ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟମାନଙ୍କୁ ଭେଟିଛନ୍ତି । 2007 ପରେ ପ୍ରଥମ ଥର ଲାଗି ଭାରତରେ ଅନ୍ତର୍ଜାତୀୟ ପରିଷଦର ଏହି ବୈଠକ ଅନୁଷ୍ଠିତ ହୋଇଛି ।
![](https://cdn.narendramodi.in/cmsuploads/0.16279600_1571753355_in1.png)
ଏହି ଅନ୍ତର୍ଜାତୀୟ ପରିଷଦରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଜନ ହାୱାର୍ଡ, ପୂର୍ବତନ ଆମେରିକୀୟ ପରରାଷ୍ଟ୍ର ସଚିବ ହେନେରୀ କିସିଙ୍ଗର ଓ କଣ୍ଡୋଲିଜା ରାଇସ, ପୂର୍ବତନ ପ୍ରତିରକ୍ଷା ସଚିବ ରବର୍ଟ ଗେଟ୍ସ ପ୍ରମୁଖ ବିଶ୍ୱସ୍ତରର ରାଷ୍ଟ୍ରନେତା ସାମିଲ ରହିଛନ୍ତି । ଏମାନଙ୍କ ବ୍ୟତୀତ ବିଶ୍ୱ ବ୍ୟବସାୟ ଓ ଆର୍ଥିକ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷ ଯଥା ଜେପି ମୋର୍ଗାନ ଚେଜର ଜେମି ଡିମୋନ, ଟାଟା ଗ୍ରୁପର ରତନ ଟାଟା ଏବଂ ନେସଲେ, ଆଲିବାବା, ଆଲଫା, ଇବରଡୋଲା, କ୍ରାଫ୍ଟ ହେଞ୍ଜ ଆଦି କମ୍ପାନୀର ଅଗ୍ରଣୀ ପ୍ରତିନିଧିମାନେ ସାମିଲ ଥିଲେ ।
![](https://cdn.narendramodi.in/cmsuploads/0.87390200_1571753369_in2.png)
ଭାରତରେ ଏହି ପରିଷଦକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ 2024 ସୁଦ୍ଧା ଭାରତକୁ 5 ଲକ୍ଷ କୋଟି ଆମେରିକୀୟ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ତାଙ୍କର ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ଭୌତିକ ଭିତ୍ତିଭୂମି, ସୁଲଭ ସ୍ୱାସ୍ଥ୍ୟସେବାରେ ଉନ୍ନତି ଏବଂ ଉନ୍ନତ ମାନର ଶିକ୍ଷାଦାନ ଆଦି ତାଙ୍କ ସରକାରଙ୍କ ପ୍ରମୁଖ ନୀତିଗତ ପ୍ରାଥମିକତା ।
![](https://cdn.narendramodi.in/cmsuploads/0.62585700_1571753385_in3.png)
ସରକାରଙ୍କ ନୀତି ପ୍ରଣୟନରେ ଜନସାଧାରଣଙ୍କ ଭାଗିଦାରୀ ଏକ ମାର୍ଗଦର୍ଶୀ ସିଦ୍ଧାନ୍ତ ହୋଇ ରହିଆସିଛି । ବୈଦେଶିକ ନୀତି କ୍ଷେତ୍ରରେ ଭାରତ ଏହାର ରଣନୈତିକ ସହଭାଗୀ ଏବଂ ନିବିଡ଼ ପଡ଼ୋଶୀମାନଙ୍କ ସହିତ ଏକ ସ୍ୱଚ୍ଛ ବହୁପକ୍ଷୀୟ ବୈଶ୍ୱିକ ବ୍ୟବସ୍ଥା ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିଆସୁଛି ।
![](https://cdn.narendramodi.in/cmsuploads/0.11420000_1571753440_in4.png)