ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ସମୂହର ସମ୍ମେଳନରେ ଯୋଗ ଦେଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ କର୍ପୋରେଟ ପ୍ରଶାସନ, ମାନବ ସମ୍ବଳ ପରିଚାଳନା, ଆର୍ଥିକ ପୁନଃଯାନ୍ତ୍ରିକୀକରଣ, ନବସୃଜନ ଓ ପ୍ରଯୁକ୍ତି ଏବଂ ନୂତନ ଭାରତ ପାଇଁ ସଂକଳ୍ପ-2022 ଆଦି ବିଷୟବସ୍ତୁ ଉପରେ ଉପସ୍ଥାପନା କରାଯାଇଥିଲା ।
ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ସମ୍ମେଳନକୁ ସାର୍ବଜନୀନ କ୍ଷେତ୍ରର ପରିଧି ମଧ୍ୟରେ ଏକ ନୂତନ ଆରମ୍ଭ ବୋଲି ବର୍ଣ୍ଣନା କରିଥିଲେ ।
ଉପସ୍ଥାପନାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ର ଉପକ୍ରମଗୁଡ଼ିକୁ ପରିଚାଳନାଗତ ସ୍ୱାଧୀନତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ସେମାନେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିପାରିବେ । ସେ କହିଥିଲେ ସ୍ୱାଧୀନତା ପରଠାରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନେ ରାଷ୍ଟ୍ର ନିର୍ମାଣ ଏବଂ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।
ସେ କହିଥିଲେ ଯେ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉପକ୍ରମଗୁଡ଼ିକ ଉଭୟ ଲାଭ ଏବଂ ସାମାଜିକ ଲାଭ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କର୍ମଚାରୀମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ବିଦ୍ୟୁତ ସେବା ପହଁଚି ନଥିବା ଗ୍ରାମରେ ବିଦ୍ୟୁତ ସଂଯୋଗ, ଗରିବ ଲୋକମାନଙ୍କୁ ଏଲପିଜି ସଂଯୋଗ ଭଳି ସରକାରଙ୍କ ବୃହତ ଲକ୍ଷ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କର୍ମଚାରୀଙ୍କ କଠିନ ପରିଶ୍ରମ ବିନା ସମ୍ଭବ ହୋଇପାରିନଥା’ନ୍ତା ।
ଅତୀତର ସଫଳତାକୁ ନେଇ ଉଲ୍ଲସିତ ହେବା ଯଥେଷ୍ଟ ନୁହେଁ, ବରଂ ବୃଦ୍ଧି ପାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ବିଂଶ ଶତାବ୍ଦୀରେ ଉଦ୍ୟୋଗ ଏବଂ ଉଦ୍ଭାବନ ମାର୍ଗଦର୍ଶୀ ନୀତି ହେବା ଆବଶ୍ୟକ । ସେ କହିଥିଲେ ଯେ ପ୍ରୋତ୍ସାହନ, ପରିକଳ୍ପନା ଏବଂ ସଂସ୍ଥା ନିର୍ମାଣ ସଫଳତାର ତିନୋଟି ଚାବିକାଠି ।
ପ୍ରଯୁକ୍ତି ଏବଂ ପ୍ରକ୍ରିୟାରେ ହେଉଥିବା ପରିବର୍ତ୍ତନ ଜରିଆରେ ନୂତନ ଭାରତ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ରାଷ୍ଟ୍ରାୟତ୍ତ ଉପକ୍ରମଗୁଡ଼ିକୁ ଆହ୍ୱାନ କରିଥିଲେ । ଏଥିପାଇଁ ସେ କହିଥିଲେ ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ 5-ପି ସୂତ୍ର – ପ୍ରଦର୍ଶନ (Performance), ପ୍ରକ୍ରିୟା (Process), ବ୍ୟକ୍ତି (Persona), କ୍ରୟ (Procurement) ଏବଂ ପ୍ରସ୍ତୁତି (Prepare)ର ଆବଶ୍ୟକତା ରହିଛି ।
ଏହାକୁ ବିସ୍ତୃତ ଭାବେ ବର୍ଣ୍ଣନା କରି ସେ ଉଲ୍ଲେଖ କରିଥିଲେ ଯେ ପରିଚାଳନାଗତ ଏବଂ ଆର୍ଥିକ ପ୍ରଦର୍ଶନରେ ଉନ୍ନତି ଆଣିବା, ପ୍ରକ୍ରିୟାରେ ପାରଦର୍ଶୀତା ଏବଂ ଉତ୍ତରଦାୟିତ୍ୱ ଆଣିବା; ଜିଇଏମ ପ୍ଲାଟଫର୍ମ ଜରିଆରେ ଏବଂ ଏମଏସଏମଏଇଗୁଡ଼ିକଠାରୁ କ୍ରୟ; ଏବଂ କୃତ୍ରିମ ଧୀଶକ୍ତି (ଆର୍ଟିଫିସିଆଲ ଇଂଟେଲିଜେନ୍ସ), କ୍ୱାଂଟମ କମ୍ପ୍ୟୁଟିଂ ଏବଂ ରୋବୋଟିକ୍ସ ଭଳି ପ୍ରଯୁକ୍ତିଗତ ଆହ୍ଵାନ/ବାଧା ପାଇଁ ପ୍ରସ୍ତୁତି ହେବାର ଆବଶ୍ୟକତା ରହିଛି ।
ନୂତନ ଭାରତ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମ୍ମୁଖରେ ସେ 5ଟି ଆହ୍ୱାନ ରଖିଥିଲେ ।
- 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କିପରି ସେମାନଙ୍କ ଭୂ-ରଣନୈତିକ ପହଁଚକୁ ବୃଦ୍ଧି କରିବେ?
- 2022 ସୁଦ୍ଧା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କିପରି ଦେଶର ଆମଦାନୀ ଦେୟ ହ୍ରାସ କରିବେ?
- 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କିପରି ନବସୃଜନ ଏବଂ ଗବେଷଣାକୁ ସମନ୍ୱିତ କରିବେ?
- 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ସିଏସଆର ପାଣ୍ଠିର ସୁବିନିଯୋଗ ଲାଗି ମାର୍ଗଚିତ୍ର/ରୋଡମ୍ୟାପ କ’ଣ ହେବ?
- 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦେଶକୁ କେଉଁ ବିକାଶ ମଡେଲ/ଢାଞ୍ଚା ପ୍ରଦାନ କରିବେ?
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର 500ଟି ବୃହତ କମ୍ପାନୀ ମଧ୍ୟରୁ ଏକ ଚତୁର୍ଥାଂଶ କେତେକ ଦେଶର ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ଅନ୍ୟ ଦେଶର ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ସହ ସମ୍ପର୍କ ସ୍ଥାପନ କରି ବୈଦେଶିକ ନିବେଶ ଲାଗି ବିସ୍ତୃତ ରଣନୀତି ବିକଶିତ କରିପାରିବେ । ସେ କହିଥିଲେ ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭାରତର ଆମଦାନୀ ଦେୟ କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବେ । ସିଏସଆଇଆର ଏବଂ ଆଇସିଏଆର ଆଦିରେ ଅତିରିକ୍ତ ସୁବିଧା ସହ ସିପିଏସଇଗୁଡ଼ିକ ନିକଟରେ ଆଧୁନିକ ଗବେଷଣା ଏବଂ ବିକାଶ ଭିତିଭୂମି ରହିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦ୍ଭାବନ ଏବଂ ଗବେଷଣା ଏବେ ଏକୀକୃତ ହେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ, ସିପିଏସଇ ଏବଂ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ବ୍ୟାପକ ସୂଚନା ଆଦାନପ୍ରଦାନ ପାଇଁ ସେ ଆହ୍ୱାନ କରିଥିଲେ ।
ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ସିପିଏସଇଗୁଡ଼ିକର ସିଏସଆର ଖର୍ଚ୍ଚ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ବ୍ୟାପକ ଭାବେ ଲକ୍ଷ୍ୟବଦ୍ଧ ହେବା ଉଚିତ । ଏହି ପରିପ୍ରେକ୍ଷୀରେ, ଶୌଚାଳୟ ନିର୍ମାଣ କ୍ଷେତ୍ରରେ ସିଏସଆର ପାଣ୍ଠିର ବିନିଯୋଗର ସଫଳତା ବିଷୟରେ ସେ ଉଳ୍ଲେଖ କରିଥିଲେ । ଅଭିଳଷିତ ଜିଲ୍ଲାର ବିକାଶ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇପାରେ ବୋଲି ସେ କହିଥିଲେ । ସେ କହିଥିଲେ ଯେ ସିପିଏସଇଗୁଡ଼ିକ ଦକ୍ଷତା ବିକାଶକୁ ସିଏସଆରର ଅଂଶବିଶେଷ ସ୍ୱରୂପ ନେଇପାରନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଗଜମୁକ୍ତ କାର୍ଯ୍ୟ ସଂସ୍କୃତି, ନଗଦବିହୀନ କାରବାର ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଆଦି କ୍ଷେତ୍ରରେ ସିପିଏସଇଗୁଡ଼ିକ ଆଦର୍ଶ ଭାବେ କାର୍ଯ୍ୟ କରିପାରିବେ ।
ନୂତନ ଭାରତର ସଂକଳ୍ପକୁ ବାସ୍ତବରୂପ ଦେବା ଲାଗି ସିପିଏସଇଗୁଡ଼ିକ ବ୍ୟାପକ ଭାବେ ଯୋଗଦାନ ଦେଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
एक प्रकार से PSE का सही मायनों में अर्थ होता है- Profit and Social benefit generating Enterprise. यानि ना सिर्फ शेयर होल्डर्स के लिए Profit कमाए बल्कि Society के लिए Benefit भी Generate करे: PM @narendramodi
— PMO India (@PMOIndia) April 9, 2018
आप के ही इस साहस का नतीजा है कि सरकार बड़े-बड़े फैसले ले पाने में सक्षम है। फिर वो चाहे देश के हर गांव में बिजली पहुंचाने की बात हो या फिर देश की हर गरीब माता-बहन की रसोई तक LPG Connection की बात, आपके संस्थानों से जुड़े लाखों कर्मचारियों के परिश्रम के बिना ये संभव नहीं था: PM
— PMO India (@PMOIndia) April 9, 2018
मैं मानता हूं कि Economic Decision Making में Idealism और Ideology काफी नहीं है, इसकी जगह Pragmatism and Practicality को भी स्थान मिलना चाहिए। सेक्टर चाहे कोई भी हो लेकिन जब 21वीं सदी की बात करते हैं तब, Enterprise & Innovation, वो मंत्र होना चाहिए जो हम सभी को गाइड करे: PM
— PMO India (@PMOIndia) April 9, 2018
Private Sector हो या फिर Public Sector, Success के लिए अलग-अलग मंत्र नहीं होते। सफलता के मंत्र की जब मैं बात करता हूं तब, 3 I की एक सोच सामने आती है.
— PMO India (@PMOIndia) April 9, 2018
3 I यानि - Incentives, Imagination and Institution Building.
Economists बताते हैं कि ये Human Behavior में Incentives, बदलाव लाने वाला सबसे बड़ा tool है। लेकिन Incentives सिर्फ Financial हों ऐसा जरूरी नहीं है, कई बार बेहतर perform करने वाले की फोटो बुलेटिन बोर्ड में लगाने जैसी छोटी बातें सैकड़ों कर्मचारियों को motivate कर सकती हैं: PM
— PMO India (@PMOIndia) April 9, 2018
आज स्थिति ये है कि कई कामयाब प्राइवेट कंपनियां दो दशक से ज्यादा नहीं टिक पातीं।
— PMO India (@PMOIndia) April 9, 2018
इसका बड़ा कारण है आने वाले बदलाव, टेक्नोलॉजी में होने वाले changes के हिसाब से खुद को ना ढाल पाना। यहीं Leadership की Imagination काम आती है। आज Diversification and Disruption की अहमियत बढ़ गई है: PM
तीसरा I यानि Institution building, ये संभवत: Leadership का सबसे अहम Test है। एक ऐसी Team का Formation जो व्यवस्था केंद्रित हो। व्यक्ति केंद्रित और व्यक्ति आधारित व्यवस्थाएं लंबे समय तक नहीं चल पातीं: PM
— PMO India (@PMOIndia) April 9, 2018
आज तक हम PSEs को नवरत्न के रूप में Classify करते रहे हैं। लेकिन अब वक्त आ गया है जब हम इससे आगे की सोचें। क्या हम New India रत्न बनाने के बारे में नहीं सोच सकते? क्या आप तकनीक और प्रक्रियाओं में बदलाव के जरिए New India रत्न बनने और बनाने के लिए तैयार हैं: PM
— PMO India (@PMOIndia) April 9, 2018
मैं समझता हूं कि New India के निर्माण में आपकी सहभागिता 5 P फॉर्मूले पर चलते हुए और ज्यादा हो सकती है। ये 5 P हैं: Performance + Process + Persona + Procurement और Prepare: PM
— PMO India (@PMOIndia) April 9, 2018
हमें खुद से ये सवाल पूछना होगा कि न्यू इंडिया में भारतीय PSUs किस तरह अगले 5-10 साल में Global Greatness को हासिल कर पाएंगे। कैसे उनमें ज्यादा से ज्यादा Innovation हो, प्रक्रियाओं में ऐसा कौन सा सुधार करें जिससे Tax Revenue तो बढ़े ही Employment Generation के भी नए अवसर बने: PM
— PMO India (@PMOIndia) April 9, 2018
2016 में PSUs ने 1 लाख 30 हजार करोड़ रुपए से ज्यादा का Procurement किया था। इसमें से लगभग 25 हजार करोड़ का सामान ही MSME सेक्टर से लिया गया।
— PMO India (@PMOIndia) April 9, 2018
क्या आप सभी मिलकर ऐसा कोई मैकेनिज्म नहीं बना सकते, जिससे देश के लघु और छोटे उद्योगों से ज्यादा से ज्यादा सामान खरीदा जाए: PM
मेरा एक आग्रह आपसे ये भी है कि आप इस बात का भी हमेशा ध्यान रखें कि MSME’s को भुगतान में देरी न हो। Payment late होने पर छोटे उद्यमियों को जिस तरह की दिक्कतें आती हैं, उसकी जानकारी आप सभी को है: PM
— PMO India (@PMOIndia) April 9, 2018
यदि हम Price Competitive हों और Quality Sensitive हों, और ऐसे Products पर फोकस करें जिनके आयात की बाध्यता है और जिन्हें हम नए innovations के जरिए Replace कर सकते हैं, तो import bill में महत्वपूर्ण कमी आ सकती है: PM @narendramodi
— PMO India (@PMOIndia) April 9, 2018
आपको याद होगा 2014-15 में आपने स्कूलों में शौचालय बनाने के लिए CSR Fund डोनेट किया था, जिसके परिणाम आज सबके सामने हैं। नीति आयोग ने देश के 115 सबसे पिछड़ों जिलों की पहचान की है, जिन्हें हम Aspirational Districts मान रहे हैं। क्या इन जिलों का विकास इस वर्ष की थीम हो सकती है: PM
— PMO India (@PMOIndia) April 9, 2018
मेरा आग्रह है कि ज्यादा से ज्यादा Efficiency पर फोकस हो, Corporate Governance पर जोर हो और Resources का सही उपयोग किया जाए। मैं मानता हूं कि Energy और Experience, Enterprise और Enthusiasm के संगम से अभूतपूर्व नतीजे मिलेंगे: PM
— PMO India (@PMOIndia) April 9, 2018