ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ନିଜ ସଂସଦୀୟ ନିର୍ବାଚନ କ୍ଷେତ୍ର ବାରାଣସୀଠାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଗହଣରେ ପ୍ରାୟ 90 ମିନିଟ ଧରି ସେମାନଙ୍କ ସହ ଭାବ ବିନିମୟ କରିଥିଲେ ।

|

ନରଉର ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ବିଦ୍ୟାଳୟରେ ପହଞ୍ଚିବାକ୍ଷଣି ଅତି ଉତ୍ସାହର ସହ ସ୍ୱାଗତ କରିଥିଲେ ।  ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ବିଶ୍ୱକର୍ମା ଜୟନ୍ତୀ ଅବସରରେ ସ୍ୱାଗତ କରିଥିଲେ ଏବଂ ବିଦ୍ୟା ଅଧ୍ୟୟନ ସହ ସେମାନେ ଜୀବନରେ ବିଭିନ୍ନ କଳା କୌଶଳ ଶିକ୍ଷା କରିବା ଆବଶ୍ୟକ ବୋଲି କହିଥିଲେ ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀ ଭାବେ ସେମାନେ ପ୍ରଶ୍ନ ପଚାରିବାର କଳା ଜାଣିବା ଏକାନ୍ତ ଜରୁରି । ପ୍ରଶ୍ନ ପଚାରିବା ପାଇଁ ସେମାନେ ମନରେ କୌଣସି ପ୍ରକାର ଶଙ୍କା ବା ଦ୍ୱିଧାବୋଧ ରହିବା ଉଚିତ ନୁହେଁ । ଏହା ଅଧ୍ୟୟନର ଏକ ବିଶେଷ ଅଙ୍ଗ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ “ରୁମ୍‌ ଟୁ ରିଡ଼” ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ସେ ଏହି କୋମଳମତି ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଆନନ୍ଦିତ ।

|

ପରେ ଡ଼ିଏଲଡ଼ବ୍ଲୁ ବାରାଣସୀଠାରେ ପ୍ରଧାନମନ୍ତ୍ରୀ ଗରିବ ତଥା ଅବହେଳିତ ବର୍ଗର ଶିଶୁମାନଙ୍କ ସହମତ ବିନିମୟ କରିଥିଲେ । ସେମାନଙ୍କୁ କାଶୀ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ସହାୟତା ପ୍ରଦାନ କରିଆସୁଛନ୍ତି । ପାଠପଢା ସହ ସେମାନେ ଶାରୀରିକ ଶିକ୍ଷା ଓ କ୍ରୀଡ଼ା ପ୍ରତି ମନରେ ବିଶେଷ ଆଗ୍ରହ ରଖିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ ।

|

 

|

ପରେ ସନ୍ଧ୍ୟାରେ, ପ୍ରଧାନମନ୍ତ୍ରୀ ବାରାଣସୀ ସହରର ସଡ଼କପଥରେ ଯାତ୍ରାକରି ସହରର ବିକାଶମୂଳକ କାର୍ଯ୍ୟକ୍ରମର ଆକଳନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଅଳ୍ପ ସମୟ ପାଇଁ ଅଟକି ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମନ୍ଦୁଆଡ଼ିହ ରେଳ ଷ୍ଟେସନକୁ ଅଚାନକ ପରିଦର୍ଶନ କରିଥିଲେ ।

|
|
|
|
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India’s Economic Momentum Holds Amid Global Headwinds: CareEdge

Media Coverage

India’s Economic Momentum Holds Amid Global Headwinds: CareEdge
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2025
May 18, 2025

Aatmanirbhar Bharat – Citizens Appreciate PM Modi’s Effort Towards Viksit Bharat