ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର 2019 ବିଜେତାମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାବ ବିନିମୟ କରିଛନ୍ତି ।
![](https://cdn.narendramodi.in/cmsuploads/0.08896700_1548316082_684-1-pm-modi.jpg)
ପିଲାମାନେ ସେମାନଙ୍କର ବିଶେଷ ସଫଳତା ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିବା ସହ ସେମାନଙ୍କ ପ୍ରେରଣାଦାୟକ କାହାଣୀ ବର୍ଣ୍ଣନା କରିଥିଲେ ।
ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଥିଲେ ।
![](https://cdn.narendramodi.in/cmsuploads/0.55374200_1548316215_684-2-pm-modi.jpg)
ସେ କହିଲେ ଯେ ପ୍ରତିଭାବାନ ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଏହି ପୁରସ୍କାରଗୁଡ଼ିକ ଏକ ସୁଯୋଗ ପ୍ରଦାନ କରିଥା’ନ୍ତି ଏବଂ ଏହା ସେମାନଙ୍କ ପରି ଅନ୍ୟମାନଙ୍କ ପାଇଁ ପ୍ରେରଣା ଭଳି କାର୍ଯ୍ୟ କରେ ।
![](https://cdn.narendramodi.in/cmsuploads/0.76357100_1548316659_684-7-pm-modi.jpg)
ପ୍ରକୃତି ସହିତ ସଂଯୁକ୍ତ ରହିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଅସାଧାରଣ ପ୍ରତିଭାଧାରୀ ପିଲାମାନଙ୍କୁ ପ୍ରେରିତ କରିଥିଲେ ।
![](https://cdn.narendramodi.in/cmsuploads/0.73555000_1548316236_684-3-pm-modi.jpg)
ସେ ଏହି ପିଲାମାନଙ୍କ ସହ କିଛି ସମୟ ହାଲକା ଏବଂ ଅନୌପଚାରିକ ଭାବେ କଟାଇଥିଲେ ଏବଂ ପିଲାମାନେ ତାଙ୍କୁ ଅଟୋଗ୍ରାଫ ପାଇଁ ଅନୁରୋଧ କରିଥିଲେ ।
ଭିତ୍ତିଭୂମି
ରାଷ୍ଟ୍ରୀୟ ବାଳ ପୁରସ୍କାର ଦୁଇଟି ବର୍ଗରେ ପ୍ରଦାନ କରାଯାଇଥାଏ: ବ୍ୟକ୍ତିଗତ ଭାବେ ବାଳ ଶକ୍ତି ପୁରସ୍କାର; ଏବଂ ଅନୁଷ୍ଠାନ/ ପିଲାମାନଙ୍କ ପାଇଁ କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷମାନଙ୍କୁ ବାଳ କଲ୍ୟାଣ ପୁରସ୍କାର ।
![](https://cdn.narendramodi.in/cmsuploads/0.09097500_1548316259_684-4-pm-modi.jpg)
ଚଳିତ ବର୍ଷ ବାଳ ଶକ୍ତି ପୁରସ୍କାର ପାଇଁ ମୋଟରେ 783ଟି ଆବେଦନ ପତ୍ର ଆସିଥିଲା ।
![](https://cdn.narendramodi.in/cmsuploads/0.44256900_1548316708_684-9-pm-modi.jpg)
ଅଭିନବତା, ବିଦ୍ୱତା, କ୍ରୀଡ଼ା, କଳା ଏବଂ ସଂସ୍କୃତି, ସମାଜ ସେବା ଓ ସାହସିକତା ଆଦି ବର୍ଗରେ ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ବାଳ ଶକ୍ତି ପୁରସ୍କାର ପାଇଁ 26ଜଣଙ୍କୁ ଚୟନ କରିଥିଲା ।
![](https://cdn.narendramodi.in/cmsuploads/0.07204000_1548316291_684-6-pm-modi.jpg)
![](https://cdn.narendramodi.in/cmsuploads/0.02425800_1548316745_684-8-pm-modi.jpg)
ବାଳ କଲ୍ୟାଣ ପୁରସ୍କାର ପାଇଁ ଜାତୀୟ ଚୟନ କମିଟି ମଧ୍ୟ 2 ଜଣ ବ୍ୟକ୍ତିବିଶେଷ ଏବଂ 3ଟି ଅନୁଷ୍ଠାନକୁ ଚୟନ କରିଥିଲେ ।