କ୍ରମାଗତ ଚତୁର୍ଥ ଥର ଲାଗି ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲର ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମହାମାନ୍ୟ ଡଃ ଆଞ୍ଜେଲା ମର୍କେଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।
ଜର୍ମାନୀକୁ ଦୃଢ଼ ନେତୃତ୍ୱ ପ୍ରଦାନ ଏବଂ ତାଙ୍କ ନେତୃତ୍ୱରେ ୟୁରୋପ ବ୍ୟାପାରରେ ଜର୍ମାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଚାନ୍ସେଲର ମର୍କେଲଙ୍କୁ ପ୍ରଶଂସା କରିଥିଲେ ।
ଭାରତ-ର୍ଜମାନୀ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ୀଭୁତ କରିବା ପାଇଁ ଚାନ୍ସେଲର ମର୍କେଲଙ୍କ ସହ ମିଶି ପ୍ରୟାସ ଚାଲୁରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସଂକଳ୍ପକୁ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ଯେ 2018 ମାର୍ଚ୍ଚ 22-26 ମଧ୍ୟରେ ଭାରତ ଗସ୍ତରେ ଆସୁଥିବା ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେଇନମେଏରଙ୍କ ସହ ଆଗାମୀ ବୈଠକ ଲାଗି ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି କହିଥିଲେ ।