ଆମର ଏକତାର ଉତ୍ସାହ ଆମ ଦେଶର ସୁନ୍ଦର ବିବିଧତା ମଧ୍ୟରେ ଏକତାର ସ୍ତମ୍ଭଭାବେ କାର୍ଯ୍ୟ କରେ
ବୃତ୍ତିଗତ ପାଠ୍ୟକ୍ରମଗୁଡିକ ଭାରତୀୟ ଭାଷାର ସମୃଦ୍ଧ କରାଯାଉଛି, ଯାହାଫଳରେ ମାତୃଭାଷାରେ ଉଚ୍ଚଶିକ୍ଷା ଏକ ବାସ୍ତବତାରେ ପରିଣତ ହୋଇପାରିବ-ପ୍ରଧାନମନ୍ତ୍ରୀ
ଏକ ଅଣଆନୁଷ୍ଠାନିକ ପରିବେଶ ମଧ୍ୟରେ ଖୋଲା କଥାବର୍ତ୍ତା ନିମନ୍ତେ ପ୍ରତିନିଧିଦଳ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ
 

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (ତା୨୪-୦୩-୨୦୨୨)ଦିନ ୭-ଲୋକକଲ୍ୟାଣ ମାର୍ଗରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶିଖ୍ ବୁଦ୍ଧିଜୀବୀମାନଙ୍କ ପ୍ରତିନିଧି ଦଳ ସହ ସାକ୍ଷାତ କରିଛନ୍ତି । 

ପ୍ରଧାନମନ୍ତ୍ରୀ ପ୍ରତିନିଧି ଦଳଙ୍କ ସହ କୃଷକ କଲ୍ୟାଣ, ଯୁବ ସଶକ୍ତିକରଣ, ମାଦକଦ୍ରବ୍ୟ ମୁକ୍ତ ସମାଜ, ଜାତୀୟ ଶିକ୍ଷାନୀତି, କୌଶଳ ବିକାଶ, କର୍ମନିଯୁକ୍ତି, ପ୍ରଯୁକ୍ତି ଓ ପଞ୍ଜାବର ସାମଗ୍ରିକ ବିକାଶ ସମେତ ଆହୁରି ଅନେକ ବିଷୟରେ ଆଲୋଚନା କରିଥିଲେ । 

ପ୍ରଧାନମନ୍ତ୍ରୀ ପ୍ରତିନିଧିମାନଙ୍କୁ ସାକ୍ଷାତ କରି ଖୁସିପ୍ରକଟ କରିବା ସହ ବୁଦ୍ଧିଜୀବୀଗଣ ସମାଜରେ ସ୍ୱତନ୍ତ୍ରତା ସୃଷ୍ଟି ପାରିବ ବୋଲି କହିଥିଲେ । ପ୍ରତିନିଧି ଦଳକୁ ଦେଶବାସୀଙ୍କୁ ଏକତାର ମହତ୍ୱ ସମ୍ପର୍କରେ ବୁଝାଇବା ସହ ଏହା ଦେଶର ସୁନ୍ଦର ଐକ୍ୟର ଏକ ମଜବୁତ ସ୍ତମ୍ଭ ବୋଲି କହିଥିଲେ । 

ପ୍ରଧାନମନ୍ତ୍ରୀ ମାତୃଭାଷାରେ ଶିକ୍ଷାର ମହତ୍ୱ ସମ୍ପର୍କରେ କହିଥିଲେ । ବୃତିଗତ ପାଠ୍ୟକ୍ରମ ଗୁଡିକୁ ଭାରତୀୟ ଭାଷାରେ ସମୃଦ୍ଧି କରାଗଲେ ମାତୃଭାଷାରେ ଉଚ୍ଚଶିକ୍ଷା ଏକ ବାସ୍ତବତାରେ ପରିଣତ ହେବ ବୋଲି ସେ କହିଥିଲେ ।

ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଏପରି ଅଣ ଆନୁଷ୍ଠାନିକ ପରିବେଶ ମଧ୍ୟରେ ମୁକ୍ତିଓ ଅବାଧ ଆଲୋଚନା କରିଥିବାରୁ ପ୍ରତିନିଧି ଦଳ ଧନ୍ୟବାଦ ଜଣାଇଥିଲେ । ଦେଶରେ ଶିଖ ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ନିରବଚ୍ଛିନ୍ନଭାବେ ପଦକ୍ଷେପ ନେଇଥିବାରୁ ସେମାନେ ସାଧୁବାଦ ଜଣାଇଥିଲେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
When PM Modi Fulfilled A Special Request From 101-Year-Old IFS Officer’s Kin In Kuwait

Media Coverage

When PM Modi Fulfilled A Special Request From 101-Year-Old IFS Officer’s Kin In Kuwait
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2024
December 21, 2024

Inclusive Progress: Bridging Development, Infrastructure, and Opportunity under the leadership of PM Modi