାର ପ୍ରତି ମଧ୍ୟ ସମର୍ପିତ । ଏହି ଶିକ୍ଷା ନୀତି, ଚାକିରି ଆଶାୟୀଙ୍କ ପରିବର୍ତ୍ତେ ଚାକିରି ସୃଷ୍ଟିକାରୀ ତିଆରି କରିବା ଉପରେ ଗୁରୁତ୍ୱ ଦେଉଛି । ଅର୍ଥାତ ଏକପ୍ରକାରରେ ଏହା ଆମର ମନୋଭାବରେ, ଆମର ଆଭିମୁଖ୍ୟରେ ସଂସ୍କାର ଆଣିବାର ପ୍ରୟାସ । ଏହି ନୀତି ମାଧ୍ୟମରେ ଏପରି ଆତ୍ମନିର୍ଭରଶୀଳ ଯୁବପିଢ଼ି ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି, ଯାହା ନିକଟରେ ଚାକିରି କରିବା, ସେବା କରିବା କିମ୍ବା ଉଦ୍ୟମୀ ହେବା ଲାଗି ନିଷ୍ପତ୍ତି ନେବାର କ୍ଷମତା ରହିଥିବ ।
ବନ୍ଧୁଗଣ, ଆମ ଦେଶରେ ଭାଷା ସବୁବେଳେ ଏକ ସମ୍ବେଦନଶୀଳ ବିଷୟ ହୋଇ ରହିଆସିଛି । ଏହାର ଏକ ବଡ଼ କାରଣ ହେଉଛି ଆମର ଏଠାରେ ସ୍ଥାନୀୟ ଭାଷାକୁ ଯଥାରୂପରେ ରହିବାକୁ ଛାଡ଼ି ଦିଆଯାଇଛି, ତା’କୁ ପୋଷିତ କରିବା କିମ୍ବା ଆଗକୁ ବଢ଼ିବାର ସୁଯୋଗ ମିଳିନାହିଁ । ଏବେ ଶିକ୍ଷା ନୀତିରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଦ୍ୱାରା ଭାଷାଗୁଡ଼ିକ ଆଗକୁ ବଢ଼ିବ, ସେଗୁଡ଼ିକ ଆହୁରି ବିକଶିତ ହୋଇପାରିବେ । ଏଗୁଡ଼ିକ ଭାରତୀୟ ଜ୍ଞାନକୁ ବଢ଼ାଇବା ସହିତ ଭାରତର ଏକତାକୁ ମଧ୍ୟ ସମୃଦ୍ଧ କରିବେ । ଆମ ଭାରତୀୟ ଭାଷାରେ ଅନେକ ସମୃଦ୍ଧ ରଚନା ରହିଛି, ଶହ ଶହ ବର୍ଷ ପୁରୁଣା ଜ୍ଞାନ ରହିଛି, ଅନୁଭୂତି ରହିଛି, ଏଗୁଡ଼ିକର ଏବେ ଆହୁରି ଅଧିକ ବିସ୍ତାର ହେବ । ଏହାଦ୍ୱାରା ବିଶ୍ୱ ମଧ୍ୟ ଭାରତର ସମୃଦ୍ଧ ଭାଷା ସହିତ ପରିଚିତ ହୋଇପାରିବ । ଆହୁରି ଏକ ବଡ଼ ଲାଭ ହେବ ଯେ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରାରମ୍ଭିକ ବଷଗୁଡ଼ିକରେ ନିଜ ଭାଷାରେ ହିଁ ଶିଖିବାର ସୁଯୋଗ ମିଳିପାରିବ ।
ଏହାଦ୍ୱାରା ସେମାନଙ୍କ ପ୍ରତିଭା ଆହୁରି ପ୍ରଷ୍ଫୁଟିତ ହୋଇପାରିବ । ସେମାନଙ୍କ ନିକଟରେ ବୁଝିବାର ଅଧିକ ସୁଯୋଗ ରହିବ । ସେମାନେ ସହଜ ହୋଇ, ବିନା ଚାପରେ ଅନେକ କଥା ଶିଖିପାରିବେ, ଶିକ୍ଷା ସହିତ ଯୋଡ଼ି ହୋଇପାରିବେ । ବର୍ତ୍ତମାନ ଜିଡିପି ଆଧାରରେ ବିଶ୍ୱର ଶୀର୍ଷ 20ଟି ଦେଶର ତାଲିକାକୁ ଦେଖିଲେ ଅଧିକାଂଶ ଦେଶ ନିଜର ରାଷ୍ଟ୍ରଭାଷା, ମାତୃଭାଷାରେ ହିଁ ଶିକ୍ଷାଦାନ କରୁଛନ୍ତି । ଏ ଦେଶଗୁଡ଼ିକ ନିଜ ଦେଶର ଯୁବକମାନଙ୍କ ଚିନ୍ତାଧାରା ଓ ବୁଦ୍ଧିମତାକୁ ନିଜ ଭାଷାରେ ହିଁ ବିକଶିତ କରୁଛନ୍ତି । ବିଶ୍ୱ ସହିତ ବାର୍ତ୍ତାଳାପ କରିବା ଲାଗି ଅନ୍ୟ ଭାଷା ଉପରେ ମଦ୍ୟ ଗୁରୁତ୍ୱାରୋପ କରୁଛନ୍ତି । ଏହି ନୀତି ଓ ରଣନୀତି ଏକବିଂଶ ଶତାବ୍ଦୀର ଭାରତ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଭାରତ ନିକଟରେ ଭାଷାର ଅଦ୍ଭୂତ ଭଣ୍ଡାର ରହିଛି, ଯେଉଁଗୁଡ଼ିକୁ ଶିଖିବା ଲାଗି ଗୋଟିଏ ଜୀବନକାଳ ମଧ୍ୟ କମ ହୋଇଯିବ ଏବଂ ଆଜି ବିଶ୍ୱ ମଧ୍ୟ ଏଥିପାଇଁ ଲାଳାୟିତ ।
ବନ୍ଧୁଗଣ, ନୂଆ ଶିକ୍ଷା ନୀତିର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି । ଏଥିରେ ଲୋକାଲ ଉପରେ ଯେତିକି ଗୁରୁତ୍ୱାରୋପ କରାଯାଇଛି, ତା’କୁ ଗ୍ଲୋବାଲ ସହିତ ଯୋଡ଼ିବା ଲାଗି ମଧ୍ୟ ସେତିକି ଜୋର ଦିଆଯାଇଛି । ଗୋଟିଏ ପଟେ ସ୍ଥାନୀୟ ଲୋକକଳା, ବିଦ୍ୟା, ଶାସ୍ତ୍ରୀୟ କଳା ଓ ଜ୍ଞାନକୁ ସ୍ୱାଭାବିକ ସ୍ଥାନ ଦେବା କଥା କୁହାଯାଇଥିବା ବେଳେ ଅନ୍ୟପଟେ ଶୀଷ ବୈଶ୍ୱିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାରତରେ କ୍ୟାମ୍ପସ ଖୋଲିବା ନିମନ୍ତେ ଆମନ୍ତ୍ରଣ କରାଯାଇଛି । ଏହାଦ୍ୱାରା ଆମର ଯୁବକମାନଙ୍କୁ ଭାରତରେ ହିଁ ବିଶ୍ୱସ୍ତରୀୟ ସୁଯୋଗ ଓ ଅବସର ମିଳିବ ତଥା ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତା ଲାଗି ଅଧିକ ପ୍ରସ୍ତୁତି ମଧ୍ୟ ହୋଇପାରିବ । ଏହାଦ୍ୱାରା ଭାରତରେ ବିଶ୍ୱସ୍ତରୀୟ ସଂସ୍ଥାନ ନିର୍ମାଣରେ, ଭାରତକୁ ଗ୍ଲୋବାଲ ଏଜୁକେସନର କେନ୍ଦ୍ର ହେବାରେ ଅନେକ ସହାୟତା ମିଳିପାରିବ ।

ସାଥୀଗଣ, ଦେଶର ଯୁବଶକ୍ତି ଉପରେ ମୋର ସବୁବେଳେ ଭରସା ରହିଆସିଛି । କାହିଁକି ଏ ଭରସା, ତାହା ଦେଶର ଯୁବପିଢ଼ିମାନେ ବାରମ୍ବାର ପ୍ରମାଣିତ କରିଆସିଛନ୍ତି । ନିକଟରେ କରୋନାରୁ ସୁରକ୍ଷିତ ରହିବା ଲାଗି ଫେସ ଶିଲ୍ଡର ଚାହିଦା ଖୁବ ବଢ଼ିଯାଇଥିଲା । ଏହି ଚାହିଦାକୁ ଥ୍ରୀଡି ପ୍ରିଂଟିଂ ଟେକ୍ନୋଲୋଜି ସହିତ ସମ୍ପୂର୍ଣ୍ଣ କରିବା ଲାଗି ବହୁସଂଖ୍ୟକ ଯୁବପିଢ଼ି ଆଗେଇ ଆସିଲେ । ପିପିଇ ଓ ଅନ୍ୟ ମେଡ଼ିକାଲ ଉପକରଣ ଲାଗି ଯେପରି ଦେଶର ଯୁବ ଇନୋଭେଟର୍ସମାନେ, ଉଦ୍ୟମୀମାନେ ଆଗେଇ ଆସିଲେ, ତା’ର ଚର୍ଚ୍ଚା ଏବେ ସବୁଆଡ଼େ । ଆରୋଗ୍ୟ ସେତୁ ଆପ ରୂପରେ ଯୁବ ଡେଭଲପର୍ସମାନେ କୋଭିଡର ଟ୍ରାକିଂ ଲାଗି ଏକ ଉନ୍ନତ ମାଧ୍ୟମ ଦେଶକୁ ଖୁବ କମ ସମୟ ମଧ୍ୟରେ ପ୍ରସ୍ତୁତ କରି ଦେଇଛନ୍ତି ।
ବନ୍ଧୁଗଣ, ଆପଣମାନେ ସମସ୍ତେ ଯୁବକ, ଆତ୍ମନିର୍ଭର ଭାରତର ଆକାଂକ୍ଷା ଶକ୍ତି ଅଟନ୍ତି । ଦେଶର ଗରିବମାନଙ୍କୁ ଏକ ଉନ୍ନତ ଜୀବନ ଦେବା ଲାଗି, ସହଜ ଜୀବନଧାରଣ ନିମନ୍ତେ ଆମର ଲକ୍ଷ୍ୟ ହାସଲ କରିବାରେ ଆପଣମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । ସବୁବେଳେ ମୋର ବିଶ୍ୱାସ ରହିଆସିଛି ଯେ ଦେଶର ସବୁ ସମସ୍ୟାର ସମାଧାନ ମାର୍ଗ ଯୁବପିଢ଼ିଙ୍କ ନିକଟରେ ରହିଛି । ପ୍ରତ୍ୟେକ ଆବଶ୍ୟକତା ସମୟରେ ଯେତେବେଳେ ମଧ୍ୟ ଦେଶ ନିଜ ଯୁବ ଇନୋଭେଟର୍ସଙ୍କ ଆଡ଼କୁ ଦେଖିଛି, ସେମାନେ ନିରାଶ କରିନାହାନ୍ତି ।

ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ମାଧ୍ୟମରେ ମଧ୍ୟ ବିଗତ ବର୍ଷ ଅଦ୍ଭୂତ ନବୋନ୍ମେଷ ଦେଶକୁ ମିଳିଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏହି ହ୍ୟାକାଥନ ପରେ ମଧ୍ୟ ଆପଣମାନେ ସମସ୍ତେ ଯୁବ ସାଥୀ, ଦେଶର ଆବଶ୍ୟକତାକୁ ବୁଝି, ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି, ନୂଆ ନୂଆ ସମାଧାନ ଉପରେ କାମ କରିଚାଲିବେ ।

ମୁଁ ପୁଣିଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

 
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
After Operation Sindoor, a diminished terror landscape

Media Coverage

After Operation Sindoor, a diminished terror landscape
NM on the go

Nm on the go

Always be the first to hear from the PM. Get the App Now!
...
PM Modi's address to the nation
May 12, 2025
QuoteToday, every terrorist knows the consequences of wiping Sindoor from the foreheads of our sisters and daughters: PM
QuoteOperation Sindoor is an unwavering pledge for justice: PM
QuoteTerrorists dared to wipe the Sindoor from the foreheads of our sisters; that's why India destroyed the very headquarters of terror: PM
QuotePakistan had prepared to strike at our borders,but India hit them right at their core: PM
QuoteOperation Sindoor has redefined the fight against terror, setting a new benchmark, a new normal: PM
QuoteThis is not an era of war, but it is not an era of terrorism either: PM
QuoteZero tolerance against terrorism is the guarantee of a better world: PM
QuoteAny talks with Pakistan will focus on terrorism and PoK: PM

ପ୍ରିୟ ଦେଶବାସୀ,

ନମସ୍କାର

ଆମେ ସମସ୍ତେ ଗତ କିଛିଦିନ ହେବ ଦେଶର ଶକ୍ତି ଏବଂ ସଂଯମ ଉଭୟକୁ ଦେଖିଛୁ। ସର୍ବପ୍ରଥମେ, ମୁଁ ପ୍ରତ୍ୟେକ ଭାରତୀୟଙ୍କ ତରଫରୁ ଭାରତର ପରାକ୍ରମୀ ସେନାବାହିନୀ, ସଶସ୍ତ୍ର ବଳ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ‘ଅପରେସନ୍ ସିନ୍ଦୁର’ର ଲକ୍ଷ୍ୟ ହାସଲ କରିବା ପାଇଁ ଆମର ସାହସୀ ସୈନିକମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ। ମୁଁ ସେମାନଙ୍କର ବୀରତ୍ୱ, ସାହସ ଏବଂ ପରାକ୍ରମକୁ ଆଜି ଆମ ଦେଶର ପ୍ରତ୍ୟେକ ମା’, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ସମର୍ପିତ କରୁଛି । ମୁଁ ଏହି ପରାକ୍ରମକୁ ସମର୍ପଣ କରୁଛି ।

ସାଥୀଗଣ,

ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ପ୍ରଦର୍ଶନ କରିଥିଲେ, ତାହା ଦେଶ ତଥା ବିଶ୍ୱକୁ ବ୍ୟଥିତ କରିଦେଇଥିଲା। ଛୁଟି ପାଳନ କରୁଥିବା ନିର୍ଦ୍ଦୋଷ ନାଗରିକମାନଙ୍କୁ, ସେମାନଙ୍କ ପରିବାର ସମ୍ମୁଖରେ, ସେମାନଙ୍କ ପିଲାମାନଙ୍କ ସମ୍ମୁଖରେ, ସେମାନଙ୍କ ଧର୍ମ ପଚାରି ନିର୍ମମ ହତ୍ୟା, ଆତଙ୍କବାଦର ଏକ ଅତ୍ୟନ୍ତ ବିଭତ୍ସ ଚେହେରା ଥିଲା, କ୍ରୁରତା ଥଲା। ଏହା ମଧ୍ୟ ଦେଶର ସୌହାର୍ଦ୍ଦ୍ୟକୁ ଭାଙ୍ଗିବାର ଏକ ନିନ୍ଦନୀୟ ପ୍ରୟାସ ଥିଲା। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହି ଯନ୍ତ୍ରଣା ଅତ୍ୟନ୍ତ ଅସହ୍ୟ ଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ରାଜନୈତିକ ଦଳ, ଏକ ସ୍ୱରରେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛିଡ଼ା ହୋଇଥିଲେ। ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଆମେ ଭାରତୀୟ ସେନାକୁ ସ୍ୱାଧୀନତା ଦେଇଥିଲୁ। ଆଉ ଆଜି ପ୍ରତ୍ୟେକ ଆତଙ୍କବାଦୀ, ପ୍ରତ୍ୟେକ ଆତଙ୍କୀ ସଙ୍ଗଠନ ଭଲ ଭାବେ ଜାଣିପାରିଛନ୍ତି ଯେ ଆମ ଭଉଣୀ ଓ ଝିଅମାନଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ କ’ଣ ହୋଇପାରେ।

ସାଥୀଗଣ,

‘ଅପରେସନ୍‌ ସିନ୍ଦୁର’ କେବଳ ଗୋଟିଏ ନାମ ନୁହେଁ, ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିଫଳନ। ‘ଅପରେସନ୍‌ ସିନ୍ଦୁର’ ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ଅଟେ। ୬ ମଇ ବିଳମ୍ବିତ ରାତ୍ରୀରେ, ୭ ମଇ ସକାଳେ ସାରା ଦୁନିଆ ଏହି ପ୍ରତିଜ୍ଞାକୁ ପରିଣାମରେ ବଦଳୁଥିବା ଦେଖିଛି । ଭାରତର ସେନାବାହିନୀ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ, ସେମାନଙ୍କ ଟ୍ରେନିଂ ସେଣ୍ଟର୍‌ ଉପରେ ସଠିକ୍‌ ପ୍ରହାର କରିଥିଲା। ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ। କିନ୍ତୁ ଯେତେବେଳେ ଦେଶ ଏକଜୁଟ ହୋଇଥାଏ, ରାଷ୍ଟ୍ର ପ୍ରଥମ ଭାବନାରେ ପରିପୂର୍ଣ୍ଣ ହୋଇଥାଏ, ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ଦୁଃସାହିକ ନିଷ୍ପତ୍ତି ଗ୍ରହଣ କରାଯାଏ, ପରିଣାମ ସମସ୍ତଙ୍କୁ ପ୍ରଦର୍ଶିତ କରାଯାଏ।

ଯେତେବେଳେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କଲା, ଭାରତର ଡ୍ରୋନ ମାଡ଼ ହେଲା, ସେତେବେଳେ କେବଳ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ଅଟ୍ଟାଳିକା ନୁହେଁ, ବରଂ ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଚୁରମାର୍‌ ହୋଇଥିଲା। ବାହାବଲପୁର ଏବଂ ମୁରୀଦକେ ଭଳି ଆତଙ୍କବାଦୀ କେନ୍ଦ୍ରଗୁଡ଼ିକ ଏକ ପ୍ରକାରରେ ବିଶ୍ୱ ଆତଙ୍କବାଦର ବିଶ୍ୱବିଦ୍ୟାଳୟ ହୋଇ ରହିଆସିଥିଲା। ବିଶ୍ୱର ଯେକୌଣସି ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, ତାହା ୯/୧୧ ହେଉ, ଲଣ୍ଡନ ଟ୍ୟୁବ୍ ବୋମା ବିସ୍ଫୋରଣ ହେଉ, କିମ୍ବା ଦଶନ୍ଧି ଦଶନ୍ଧି ଧରି ଭାରତରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, କେଉଁଠି ନା କେଉଁଠି ଏହି ଆତଙ୍କବାଦର ଆଡ୍ଡା ସହିତ ଜଡିତ ହୋଇଛି। ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ ସିନ୍ଦୁରକୁ ଉଜାଡ଼ି ଦେଇଥିଲେ, ତେଣୁ ଭାରତ ଆତଙ୍କବାଦର ଏହି ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ଅଢେଇରୁ ତିନି ଦଶନ୍ଧି ଧରି ପାକିସ୍ତାନରେ ଖୋଲାଖୋଲି ଭାବେ ବୁଲୁଥିବା, ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା, ଅନେକ ପ୍ରମୁଖ ଆତଙ୍କବାଦୀଙ୍କୁ ଭାରତ ଗୋଟିଏ ଆଘାତରେ ନିପାତ କରିଦେଇଛି ।

ବନ୍ଧୁଗଣ,

ଭାରତର ଏହି କାର୍ଯ୍ୟ ଦ୍ୱାରା ପାକିସ୍ତାନ ଗଭୀର ଭାବେ ନିରାଶ, ହତାଶ ଏବଂ କ୍ରୋଧିତ ହୋଇଥିଲା, ଏବଂ ଏହି ହତାଶାରେ ସେ ଆଉ ଏକ ଦୁଃସାହସ କରିଥିଲା। ଆତଙ୍କବାଦ ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ ପାକିସ୍ତାନ ଭାରତ ଉପରେ ହିଁ ଆକ୍ରମଣ କରିବା ଆରମ୍ଭ କରିଥିଲା। ପାକିସ୍ତାନ ଆମର ବିଦ୍ୟାଳୟ, କଲେଜ, ଗୁରୁଦ୍ୱାର, ମନ୍ଦିର, ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରିଛି, ପାକିସ୍ତାନ ଆମର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି, କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନର ମୁଖା ଖୋଲି ଯାଇଛି।

ପାକିସ୍ତାନର ଡ୍ରୋନ୍ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ସାମ୍ନାରେ ଧୂଳିସାତ ହୋଇଥିଲା ତାହା ସାରା ଦୁନିଆ ଦେଖିଛି । ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସେଗୁଡ଼ିକୁ ଆକାଶରେ ଧ୍ୱଂସ କରିଦେଇଥିଲା। ପାକିସ୍ତାନର ପ୍ରସ୍ତୁତି ଥିଲା ସୀମାରେ ଆକ୍ରମଣ କରିବା, କିନ୍ତୁ ଭାରତ ପାକିସ୍ତାନକୁ ଛାତିରେ ଆଘାତ କରିଥିଲା। ଭାରତର ଡ୍ରୋନ୍, ଭାରତର କ୍ଷେପଣାସ୍ତ୍ରଗୁଡ଼ିକ ପୂର୍ଣ୍ଣ ସଠିକତାର ସହ ଆଘାତ କରିଥିଲା। ପାକିସ୍ତାନ ବାୟୁସେନାର ସେହି ବିମାନ ଘାଟି କ୍ଷତିଗ୍ରସ୍ତ ହୋଇଥିଲା, ଯାହାକୁ ନେଇ ପାକିସ୍ତାନ ଗର୍ବ କରୁଥିଲା। ଭାରତ ପ୍ରଥମ ତିନି ଦିନ ମଧ୍ୟରେ ପାକିସ୍ତାନରେ ଏପରି ଧ୍ୱଂସଲୀଳ କରିଥିଲା, ଯାହା ପାକିସ୍ତାନ କେବେ କଳ୍ପନା ମଧ୍ୟ କରିପାରିନଥିଲା।

ସେଥିପାଇଁ ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ପଳାୟନ ମାର୍ଗ ଖୋଜିବା ଆରମ୍ଭ କରିଥିଲା। ପାକିସ୍ତାନ ସାରା ବିଶ୍ୱରେ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଥିଲା। ଆଉ ଏତେ ମାତ୍ରାରେ ଆଘାତ ସହିବା ପରେ ପାକିସ୍ତାନ ସେନା ବାଧ୍ୟ ହୋଇ ମଇ ୧୦ ତାରିଖ ଅପରାହ୍ଣରେ, ଆମର ଡିଜିଏମଓଙ୍କୁ ଯୋଗାଯୋଗ କରିଥିଲା। ସେତେବେଳକୁ, ଆମେ ଆତଙ୍କବାଦର ଭିତ୍ତିଭୂମିକୁ ବ୍ୟାପକ ଭାବେ ଧ୍ୱଂସ କରିଦେଇଥିଲୁ, ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା, ପାକିସ୍ତାନର ଛାତିରେ ଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଧ୍ୱଂସ ହୋଇଯାଇଥିଲା, ତେଣୁ ଯେତେବେଳେ ପାକିସ୍ତାନ ନିବେଦନ କଲା, ସେତେବେଳେ ପାକିସ୍ତାନ କହିଲା ଯେ ତା’ ତରଫରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ ହେବ ନାହିଁ। ତେଣୁ ଭାରତ ମଧ୍ୟ ଏହା ଉପରେ ବିଚାର କରିଥିଲା। ଆହୁରି, ମୁଁ ଦୋହରାଇବାକୁ ଚାହେଁ, ଆମେ ପାକିସ୍ତାନର ଆତଙ୍କବାଦୀ ଏବଂ ସାମରିକ ଘାଟିଗୁଡ଼ିକ ବିରୋଧରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ, ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ତା’ର ଆଭିମୁଖ୍ୟ ଦ୍ୱାରା ବିଚାର କରିବୁ।

ବନ୍ଧୁଗଣ,

ଭାରତର ତିନି ସେନା, ଆମର ବାୟୁସେନା, ଆମର ସେନା, ଆମର ନୌସେନା, ଆମର ସୀମା ସୁରକ୍ଷା ବଳ-ବିଏସଏଫ, ଭାରତର ଅର୍ଦ୍ଧସାମରିକ ବାହିନୀ, ସବୁବେଳେ ସତର୍କ ରହିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଏବେ ‘ଅପରେସନ ସିନ୍ଦୁର’ ହେଉଛି ଆତଙ୍କବାଦ ବିରୋଧରେ ଭାରତର ନୀତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ୍ ସିନ୍ଦୁର ଏକ ନୂତନ ଲକ୍ଷ୍ମଣରେଖା ଟାଣିଛି, ଏକ ନୂତନ ମାନଦଣ୍ଡ, ଏକ ନୂତନ ବାସ୍ତବିକତା ପ୍ରତିଷ୍ଠା କରିଛି।

ପ୍ରଥମତଃ, ଯଦି ଭାରତ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତା’ହେଲେ ଉପଯୁକ୍ତ ଜବାବ ଦିଆଯିବ। ଆମେ ନିଜ ଶୈଳୀରେ, ନିଜ ସର୍ତ୍ତରେ ଜବାବ ଦେବା ଜାରି ରଖିବୁ। ଯେଉଁଠାରୁ ଆତଙ୍କବାଦର ଉତ୍ପତ୍ତି ହୋଇଛି, ସେହି ପ୍ରତ୍ୟେକ ସ୍ଥାନକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦ୍ୱିତୀୟତଃ, ଭାରତ କୌଣସି ପରମାଣୁ ଯୁଦ୍ଧ ବ୍ଲାକମେଲକୁ ବରଦାସ୍ତ କରିବ ନାହିଁ। ପରମାଣୁ ବ୍ଲାକମେଲର ଛଦ୍ମବେଶରେ ବିକଶିତ ହେଉଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଉପରେ ଭାରତ ସଠିକ୍ ଏବଂ ନିର୍ଣ୍ଣାୟକ ଭାବରେ ଆକ୍ରମଣ କରିବ।

ତୃତୀୟତଃ, ଆମେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ସରକାର ଏବଂ ଆତଙ୍କବାଦୀ ସଂଗଠନର ମୁଖିଆମାନଙ୍କୁ ଅଲଗା କରି ଦେଖିବୁ ନାହିଁ। ଅପରେସନ ସିନ୍ଦୁର ସମୟରେ, ବିଶ୍ୱ ପୁଣିଥରେ ପାକିସ୍ତାନର କୁତ୍ସିତ ବାସ୍ତବତା ଦେଖିଲା ଯେତେବେଳେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ନିହତ ଆତଙ୍କବାଦୀମାନଙ୍କୁ ଅନ୍ତିମ ବିଦାୟ ଦେବାକୁ ବାହାରିଥିଲେ। ଏହା ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ। ଭାରତ ଏବଂ ଆମର ନାଗରିକମାନଙ୍କୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଆମେ ନିର୍ଣ୍ଣାୟକ ପଦକ୍ଷେପ ନେବା ଜାରି ରଖିବୁ।

ବନ୍ଧୁଗଣ,

ଆମେ ପ୍ରତ୍ୟେକ ଥର ଯୁଦ୍ଧକ୍ଷେତ୍ରରେ ପାକିସ୍ତାନକୁ ଧୂଳି ଚଟେଇଛୁ। ଆଉ ଏଥର ଅପରେସନ୍ ସିନ୍ଦୁର ଏକ ନୂଆ ଦିଗ ଯୋଡ଼ିଛି। ଆମେ ମରୁଭୂମି ଏବଂ ପର୍ବତଗୁଡ଼ିକରେ ନିଜର ସାମର୍ଥ୍ୟର ଚମତ୍କାର ପ୍ରଦର୍ଶନ କରିଛୁ, ଏବଂ ଠିକ୍‌ ଏହି ସମୟରେ, ନୂତନ ଯୁଗର ଯୁଦ୍ଧରେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ କରିଛୁ। ଏହି ଅପରେସନ୍ ସମୟରେ, ଆମର ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର କ୍ଷମତା ପ୍ରମାଣିତ ହୋଇଥିଲା। ଆଜି ବିଶ୍ୱ ଦେଖୁଛି, ଏକବିଂଶ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ ଆସିଛି।

ବନ୍ଧୁଗଣ, ପ୍ରତ୍ୟେକ ପ୍ରକାରର ଆତଙ୍କବାଦ ବିରୋଧରେ ଏକଜୁଟ ରହିବା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ନିଶ୍ଚିତ ଭାବେ ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ମଧ୍ୟ ଆତଙ୍କବାଦର ଯୁଗ ନୁହେଁ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ହେଉଛି ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି।

ବନ୍ଧୁଗଣ,

ଯେଭଳି ଭାବେ ପାକିସ୍ତାନ ସେନା ଏବଂ ପାକିସ୍ତାନ ସରକାର ଆତଙ୍କବାଦକୁ ପୋଷଣ ଦେଉଛନ୍ତି, ଦିନେ ନା ଦିନେ ଏହା ପାକିସ୍ତାନକୁ ଶେଷ କରିଦେବ। ଯଦି ପାକିସ୍ତାନ ବଞ୍ଚିବାକୁ ଚାହେଁ, ତା’ହେଲେ ତାର ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ପଡ଼ିବ। ଶାନ୍ତି ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ। ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ: ଆତଙ୍କବାଦ ଏବଂ ଆଲୋଚନା, ଏକାଠି କରାଯାଇପାରିବ ନାହିଁ, ଆତଙ୍କବାଦ ଏବଂ ବ୍ୟବସାୟ ଏକାଠି ଯାଇପାରିବ ନାହିଁ। ଏହା ବ୍ୟତୀତ, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ମୁଁ ଆଜି ବିଶ୍ୱ ସମୁଦାୟକୁ ମଧ୍ୟ କହିବି, ଆମର ଘୋଷିତ ନୀତି ହେଉଛି, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ତାହା ଆତଙ୍କବାଦ ଉପରେ ହେବ, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ପାକିସ୍ତାନ ଅଧିକୃତ କାଶ୍ମୀର, ପିଓକେ ଉପରେ ଆଧାରିତ ହେବ।

ପ୍ରିୟ ଦେଶବାସୀ,

ଆଜି ବୁଦ୍ଦ ପୂର୍ଣ୍ଣିମା। ଭଗବାନ ବୁଦ୍ଧ ଆମକୁ ଶାନ୍ତିର ମାର୍ଗ ଦେଖାଇଛନ୍ତି। ଶାନ୍ତିର ମାର୍ଗ ମଧ୍ୟ ଶକ୍ତିର ମାର୍ଗ ହୋଇଯାଇଥାଏ। ମାନବତା, ଶାନ୍ତି ଏବଂ ସମୃଦ୍ଧି ଦିଗରେ ଆଗକୁ ବଢ଼ୁ, ପ୍ରତ୍ୟେକ ଭାରତୀୟ ଶାନ୍ତିରେ ରୁହନ୍ତୁ, ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରନ୍ତୁ, ସେଥିପାଇଁ ଭାରତ ଶକ୍ତିଶାଳୀ ହେବ ଅତ୍ୟନ୍ତ ଜରୁରୀ। ଆବଶ୍ୟକତା ପଡ଼ିଲେ ଏହି ଶକ୍ତିର ଉପଯୋଗ କରିବା ମଧ୍ୟ ଜରୁରୀ। ଆଉ ବିଗତ କିଛି ଦିନ ମଧ୍ୟରେ ଭାରତ ଏହା କରି ଦେଖାଇଛି ।

ମୁଁ ପୁଣିଥରେ ଭାରତୀୟ ସେନା ଏବଂ ସଶସ୍ତ୍ର ବଳକୁ ଅଭିବାଦନ ଜଣାଉଛି। ଆମେ ଭାରତବାସୀଙ୍କ ସାହସକୁ ପ୍ରଣାମ କରୁଛି। ଭାରତବାସୀଙ୍କ ଏକତାର ଶପଥ, ସଂକଳ୍ପକୁ ମୁଁ ପ୍ରଣାମ କରୁଛି।

ବହୁତ - ବହୁତ ଧନ୍ୟବାଦ।

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!