ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (ତା୨୪-୦୩-୨୦୨୨)ଦିନ ୭-ଲୋକକଲ୍ୟାଣ ମାର୍ଗରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶିଖ୍ ବୁଦ୍ଧିଜୀବୀମାନଙ୍କ ପ୍ରତିନିଧି ଦଳ ସହ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ପ୍ରତିନିଧି ଦଳଙ୍କ ସହ କୃଷକ କଲ୍ୟାଣ, ଯୁବ ସଶକ୍ତିକରଣ, ମାଦକଦ୍ରବ୍ୟ ମୁକ୍ତ ସମାଜ, ଜାତୀୟ ଶିକ୍ଷାନୀତି, କୌଶଳ ବିକାଶ, କର୍ମନିଯୁକ୍ତି, ପ୍ରଯୁକ୍ତି ଓ ପଞ୍ଜାବର ସାମଗ୍ରିକ ବିକାଶ ସମେତ ଆହୁରି ଅନେକ ବିଷୟରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ପ୍ରତିନିଧିମାନଙ୍କୁ ସାକ୍ଷାତ କରି ଖୁସିପ୍ରକଟ କରିବା ସହ ବୁଦ୍ଧିଜୀବୀଗଣ ସମାଜରେ ସ୍ୱତନ୍ତ୍ରତା ସୃଷ୍ଟି ପାରିବ ବୋଲି କହିଥିଲେ । ପ୍ରତିନିଧି ଦଳକୁ ଦେଶବାସୀଙ୍କୁ ଏକତାର ମହତ୍ୱ ସମ୍ପର୍କରେ ବୁଝାଇବା ସହ ଏହା ଦେଶର ସୁନ୍ଦର ଐକ୍ୟର ଏକ ମଜବୁତ ସ୍ତମ୍ଭ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ମାତୃଭାଷାରେ ଶିକ୍ଷାର ମହତ୍ୱ ସମ୍ପର୍କରେ କହିଥିଲେ । ବୃତିଗତ ପାଠ୍ୟକ୍ରମ ଗୁଡିକୁ ଭାରତୀୟ ଭାଷାରେ ସମୃଦ୍ଧି କରାଗଲେ ମାତୃଭାଷାରେ ଉଚ୍ଚଶିକ୍ଷା ଏକ ବାସ୍ତବତାରେ ପରିଣତ ହେବ ବୋଲି ସେ କହିଥିଲେ ।
ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଏପରି ଅଣ ଆନୁଷ୍ଠାନିକ ପରିବେଶ ମଧ୍ୟରେ ମୁକ୍ତିଓ ଅବାଧ ଆଲୋଚନା କରିଥିବାରୁ ପ୍ରତିନିଧି ଦଳ ଧନ୍ୟବାଦ ଜଣାଇଥିଲେ । ଦେଶରେ ଶିଖ ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ନିରବଚ୍ଛିନ୍ନଭାବେ ପଦକ୍ଷେପ ନେଇଥିବାରୁ ସେମାନେ ସାଧୁବାଦ ଜଣାଇଥିଲେ ।