Quote'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ : ପ୍ରଧାନମନ୍ତ୍ରୀ ମୋଦୀ
Quoteଆଜି ,ଭାରତ ହେଉଛି ବିଶ୍ୱର ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ : ପ୍ରଧାନମନ୍ତ୍ରୀ ମୋଦୀ
Quoteଆମେ ଟିକସ ପ୍ରଣାଳୀରେ ପାରଦର୍ଶିତା ,ଦକ୍ଷତା ଏବଂ ଦାୟିତ୍ୱାଧୀନତା ଆଣିବା ପାଇଁ 'ଫେସଲେସ ଟ୍ୟାକ୍ସ ଆଡ୍ମିନିଷ୍ଟ୍ରେସନ' ଆଡକୁ ଅଗ୍ରସର ହେଉଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ହାସଲ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀରେ ପ୍ରମୁଖ ଉଦ୍ୟୋଗ ଚାମ୍ବର ‘ଆସୋଚାମ’ର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଏହା କହିଛନ୍ତି ।

|

କର୍ପୋରେଟ ଜଗତର ବିଶିଷ୍ଟ ବ୍ୟକ୍ତି, କୂଟନୀତିଜ୍ଞ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସମୂହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ 5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାର ବିଚାର ଅଚାନକ ଆସିନାହିଁ ।

ସେ କହିଥିଲେ ଯେ ଗତ 5 ବର୍ଷ ମଧ୍ୟରେ ଦେଶ ନିଜକୁ ଏତେ ସୁଦୃଢ଼ କରି ନେଇଛି ଯେ ଏହା କେବଳ ନିଜ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିନାହିଁ, ବରଂ ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ ମଧ୍ୟ କରି ଦେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 5 ବର୍ଷ ପୂର୍ବରୁ ଅର୍ଥବ୍ୟବସ୍ଥା ବିପର୍ଯ୍ୟୟ ଆଡ଼କୁ ଗତି କରୁଥିଲା । ଆମ ସରକାର ଏଥିରେ ବିରାମ ଲଗାଇବା ସହିତ ଅର୍ଥବ୍ୟବସ୍ଥାରେ ଅନୁଶାସନର ମାର୍ଗ ମଧ୍ୟ ପ୍ରଶସ୍ତ କଲା ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଭାରତର ଅର୍ଥବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିଲୁ, ଯାହାଦ୍ୱାରା ଏହାର ପରିଚାଳନା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ । ଆମେ ଉଦ୍ୟୋଗ ଜଗତର ଦଶନ୍ଧି ପୁରୁଣା ଦାବି ପୂରଣ କଲୁ ଏବଂ ଆମେ ଦେଶକୁ 5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରିଛୁ ।

ସେ କହିଥିଲେ, ‘ଆମେ ଔପଚାରିକତା ଏବଂ ଆଧୁନିକୀକରଣର ଦୁଇଟି ଦୃଢ଼ ସ୍ତମ୍ଭ ଉପରେ ଭାରତୀୟ ଅର୍ଥବ୍ୟବସ୍ଥା ନିର୍ମାଣ କରୁଛୁ । ଆମେ ଅଧିକରୁ ଅଧିକ କ୍ଷେତ୍ରକୁ ଔପଚାରିକ ଅର୍ଥବ୍ୟବସ୍ଥା ପରିଧି ମଧ୍ୟକୁ ଆଣିବା ଲାଗି ପ୍ରୟାସ କରୁଛୁ । ଏଥିସହିତ ଆମେ ଦେଶର ଅର୍ଥବ୍ୟବସ୍ଥାକୁ ନବୀନତମ ପ୍ରଯୁକ୍ତି ସହ ଯୋଡ଼ୁଛୁ, ଯାହାଦ୍ୱାରା ଆମେ ଆଧୁନିକୀକରଣର ଗତିକୁ ଆହୁରି ଦ୍ରୁତ କରିପାରିବୁ ।

ପ୍ରଧାନମନ୍ତ୍ରୀ କହିଥିଲେ, ଏବେ କୌଣସି କମ୍ପାନୀର ପଞ୍ଜିକରଣରେ ଅନେକ ସପ୍ତାହ ସମୟ ଲାଗିବା ବଦଳରେ ମାତ୍ର କିଛି ଘଣ୍ଟା ଲାଗୁଛି । ସ୍ୱୟଂଚାଳିତ ପ୍ରକ୍ରିୟା ଫଳରେ ସୀମାପାର ବାଣିଜ୍ୟ ଖୁବ ଦ୍ରୁତ ଗତିରେ କରିବାରେ ସହାୟତା ମିଳୁଛି । ମୌଳିକ ଢାଂଚାଗତ ସୁବିଧା ପରସ୍ପର ସହ ଯୋଡ଼ି ହେବା ଫଳରେ ବନ୍ଦର ଓ ବିମାନ ବନ୍ଦରରେ ଜାହାଜ ଓ ବିମାନର ଆଗମନ ଓ ପ୍ରସ୍ଥାନରେ ଲାଗୁଥିବା ମୋଟ ସମୟ ନିରନ୍ତର ହ୍ରାସ ପାଉଛି । ଏସବୁ ଏକ ଆଧୁନିକ ଅର୍ଥବ୍ୟବସ୍ଥାର ଉଦାହରଣ ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଆମ ଦେଶରେ ଏପରି ଏକ ସରକାର ଅଛି ଯିଏ ଉଦ୍ୟୋଗ ଜଗତର ବିଚାରକୁ ଶୁଣୁଛି, ତା’ର ଆବଶ୍ୟକତାକୁ ବୁଝୁଛି ଏବଂ ତା’ର ପରାମର୍ଶ ପ୍ରତି ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିରନ୍ତର କଠିନ ପରିଶ୍ରମ କରିବା ଫଳରେ ହିଁ ଭାରତ ‘ବ୍ୟବସାୟିକ ସୁଗମତା’ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିବାରେ ସଫଳ ହୋଇପାରିଛି ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ବ୍ୟବସାୟିକ ସୁଗମତା’ ବାକ୍ୟ ମାତ୍ର କେତୋଟି ଶବ୍ଦର ସମାହାର ହୋଇପାରେ, କିନ୍ତୁ ଏହି ସୂଚକାଙ୍କରେ ଭାରତର ରେଙ୍କିଙ୍ଗରେ ଉନ୍ନତି ଆଣିବା ଲାଗି ଅଗଣିତ କଠିନ ପ୍ରୟାସ କରାଯାଇଛି, ଏଥିମଧ୍ୟରେ ଭୂମିଗତ ସ୍ତରରେ ନୀତି ଏବଂ ନିୟମରେ ଆବଶ୍ୟକ ପରିବର୍ତ୍ତନ ଆଣିବା ମଧ୍ୟ ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ଏହି ବିଷୟ ଉପରେ ମଧ୍ୟ ରେଖାପାତ କରିଥିଲେ ଯେ ଦେଶରେ ବ୍ୟକ୍ତିଗତ ଉପସ୍ଥିତି ବିନା ଟିକସ ପ୍ରଶାସନ ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପ୍ରୟାସ କରାଯାଉଛି, ଯଦ୍ଵାରା ଟିକସଦାତା ଏବଂ ପ୍ରାଧିକରଣ ମଧ୍ୟରେ ବ୍ୟକ୍ତିଗତ ଉପସ୍ଥିତିର ଆବଶ୍ୟକତା ହ୍ରାସ ପାଇବ ।
ସେ କହିଥିଲେ ଯେ ଟିକସ ବ୍ୟବସ୍ଥାରେ ପାରଦର୍ଶିତା, ଦକ୍ଷତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ଆମେ ବ୍ୟକ୍ତିଗତ ଉପସ୍ଥିତି ବିନା ଟିକସ ପ୍ରଶାସନ ଦିଗରେ ଆହୁରି ଦ୍ରୁତ ଗତିରେ ଅଗ୍ରସର ହେଉଛୁ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ସରକାର କର୍ପୋରେଟ କ୍ଷେତ୍ର ସହ ଜଡ଼ିତ ଅନେକ ଆଇନର ଅଣ-ଅପରାଧିକରଣ କରି ଦେଇଛନ୍ତି, ଫଳରେ ଉଦ୍ୟୋଗ ଜଗତ ଭୟମୁକ୍ତ ପରିବେଶରେ କାମ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ଜାଣନ୍ତି ଯେ କମ୍ପାନୀ ଆଇନରେ ଅନେକ ବ୍ୟବସ୍ଥା ରହିଛି, ଯାହାର ମାମୁଲି ଉଲ୍ଲଙ୍ଘନକୁ ମଧ୍ୟ ଫୌଜଦାରୀ ଅପରାଧ ଭାବେ ବିବେଚନା କରାଯାଇଥାଏ । ଆମ ସରକାର ଏପରି ଅନେକ ବ୍ୟବସ୍ଥାର ଅଣ-ଅପରାଧୀକରଣ କରି ଦେଇଛନ୍ତି । ଆମେ ଏହା ବ୍ୟତିତ ମଧ୍ୟ ଅନେକ ବ୍ୟବସ୍ଥାର ଅଣ-ଅପରାଧୀକରଣ କରୁଛୁ ଅଥବା ସେଗୁଡ଼ିକୁ ଦେୱାନୀ ଅପରାଧରେ ପରିଣତ କରି ଦେଉଛୁ ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତମାନ ଦେଶରେ କର୍ପୋରେଟ ଟିକସ ଦର ସର୍ବନିମ୍ନ ରହିଛି ଏବଂ ଏହାଦ୍ୱାରା ଆର୍ଥିକ ବିକାଶ ଗତିଶୀଳ ହେବ ।
କେବଳ ଆମ ଦେଶରେ ହିଁ ସରକାର ସର୍ବନିମ୍ନ କର୍ପୋରେଟ ଟିକସ ସଂଗ୍ରହ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

|

 

ଶ୍ରମ ସଂସ୍କାର ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ ।

|

 

ସେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଆହୁରି ଅଧିକ ପାରଦର୍ଶୀ ଏବଂ ଲାଭପ୍ରଦ କରିବା ଲାଗି ଏହି କ୍ଷେତ୍ରରେ ଲାଗୁ କରାଯାଇଥିବା ବ୍ୟାପକ ସୁଧାର ବିଷୟରେ ମଧ୍ୟ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।

|

ପ୍ରଧାନମନ୍ତ୍ରୀ କହିଥିଲେ, ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ କାରଣରୁ ଆଜି 13ଟି ବ୍ୟାଙ୍କ ଲାଭ ଦିଗରେ ଅଗ୍ରସର ହେଉଛନ୍ତି, ଅନ୍ୟପକ୍ଷରେ 6ଟି ବ୍ୟାଙ୍କ ‘ପିସିଏ’ ପରିଧିରୁ ବାହାରକୁ ଆସିସାରିଛନ୍ତି । ଆମେ ବ୍ୟାଙ୍କ ସମ୍ମିଶ୍ରଣ ପ୍ରକ୍ରିୟାକୁ ମଧ୍ୟ ଗତିଶୀଳ କରିଛୁ । ଆଜି ବ୍ୟାଙ୍କଗୁଡ଼ିକ ନିଜ ନିଜ ଦେଶବ୍ୟାପୀ ନେଟୱାର୍କକୁ ବିସ୍ତାରିତ କରୁଛନ୍ତି ଏବଂ ଏହାସହିତ ଏଗୁଡ଼ିକ ବୈଶ୍ୱିକ ମାନ୍ୟତା ହାସଲ କରିବା ଦିଗରେ ଅଗ୍ରସର ହେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ସକାରାତ୍ମକତା ସହିତ ଭାରତ 5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଅଗ୍ରସର ହୋଇଚାଲିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଏହି ଲକ୍ଷ୍ୟ ହାସଲ ଦିଗରେ ଆବଶ୍ୟକ ସହଯୋଗ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ 100 ଲକ୍ଷ କୋଟି ଟଙ୍କା ସହିତ ଗ୍ରାମୀଣ କ୍ଷେତ୍ରରେ ମଧ୍ୟରେ 25 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ନିବେଶ କରିବେ ।

 

 

 

 

 

 

 

 

 

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Global aerospace firms turn to India amid Western supply chain crisis

Media Coverage

Global aerospace firms turn to India amid Western supply chain crisis
NM on the go

Nm on the go

Always be the first to hear from the PM. Get the App Now!
...
Former UK PM, Mr. Rishi Sunak and his family meets Prime Minister, Shri Narendra Modi
February 18, 2025

Former UK PM, Mr. Rishi Sunak and his family meets Prime Minister, Shri Narendra Modi today in New Delhi.

Both dignitaries had a wonderful conversation on many subjects.

Shri Modi said that Mr. Sunak is a great friend of India and is passionate about even stronger India-UK ties.

The Prime Minister posted on X;

“It was a delight to meet former UK PM, Mr. Rishi Sunak and his family! We had a wonderful conversation on many subjects.

Mr. Sunak is a great friend of India and is passionate about even stronger India-UK ties.

@RishiSunak @SmtSudhaMurty”