What do you think NDA Govt’s move of banning old Rs. 500 & Rs. 1000 currency notes? Take a survey & submit your views on the NM App

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାର ଙ୍କ ୫୦୦ ଓ ୧୦୦୦ ଟଙ୍କା ବିମୁଦ୍ରୀକରଣ ନିଷ୍ପତ୍ତି ସମ୍ବନ୍ଧରେ ଜନ ସାଧାରଣଙ୍କ ମତ ଲୋଡିଛନ୍ତି ।

ଜନତା ସେମାନଙ୍କର ମତାମତ ଏକ ସର୍ଭେରେ ୧୦ଟି ପ୍ରଶ୍ନର ଉତ୍ତର ମାଧ୍ୟମରେ ଦେଇପାରିବେ । ଏହା ନରେନ୍ଦ୍ର ମୋଦୀ ଆପ୍ ରେ ଉପଲବ୍ଧ ହେବ । ଏହି ସର୍ଭେର ସଂଯୋଗକୁ ସାର୍ବଜନୀନ କରିବା ପରେ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ସମ୍ପର୍କରେ ଲୋକମାନଙ୍କର ସିଧାସଳଖ ମତ ଜାଣିବାକୁ ଚାହୁଁଥିବାର ଟ୍ୱିଟ କରିଛନ୍ତି । ସର୍ଭେର ୧୦ଟି ପ୍ରଶ୍ନ ନିମ୍ନରେ ପ୍ରଦାନ କରାଗଲା-

୧)ଆପଣ ଭାବୁଛନ୍ତି କି ଭାରତରେ କଳାଧନ ରହିଛି? କ- ହଁ, ଖ-ନାଁ

୨)ଆପଣ ଭାବୁଛନ୍ତି କି ଦୁର୍ନୀତି ରାକ୍ଷସ ଓ କଳାଧନ ବିପକ୍ଷରେ ସଂଗ୍ରାମ କରାଯାଇ ଏହାକୁ ଦୂର କରାଯିବା ଉଚିତ? କ- ହଁ, ଖ-ନାଁ

୩) କଳାଧନକୁ ନିୟନ୍ତ୍ରଣ କରିବା ନେଇ ସରକାରଙ୍କ ପଦକ୍ଷେପ ସମ୍ବନ୍ଧରେ ଆପଣ କଣ ମନେ କରୁଛନ୍ତି?

୪) ଦୁର୍ନୀତି ବିପକ୍ଷରେ ମୋଦୀ ସରକାର ଏପର୍ଯ୍ୟନ୍ତ ଗ୍ରହଣ କରିଥିବା ପଦକ୍ଷେପ ସମ୍ବନ୍ଧରେ ଆପଣଙ୍କ ମତ କଣ ?

୧. ସର୍ବୋତମ ୨. ବହୁତ ଭଲ ୩. ଭଲ ୪. ଠିକ ଅଛି ୫. ନିରର୍ଥକ

୫) ୫୦୦ ଟଙ୍କା ଓ ୧୦୦୦ ଟଙ୍କାକୁ ଅଚଳ କରିବା ନେଇ ମୋଦୀ ସରକାରଙ୍କ ପଦକ୍ଷେପ ସମ୍ବନ୍ଧରେ ଆପଣଙ୍କ ମତ କଣ ?

କ. ସଠିକ ଦିଗରେ ନିଆଯାଇଥିବା ମହାନ ପଦକ୍ଷେପ ଖ. ଭଲ ପଦକ୍ଷେପ ଗ. ଏହାଦ୍ୱାରା କୌଣସି ପ୍ରଭାବ ପଡ଼ିବ ନାହିଁ

୬) ବିମୁଦ୍ରୀକରଣ ଫଳରେ କଳାଧନ, ଦୁର୍ନୀତି ଓ ସନ୍ତ୍ରାସବାଦକୁ ନିୟନ୍ତ୍ରିତ କରିହେବ ବୋଲି ଆପଣ ମନେକରୁଛନ୍ତି କି? କ. ଏହାର ପ୍ରଭାବ ତୁରନ୍ତ ମିଳିବ ଖ. ଦୀର୍ଘ ଓ ମଧ୍ୟମ ମିଆଦ ଭିତିରେ ଏହାର ପ୍ରଭାବ ପଡ଼ିବ ଗ. ଖୁବ କମ ପ୍ରଭାବ ପଡ଼ିବ ଘ. ଜାଣିନାହିଁ

୭) ବିମୁଦ୍ରୀକରଣ ଦ୍ୱାରା ରିଅଲ ଇଷ୍ଟେଟ, ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସାଧାରଣ ଲୋକର ପହଂଚକୁ ଆସିପାରିବ?

କ. ସମ୍ପୂର୍ଣ୍ଣ ଭାବେ ଏକମତ ଖ. ଆଂଶିକ ଏକମତ ଗ. କହିପାରିବି ନାହିଁ

୮) ଦୁର୍ନୀତି, କଳାଧନ ଓ ସନ୍ତ୍ରାସବାଦକୁ ନିୟନ୍ତ୍ରଣ କରାଯିବା ନେଇ ହୋଇଥିବା ସଂଗ୍ରାମ ଫଳରେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେଥିରେ ଆପଣ କ୍ଷୁବ୍ଧ କି?

କ. ଆଦୌ ନୁହେଁ ଖ. କିଛି ପରିମାଣର ମାତ୍ର ଏହାର ଉଚିତ ଗୁରୁତ୍ୱ ରହିଛି ଗ. ହଁ

୯) ଆପଣ ମନେକରୁଛନ୍ତି କି କେତେକ ଦୁର୍ନୀତି ନିବାରକ କର୍ମୀ ପ୍ରକୃତରେ କଳାଧନ, ଦୁର୍ନୀତି ଓ ସନ୍ତ୍ରାସବାଦକୁ ସମର୍ଥନ କରି ସଂଗ୍ରାମ କରୁଛନ୍ତି?

କ- ହଁ, ଖ-ନାଁ

୧୦) ଆପଣଙ୍କର ଏ ସମ୍ବନ୍ଧରେ କିଛି ପ୍ରସ୍ତାବ, ଧାରଣା ଓ ଅନ୍ତର୍ଦୃଷ୍ଟି ରହିଛି କି ଏବଂ ଆପଣ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭାବ ବିନିମୟ କରିବାକୁ ଚାହିଁବେ କି?

ଏହି ସର୍ଭେ ପ୍ରଧାନମନ୍ତ୍ରୀଙ୍କ ଭାଗିଧାରୀ ଭିତିକ ଶାସନ ବ୍ୟବସ୍ଥା ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନଙ୍କରେ ଜନସାଧାରଣଙ୍କର ସିଧାସଳଖ ମତ ଗ୍ରହଣ କରିବାର ଦୂରଦୃଷ୍ଟି ଉପରେ ଆଧାରିତ ।

ପ୍ରଧାନମନ୍ତ୍ରୀ ୫୦୦ ଟଙ୍କା ଓ ହଜାର ଟଙ୍କା ଅଚଳ ହେବା ନିଷ୍ପତ୍ତିର ସିଧାସଳଖ ଦିଗ ଉପରେ ଉତ୍ତର ଚାହିଁଛନ୍ତି । ସେ ମଧ୍ୟ ଏହି ନିଷ୍ପତ୍ତିର କାର୍ଯ୍ୟକାରିତାକୁ ଶକ୍ତିଶାଳୀ କରିବା ନେଇ ଜନସାଧାରଣଙ୍କ ମତାମତ ଆହ୍ୱାନ କରିଛନ୍ତି । ଜନସାଧାରଣଙ୍କ ସହ ସିଧାସଳଖ ଭାବେ ସଂଯୁକ୍ତ ହେବା ନେଇ ପ୍ରଧାନମନ୍ତ୍ରୀଙ୍କର ଯେଉଁ ପ୍ରତୀୟ ରହିଛି ତାହା ସର୍ଭେରେ ସମ୍ପୂର୍ଣ୍ଣ ଭାବେ ପ୍ରତିଫଳିତ ହୋଇଛି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s Biz Activity Surges To 3-month High In Nov: Report

Media Coverage

India’s Biz Activity Surges To 3-month High In Nov: Report
NM on the go

Nm on the go

Always be the first to hear from the PM. Get the App Now!
...
PM to participate in ‘Odisha Parba 2024’ on 24 November
November 24, 2024

Prime Minister Shri Narendra Modi will participate in the ‘Odisha Parba 2024’ programme on 24 November at around 5:30 PM at Jawaharlal Nehru Stadium, New Delhi. He will also address the gathering on the occasion.

Odisha Parba is a flagship event conducted by Odia Samaj, a trust in New Delhi. Through it, they have been engaged in providing valuable support towards preservation and promotion of Odia heritage. Continuing with the tradition, this year Odisha Parba is being organised from 22nd to 24th November. It will showcase the rich heritage of Odisha displaying colourful cultural forms and will exhibit the vibrant social, cultural and political ethos of the State. A National Seminar or Conclave led by prominent experts and distinguished professionals across various domains will also be conducted.