ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିବାର ଠିକ୍ ପରେ, ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ମିଶନ ଶକ୍ତିର ସଫଳ ସମ୍ପାଦନ ସହ ଜଡ଼ିତ ବୈଜ୍ଞାନିକମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।

ଆଜି ମିଶନ ଶକ୍ତିର ସଫଳତା ପରେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହୋଇପାରିଛି, ଯାହାପାଖରେ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର (ଆଣ୍ଟି ସାଟେଲାଇଟ ମିସାଇଲ) ଜରିଆରେ ସଫଳତା ପୂର୍ବକ ସାଟେଲାଇଟକୁ ଲକ୍ଷ୍ୟଭେଦ କରିବାର ସାମର୍ଥ୍ୟ ରହିଛି ।

ସେମାନଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ଦେଶ ଆମ ବୈଜ୍ଞାନିକମାନଙ୍କୁ ନେଇ ଗର୍ବିତ, ସେମାନେ ଯାହା ହାସଲ କରିବାକୁ ଲକ୍ଷ୍ୟ ରଖିଥାନ୍ତି ସେଥିରେ ଭଲ ସଫଳତା ହାସଲ କରିଥାନ୍ତି ।

ସେ କହିଥିଲେ ଯେ “ମେକ ଇନ ଇଣ୍ଡିଆ”ର ଧାରାରେ ଯାଇ ଆମର ବୈଜ୍ଞାନିକମାନେ ସାରା ବିଶ୍ୱକୁ ଏହି ବାର୍ତ୍ତା ଦେଇଛନ୍ତି ଯେ ଆମେ କାହା ଠାରୁ କମ୍ ନୋହୁଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବସୁଧୈବ କୁଟୁମ୍ବକମ-ସାରା ବିଶ୍ୱ ଗୋଟିଏ ପରିବାର- ଦର୍ଶନରେ ବିଶ୍ୱାସ କରିଥାଏ । ତେବେ ସେ, ଗୁରୁତ୍ୱାରୋପ କରି କହିଥିଲେ ଯେ ଶାନ୍ତି ଏବଂ ସଦଭାବ ପାଇଁ କାର୍ଯ୍ୟ କରୁଥିବା ଶକ୍ତିଗୁଡ଼ିକ ଶାନ୍ତି ହାସଲ ଲାଗି ସବୁବେଳେ ଶକ୍ତିଶାଳୀ ହୋଇ ରହିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଏଥିପ୍ରତି ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱ ଏବଂ କ୍ଷେତ୍ରୀୟ ଶାନ୍ତି ପାଇଁ ଭାରତ ସମର୍ଥ ଏବଂ ଶକ୍ତିଶାଳୀ ରହିବା ଆବଶ୍ୟକ । ସେ କହିଥିଲେ ଯେ ବୈଜ୍ଞାନିକମାନେ ଏହି ପ୍ରୟାସରେ ସମର୍ପିତ ଯୋଗଦାନ କରିଛନ୍ତି । ସେ ମଧ୍ୟ ବୈଜ୍ଞାନିକମାନଙ୍କୁ ସମ୍ପୂର୍ଣ୍ଣ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ ।

ସେମାନଙ୍କର ଦକ୍ଷତା ପ୍ରମାଣ କରିବା ଲାଗି ସୁଯୋଗ ଦେଇଥିବାରୁ ବୈଜ୍ଞାନିକମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s smartphone exports hit record Rs 2 lakh crore, becomes country’s top export commodity

Media Coverage

India’s smartphone exports hit record Rs 2 lakh crore, becomes country’s top export commodity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2025
April 12, 2025

Global Energy Hub: India’s Technological Leap Under PM Modi’s Policies