ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଆଇଏମ କୋଝିକୋଡରେ ସ୍ୱାମୀ ବିବେକାନନ୍ଦଙ୍କର ଏକ ବିଶାଳ ପୂର୍ଣାବୟବ ପ୍ରତିମୂର୍ତ୍ତିକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଅନାବରଣ କରିଛନ୍ତି ।
ଏଥିସହିତ ସେ ଆଇଆଇଏମ କୋଝିକୋଡ ଦ୍ୱାରା ଆୟୋଜିତ “ଭାରତୀୟ ବିଚାରର ବୈଶ୍ଵିକରଣ” ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଗ ନେଇଥିଲେ ।
ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ମୂଲ୍ୟବୋଧ ଉଜ୍ଜ୍ଵଳ ଓ ବିବିଧ । ଏହା ନିରନ୍ତର ଓ ବିକଶିତ ହୋଇ ଚାଲିଛି । ଏହା ଏତେ ବ୍ୟାପକ ଯେ, ଏହାକୁ ବ୍ୟାଖ୍ୟାନ କିମ୍ବା ସେମିନାର ଅଥବା ବହିରେ ସୀମିତ କରିବା ସହଜ ନୁହେଁ । ତେବେ ଭାରତୀୟ ମୂଲ୍ୟବୋଧର କେନ୍ଦ୍ରରେ କିଛି ନିର୍ଦ୍ଦିଷ୍ଟ ଆଦର୍ଶ ରହିଛି । ସେଗୁଡ଼ିକ ହେଲା- କରୁଣା, ସଦଭାବ, ନ୍ୟାୟ, ସେବା ଓ ନିଷ୍କପଟତା ।
ଶାନ୍ତି, ସଦଭାବ ଓ ଭାଇଚାରା
ସାରା ବିଶ୍ୱ ଭାରତ ପ୍ରତି ଆକର୍ଷିତ ହେବାର କାରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ସର୍ବପ୍ରଥମେ ଯାହା ମନକୁ ଆସେ ତାହା ହେଲା ଶାନ୍ତି, ଏକତା ଓ ଭାଇଚାରା । ସେ କହିଥିଲେ ସଦଭାବ ଓ ଶାନ୍ତି ଯୋଗୁଁ ଅନେକ ସଭ୍ୟତା ବିଫଳ ହୋଇଥିବା ସତ୍ତ୍ୱେ ଆମ ସଭ୍ୟତା ସମୃଦ୍ଧ ହେଉଛି ଓ ଅସ୍ତିତ୍ୱ ବଜାୟ ରଖିଛି ।
ଅନେକ ରାଜ୍ୟ, ଅନେକ ଭାଷା, ଅନେକ ଲିପି, ଅନେକ ବିଶ୍ୱାସ, ଅନେକ ପ୍ରଥା ଓ ପରମ୍ପରା, ଅନେକ ଖାଦ୍ୟାଭ୍ୟାସ, ଅନେକ ଜୀବନଶୈଳୀ, ଅନେକ ବେଶପୋଷାକ ସତ୍ତ୍ୱେ ଶତାବ୍ଦୀ ଶତାବ୍ଦୀ ଧରି ଆମେ ଶାନ୍ତିରେ ରହିଛୁ । ଶହ ଶହ ବର୍ଷ ଧରି ଆମେ ବିଶ୍ୱକୁ ସ୍ୱାଗତ କରୁଛୁ । ଅନେକ ସଭ୍ୟତା ନଷ୍ଟ ହୋଇ ଯାଇଥିବା ବେଳେ ଆମ ସଭ୍ୟତା ସମୃଦ୍ଧ ହୋଇଛି । କାହିଁକି ? କାରଣ ଏଠାରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରହିଛି ।
ଆମର ବଳ ହେଉଛି ଆମ ଚିନ୍ତାଧାରା । ଆମ ଚିନ୍ତାଧାରା ଜୀବନ୍ତ ପରମ୍ପରାରେ ପରିଣତ ହୋଇଛି । ଯାହା ସରଳ ଓ ପରସ୍ପର ସହ ଯୋଡି ହୋଇଥିବା ପ୍ରଥା ମାଧ୍ୟମରେ ପରିଚାଳିତ ହେଉଛି ।
ଏହି ପ୍ରଥାଗୁଡିକ କ୍ଳିଷ୍ଟ ନୁହେଁ କିମ୍ବା ଏକପାଖିଆ ନୁହେଁ । ସେଗୁଡ଼ିକର ସୁନ୍ଦରତା ଏହି ତଥ୍ୟରେ ନିହିତ ଯେ, ଏହାକୁ ଅଲଗା ଭାବରେ ଅଭ୍ୟାସ କରିହେବ ବୋଲି ସେ କହିଥିଲେ ।
ସେ କହିଥିଲେ ଭାରତ ଏପରି ଏକ ଦେଶ ଯାହା ହିନ୍ଦୁ, ବୌଦ୍ଧ, ଜୈନ, ଶିଖ ଧର୍ମ ଭଳି ଜୀବନ୍ତ ଧର୍ମବିଶ୍ୱାସ ଦେଇଛି ।
ଏହି ଭୂମିରେ ସୁଫିବାଦ ବିକଶିତ ହୋଇଛି ବୋଲି ସେ କହିଥିଲେ ।
ଏସବୁ ମୂଳରେ ଅହିଂସା ରହିଛି ବୋଲି ସେ କହିବା ସହ ମହାତ୍ମା ଗାନ୍ଧୀ ଏସବୁ ମୂଲ୍ୟବୋଧକୁ ନେଇ ଭାରତ ପାଇଁ ସ୍ଵାଧୀନତା ଆଣି ଦେଇଥିଲେ ।
ସଂଘର୍ଷ ଏଡ଼ାଇବା ପାଇଁ ଭାରତ କେବେହେଲେ ଶକ୍ତି ପ୍ରୟୋଗ କରେ ନାହିଁ ବରଂ ବାର୍ତ୍ତାଳାପର ଶକ୍ତି ବିନିଯୋଗ କରିଥାଏ ବୋଲି ସେ କହିଥିଲେ ।
ପରିବେଶ ପ୍ରତି ଭଲ ପାଇବା
“ଭାରତ ଶାନ୍ତି ଓ ସୌହାର୍ଦ୍ଦ୍ୟରେ ବିଶ୍ୱାସ କରେ ବୋଲି ମୁଁ ଯେତେବେଳେ କହୁଛି, ସେଥିରେ ପ୍ରକୃତି ମାତା ଓ ଆମ ପରିବେଶ ପ୍ରତି ସୌହାର୍ଦ୍ଦ୍ୟ ସାମିଲ ରହିଛି । ନିକଟରେ ନିଆଯାଇଥିବା କିଛି ପଦକ୍ଷେପରେ ଏହି ଭାବନାର ପ୍ରତିଫଳିତ ହୁଏ ।
ସ୍ୱଚ୍ଛ ଭବିଷ୍ୟତ ପାଇଁ ସୌର ଶକ୍ତିର ଉପଯୋଗ କରିବା ପାଇଁ ଅନ୍ତର୍ଜାତୀୟ ସୌର ମେଣ୍ଟରେ ଭାରତ ବିଶ୍ୱକୁ ଆଗେଇ ନେଉଛି” ବୋଲି ସେ କହିଥିଲେ ।
ବିଗତ ପାଞ୍ଚ ବର୍ଷରେ 36କୋଟି ଏଲଇଡି ବଲବ ବିତରଣ ହୋଇଛି ଓ ଏକ କୋଟିରୁ ଅଧିକ ଷ୍ଟ୍ରିଟ ଲାଇଟକୁ ଏଲଇଡିରେ ପରିବର୍ତ୍ତିତ କରାଯାଇଛି । ଯାହାଦ୍ୱାରା 25 ହଜାର କୋଟି ଟଙ୍କା ସଞ୍ଚୟ ହେବା ସହ ଅଙ୍ଗାରକ ନିଗମନ 4 କୋଟି ଟନ କମିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।
ବାଘ ଓ ସିଂହଙ୍କ ସଂରକ୍ଷଣ
2006 ଠାରୁ ଭାରତରେ ବ୍ୟାଘ ସଂଖ୍ୟା ଦ୍ଵିଗୁଣିତ ହୋଇଛି । ଏବେ ଭାରତରେ ପ୍ରାୟ 2970 ବାଘ ଅଛନ୍ତି । ପୃଥିବୀରେ ଥିବା ସମୁଦାୟ ବାଘଙ୍କ ମଧ୍ୟରୁ ତିନି ଭାଗ ଭାରତରେ ଅଛନ୍ତି । ଆମେ ବାଘଙ୍କୁ ସୁରକ୍ଷିତ ବାସସ୍ଥଳୀ ଦେଇ ପାରିଛୁ । 2010 ରେ ବାଘ ସଂଖ୍ୟା 2022 ସୁଦ୍ଧା ଦ୍ୱିଗୁଣ କରିବାକୁ ସାରା ବିଶ୍ୱ ଏକାଠି ହୋଇଥିଲା । ଆମେ ଏହି ଲକ୍ଷ୍ୟ ସମୟ ପୂର୍ବରୁ ହାସଲ କରିଛୁ ବୋଲି ସେ କହିଛନ୍ତି । ସେହିପରି ସିଂହ ସଂଖ୍ୟା 2010ରୁ 2015 ମଧ୍ୟରେ 30 ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।
ଅଧିକ ବନାଞ୍ଚଳ ସୃଷ୍ଟି
ଦେଶର ବନାଞ୍ଚଳ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । 2014ରେ 692ଟି ସଂରକ୍ଷିତ କ୍ଷେତ୍ର ଥିଲା । 2019ରେ ଏହା 860ରୁ ଅଧିକ ହୋଇଛି । 2014ରେ 43ଟି ଗୋଷ୍ଠୀ ସଂରକ୍ଷିତ ଜଙ୍ଗଲ ଥିଲା । ଏବେ ଏହି ସଂଖ୍ୟା 100ରୁ ଅଧିକ । ଏସବୁ କାରଣରୁ ବହୁ ପରିବେଶବିତ୍ ଓ ବନ୍ୟପ୍ରାଣୀ ପ୍ରେମୀ ଭାରତକୁ ଆକର୍ଷିତ ହେଉଛନ୍ତି ।
ମହିଳା କଲ୍ୟାଣ
ପ୍ରଧାନମନ୍ତ୍ରୀ କହିଥିଲେ ମହିଳାମାନଙ୍କୁ ସମ୍ମାନ, ପ୍ରାଧାନ୍ୟ ଓ ମର୍ଯ୍ୟାଦା ପ୍ରଦାନ ଆମ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ । ମହିଳାମାନେ ଦିବ୍ୟତାର ଅଭିବ୍ୟକ୍ତି ।
ଭକ୍ତି ସନ୍ଥ ରାଜା ରାମ ମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ମହାତ୍ମା ଗାନ୍ଧୀ ଓ ସାବିତ୍ରୀ ବାଇ ଫୁଲେ ଏହି ଉଦ୍ଦେଶ୍ୟରେ କରିଥିବା ଉଲ୍ଲେଖନୀୟ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।
ଭାରତୀୟ ସମ୍ବିଧାନ ମହିଳାମାନଙ୍କୁ ପ୍ରଥମରୁ ମତଦାନ ଅଧିକାର ଦେଇଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଏଥିପାଇଁ ପ୍ରାୟ ଶହେ ବର୍ଷ ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏବେ 70 ପ୍ରତିଶତରୁ ଅଧିକ ମୁଦ୍ରା ଋଣ ହିତାଧିକାରୀ ହେଉଛନ୍ତି ମହିଳା ।
ଆମ ଦେଶର ସଶସ୍ତ୍ର ସେନାରେ ମହିଳାମାନଙ୍କ ସକ୍ରିୟ ଅବଦାନ ରହିଛି । ମହିଳା ନୌସେନା ଅଧିକାରୀଙ୍କ ଏକ ଦଳ ସମୁଦ୍ରରେ ସାରା ବିଶ୍ୱ ଭ୍ରମଣ କରିଥିଲା । ଏହା ଐତିହାସିକ ଥିଲା । ଭାରତରେ ଏବେ ସର୍ବାଧିକ ସଂଖ୍ୟକ ମହିଳା ସାଂସଦ ଅଛନ୍ତି । 2019 ଲୋକସଭା ନିର୍ବାଚନରେ ସର୍ବାଧିକ ମହିଳା ଭୋଟ ଦେଇଥିଲେ ।
ନିଷ୍କପଟତା
ଭାରତ ନିଷ୍କପଟତାର ଉତ୍ସବ ପାଳେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେଉଁଠି ନିଷ୍କପଟତା ରହିଛି, ବିବିଧ ମତପ୍ରତି ସମ୍ମାନ ଅଛି ସେଠାରେ ନବୋନ୍ମେଷ ସ୍ୱାଭାବିକ । ଭାରତୀୟଙ୍କ ନବୋନ୍ମେଷ ବିଶ୍ୱକୁ ଆକର୍ଷିତ କରୁଛି । ଭାରତୀୟ ଚିନ୍ତାଧାରା ବିଶ୍ୱକୁ ଅନେକ କିଛି ଦେଇଛି ଓ ଅନେକ କିଛି ଦେବାର ଦକ୍ଷତା ରଖୁଛି । ଆମ ଗ୍ରହ ସମ୍ମୁଖୀନ ହେଉଥିବା ଅନେକ ପ୍ରମୁଖ ସମସ୍ୟାର ସମାଧାନ କରିବାର ଦକ୍ଷତା ଏହାର ରହିଛି ବୋଲି ସେ କହିଛନ୍ତି ।
It is no coincidence that we are talking about globalising Indian thought at a time when a life-sized statue of Swami Vivekananda finds a special place on this campus.
— PMO India (@PMOIndia) January 16, 2020
Who can forget the contribution of Swami Vivekananda in globalising Indian thought: PM @narendramodi
Indian thought is vibrant and diverse. It is constant and evolving: PM @narendramodi
— PMO India (@PMOIndia) January 16, 2020
Broadly, there are certain ideals that have remained central to Indian values.
— PMO India (@PMOIndia) January 16, 2020
They are- compassion, harmony, justice, service and openness: PM @narendramodi
For centuries we have welcomed the world to our land.
— PMO India (@PMOIndia) January 16, 2020
Our civilisation has prospered when many could not.
Why? Because one finds peace and harmony here: PM @narendramodi
In the 20th century, Mahatma Gandhi championed these ideals and this contributed to India’s freedom.
— PMO India (@PMOIndia) January 16, 2020
At the same time, they gave strength to millions outside: PM @narendramodi
In a world seeking to break free from mindless hate, violence, conflict and terrorism, the Indian way of life offers rays of hope.
— PMO India (@PMOIndia) January 16, 2020
The Indian way of conflict avoidance is not by brute force but the power of dialogue: PM @narendramodi
The IIM community is one of the brightest but one of the most busy group of people.
— PMO India (@PMOIndia) January 16, 2020
The excellent work prospects also bring with it stressful routines. I would urge them all to devote time to Yoga.
You will see the positive difference it brings: PM @narendramodi
Even while most western countries took decades to give voting rights to women, the makers of our Constitution ensured women had voting rights from the very first day: PM @narendramodi
— PMO India (@PMOIndia) January 16, 2020
Where there is openness, respect for different opinions, innovation is natural.
— PMO India (@PMOIndia) January 16, 2020
The innovative zeal of Indians is drawing the world to India: PM @narendramodi
Indian thought has given a lot to the world and has the potential to contribute even more. It has the potential to solve some of the most leading challenges our planet faces: PM @narendramodi
— PMO India (@PMOIndia) January 16, 2020