ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟରେ କେୱଡ଼ିଆଠାରେ ଏକ ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳର ଉଦଘାଟନ କରିଛନ୍ତି ।
ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଘାତକ ଏବଂ ଅଣ-ଘାତକ ଅସ୍ତ୍ରଶସ୍ତ୍ର ସମେତ ଆଧୁନିକ ପ୍ରଯୁକ୍ତି ପ୍ରଦର୍ଶିତ କରାଯିବ ।
ଆକାଶମାର୍ଗ ସୁରକ୍ଷା, ଅର୍ଦ୍ଧସାମରିକ ବାହିନୀର ଆଧୁନିକୀକରଣ, ଡିଜିଟାଲ ଉପକ୍ରମ ଆଦି ବିଷୟ ଉପରେ ସିଆଇଏସଏଫ, ସିଆରପିଏଫ, ବିଏସଏଫ, ଏନଏସଜି ଏବଂ ବିଭିନ୍ନ ରାଜ୍ୟର ପୋଲିସ ବାହିନୀ ଆଧୁନିକ ପ୍ରଯୁକ୍ତିର ପ୍ରଦର୍ଶନ କରିଥିଲେ ।
ସିଆଇଏସଏଫର ପ୍ରଦର୍ଶନୀ ବିମାନ ବନ୍ଦରରେ ମୁଖମଣ୍ଡଳ ଚିହ୍ନଟ ପ୍ରଣାଳୀ (ଫେସିଆଲ ରେକଗନାଇଜେସନ)କୁ ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ିବା ଉପରେ ଆଧାରିତ ଥିଲା । ଅନ୍ୟପଟେ ଏନଏସଜି ସୁରକ୍ଷା କିଟ, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ରିମୋଟ କଂଟ୍ରୋଲରେ ଚାଲିଥିବା ବାହନର ପ୍ରଦର୍ଶନ କରିଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ‘112’ ପ୍ରମୁଖତା ସହିତ ପ୍ରଦର୍ଶିତ କରାଯାଇଥିଲା । ଏହି ନମ୍ବର ସମସ୍ତ ପ୍ରକାର ଜରୁରିକାଳୀନ ସେବାର ପ୍ରତୀକ । ମନ୍ତ୍ରଣାଳୟ ପକ୍ଷରୁ ଯୌନ ଅପରାଧ ଉପରେ ଆୟୋଜିତ ଜାତୀୟ ଡାଟାବେସ, ଇ-ସାକ୍ଷାତ ଏବଂ ଅନ୍ୟ ଡିଜିଟାଲ ଉପକ୍ରମର ମଧ୍ୟ ପ୍ରଦର୍ଶନ କରିଥିଲେ । ଅର୍ଦ୍ଧସାମରିକ ବାହିନୀର 1939 ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ସିଆରପିଏଫ ଲଢ଼ିଥିବା ପ୍ରମୁଖ ଯୁଦ୍ଧ ମଧ୍ୟ ସାମିଲ ଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁଜରାଟ ପୁଲିସର ପ୍ରଦର୍ଶନୀ ମଧ୍ୟ ଦେଖିଥିଲେ । ଏହି ପ୍ରଦର୍ଶନୀରେ ବିଶ୍ୱାସ ପ୍ରକଳ୍ପ ଏବଂ ଆଧୁନିକ ପ୍ରଯୁକ୍ତିକୁ ପ୍ରଦର୍ଶିତ କରାଯାଇଥିଲା । ଦିଲ୍ଲୀ ପୁଲିସ ଡିଜିଟାଲ ଉପକ୍ରମର ଗୁରୁତ୍ୱକୁ ରେଖାଙ୍କିତ କରିଥିଲା ବେଳେ ଜମ୍ମୁ କଶ୍ମୀର ପୁଲିସ ଦେଶର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଉପଯୋଗ କରାଯାଉଥିବା ସୁରକ୍ଷା ବାହନ ପ୍ରଦର୍ଶିତ କରିଥିଲା ।
At Kevadia, the Prime Minister attends an exhibition on integrating technology in policing. pic.twitter.com/RppdCjMxTX
— PMO India (@PMOIndia) October 31, 2019