QuotePolice, forensic science and judiciary are integral parts of criminal justice delivery system: Prime Minister
QuoteGreater technological intervention in forensic science can help tackle challenges of cyber security: PM Modi
QuoteIn order to deal with rapidly changing crime scenario we have to develop newer techniques to make it clear that criminals will not be spared: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ।

ସେ ଏହି ବିଶ୍ୱବିଦ୍ୟାଳୟ ଏବଂ ଏହାର ଛାତ୍ରଛାତ୍ରୀଙ୍କୁ ଉଦ୍ଭାବକ ଭାବେ ବର୍ଣ୍ଣନା କରିଥିଲେ । ପାରମ୍ପରିକ ଭାବେ ଅଣପାରମ୍ପରିକ ବୋଲି ବିଶ୍ୱାସ କରାଯାଉଥିବା, କିନ୍ତୁ ବର୍ତ୍ତମାନ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏପରି ଏକ ବିଷୟ ବାଛିଥିବାରୁ ସେ ଛାତ୍ରଛାତ୍ରୀଙ୍କ ଦୃଢ଼ସଂକଳ୍ପକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏହି ଆତ୍ମବିଶ୍ୱାସ ଏବଂ ସମର୍ପଣ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଲାଭାନ୍ୱିତ କରିବ ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅପରାଧ କରୁଥିବା କୌଣସି ଲୋକ ମନରେ ଧରା ପଡ଼ିବାର ଭୟ ରହିବା ସ୍ୱଭାବିକ । ଠିକ ଏହି ସମୟରେ ଫରେନସିକ ବିଜ୍ଞାନର ଗୁରୁତ୍ୱ ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅପରାଧିକ ତଦନ୍ତ ଏବଂ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅନ୍ତର୍ଜାତୀୟ ମାନବ ସମ୍ବଳ କ୍ଷେତ୍ର ସୃଷ୍ଟି କରିଥିବାରୁ ସେ ଜିଏଫଏସୟୁକୁ ପ୍ରଶଂସା କରିଥିଲେ । ବିଶ୍ୱ ନିରାପତ୍ତା କ୍ଷେତ୍ରରେ ତାଲିମ ଏବଂ ଶିକ୍ଷା ମାଧ୍ୟମରେ ଗୁଜରାଟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

|

ସାଇବର ଅପରାଧର ଆହ୍ୱାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବ୍ୟାପକ ଭାବେ ଆଲୋଚନା କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଫରେନସିକ ଏବଂ ସାଇବର ଫରେନସିକ ବିଜ୍ଞାନାଗାରଗୁଡ଼ିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବୀମା ଶିଳ୍ପରେ ମଧ୍ୟ ଫରେନସିକ ବିଜ୍ଞାନର ଗୁରୁତ୍ୱ ବିଷୟରେ ସେ ଉଲ୍ଲେଖ କରିଥିଲେ ।

|
ଦୋଷୀକୁ ଧରା ପକାଇବା ଲାଗି ନ୍ୟାୟିକ ବ୍ୟବସ୍ଥାରେ ଡିଏନଏ ବୃତ୍ତାନ୍ତର ବ୍ୟବହାର ପାଇଁ ସେ ଫରେନସିକ ବିଶେଷଜ୍ଞମାନଙ୍କୁ ଆହ୍ୱାନ କରିଥିଲେ ।
|

ସେ କହିଥିଲେ ଯେ ଆଗାମୀ ଦିନରେ ଆମେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ସମେତ ଅତି ଗୁରୁତର ଅପରାଧକୁ ଧରିବା ଲାଗି ଆମେ ସକ୍ଷମ ହୋଇପାରିବା ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ବିଶ୍ୱସ୍ତରରେ ବଦଳୁଥିବା ଧାରାର କେନ୍ଦ୍ରସ୍ଥଳୀରେ ରହିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ ।

ଆମ ବିଶ୍ୱ ଯେପରି ଏକ ଉନ୍ନତ ସ୍ଥାନ ହୋଇପାରିବ ସେଥିପାଇଁ ପ୍ରଗତିଶୀଳ ପରିବର୍ତ୍ତନ ଆଣିବା ଲାଗି ପ୍ରୟାସ କରିବା ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସେ ସମସ୍ତ ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଏବଂ ସଜୀବ ଭବିଷ୍ୟତ କାମନା କରିଥିଲେ ।

 

Click here to read PM's speech

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India’s ‘Thumbs Up’ for the Jan Man Survey on 11 Years of Modi Government

Media Coverage

India’s ‘Thumbs Up’ for the Jan Man Survey on 11 Years of Modi Government
NM on the go

Nm on the go

Always be the first to hear from the PM. Get the App Now!
...
PM Modi's statement ahead of departure for visit to Cyprus, Canada and Croatia
June 15, 2025

Today, I will embark on a three-nation tour to the Republic of Cyprus, Canada and Croatia.

On June 15-16, I will visit the Republic of Cyprus at the invitation of President H.E Nikos Christodoulides. Cyprus is a close friend and an important partner in the Mediterranean region and the EU. The visit provides an opportunity to build upon the historical bonds and expand our ties in the areas of trade, investment, security, technology and promote people-to-people exchanges.

From Cyprus, I will travel to Kananaskis, Canada to attend the G 7 Summit at the invitation of Prime Minister H.E. Mark Carney. The Summit will provide space for exchange of views on pressing global issues and the priorities of the Global South. I also look forward to engaging withleaders from partner countries.

On 18 June, I look forward to my visit to the Republic of Croatia and meetings with President Zoran Milanovic and Prime Minister Andrej Plenkovic. Both our countries enjoy centuries-old close cultural links. As the first visit by an Indian Prime Minister to Croatia, it will open new avenues for bilateral cooperation in areas of mutual interest.

This three-nation tour is also an opportunity to thank partner countries for their steadfast support to India in our fight against cross-border terrorism, and to galvanize global understanding on tackling terrorism in all its forms and manifestations.