Quote"ଦକ୍ଷିଣ-ପୂର୍ବ ଏସିଆର ଦ୍ୱାର ଭାବେ ପୂର୍ବ ଭାରତକୁ ବିକଶିତ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ :ପ୍ରଧାନମନ୍ତ୍ରୀ ମୋଦୀ "
Quote" ଆଇଆଇଟି ଭୁବନେଶ୍ୱର ଓଡିଶାରେ ଶିଳ୍ପ ପ୍ରଗତିକୁ ଅଧିକ ବେଗରେ ଆଗେଇ ନେବ ଏବଂ ଜନସାଧାରଣଙ୍କ ଜୀବନ ସ୍ତରରେ ଉନ୍ନତି ଆଣିବା ପାଇଁ ବୈଷୟିକ ଜ୍ଞାନର ବିକାଶ ଦିଗରେ କାର୍ଯ୍ୟ କରିବ :ପ୍ରଧାନମନ୍ତ୍ରୀ "
Quote"ଓଡିଶାର ସାମଗ୍ରୀକ ବିକାଶ ଲାଗି କେନ୍ଦ୍ର ସରକାର ସଂକଳ୍ପ :ପ୍ରଧାନମନ୍ତ୍ରୀ ମୋଦୀ "

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2018 ଡିସେମ୍ବର 24ରେ ଓଡିଶା ଗସ୍ତ କରିଥିଲେ ।

|

ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ସ୍ମାରକୀ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କରିଥିଲେ । 1817ରେ ବ୍ରିଟିଶ ଶାସନ ବିରୋଧରେ ପାଇକ ବିଦ୍ରୋହ ଲଢ଼େଇ ହୋଇଥିଲା ।

|

ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ପାଇକ ବିଦ୍ରୋହକୁ ନେଇ ଏକ ଚେୟାର ପ୍ରତିଷ୍ଠା ହେବା ନେଇ ମଧ୍ୟ ଘୋଷଣା କରାଯାଇଥିଲା ।

|

ପ୍ରଧାନମନ୍ତ୍ରୀ ଲଳିତଗିରି ସଂଗ୍ରହାଳୟ ଉଦଘାଟନ କରିଥିଲେ । ପ୍ରତ୍ନତତ୍ୱ ଦୃଷ୍ଟିରୁ ଓଡିଶାର ଲଳିତଗିରି ବିଶେଷ ଗୁରୁତ୍ୱ ବହନ କରୁଥିବା ଏକ ପ୍ରସିଦ୍ଧ ବୌଦ୍ଧ କେନ୍ଦ୍ର ଯେଉଁଠାରେ କି ସ୍ତୂପ, ବୌଦ୍ଧ ବିହାର ଏବଂ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରହିଛି ।

ଶ୍ରୀ ମୋଦୀ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେ ମଧ୍ୟ ଭୁବନେଶ୍ୱରରେ ନୂତନ ଇଏସଆଇସି ହସପିଟାଲକୁ ଉଦଘାଟିତ କରିଥିଲେ । ସେ ପାଇପଲାଇନ ଏବଂ ରାସ୍ତା ପ୍ରକଳ୍ପଗୁଡ଼ିକର ମଧ୍ୟ ଆଧାରଶିଳା ସ୍ଥାପନ କରିଥିଲେ ।

|

ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ଉଦଘାଟିତ ହୋଇଥିବା କିମ୍ବା ଶିଳାନ୍ୟାସ କରାଯାଇଥିବା ମୋଟ ପ୍ରକଳ୍ପର ମୂଲ୍ୟ 14,000 କୋଟି ଟଙ୍କାରୁ ଅଧିକ ହେବ । ଦକ୍ଷିଣ-ପୂର୍ବ ଏସିଆର ଦ୍ୱାର ଭାବେ ପୂର୍ବ ଭାରତକୁ ବିକଶିତ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଇଆଇଟି ଭୁବନେଶ୍ୱର ଓଡିଶାରେ ଶିଳ୍ପ ପ୍ରଗତିକୁ ଅଧିକ ବେଗରେ ଆଗେଇ ନେବ ଏବଂ ଜନସାଧାରଣଙ୍କ ଜୀବନ ସ୍ତରରେ ଉନ୍ନତି ଆଣିବା ପାଇଁ ବୈଷୟିକ ଜ୍ଞାନର ବିକାଶ ଦିଗରେ କାର୍ଯ୍ୟ କରିବ ।

|

ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ରାସ୍ତା ନେଟୱାର୍କ, ତୈଳ ଓ ପାଇପଲାଇନ ଭିତ୍ତିଭୂମି ସମ୍ପ୍ରସାରିତ କରିବା ଯୋଜନା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଓଡିଶାର ସାମଗ୍ରୀକ ବିକାଶ ଲାଗି କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ଦୋହରାଇଥିଲେ ।

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
How MUDRA & PM Modi’s Guarantee Turned Jobseekers Into Job Creators

Media Coverage

How MUDRA & PM Modi’s Guarantee Turned Jobseekers Into Job Creators
NM on the go

Nm on the go

Always be the first to hear from the PM. Get the App Now!
...
PM hails the inauguration of Amravati airport
April 16, 2025

The Prime Minister Shri Narendra Modi today hailed the inauguration of Amravati airport as great news for Maharashtra, especially Vidarbha region, remarking that an active airport in Amravati will boost commerce and connectivity.

Responding to a post by Union Civil Aviation Minister, Shri Ram Mohan Naidu Kinjarapu on X, Shri Modi said:

“Great news for Maharashtra, especially Vidarbha region. An active airport in Amravati will boost commerce and connectivity.”