ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ଦୀନ ଦୟାଲ ହସ୍ତକଳା ସଙ୍କୁଳଠାରେ ଉତ୍କର୍ଷ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।
ପ୍ରବାସୀ ଭାରତୀୟ ଦିବସ ସମାରୋହରୁ ସିଧାସଳଖ ପ୍ରଧାନମନ୍ତ୍ରୀ ଏଠାରେ ପହଁଚି ହସ୍ତକଳା ସଙ୍କୁଳଠାରେ 55ଟି ଆଉଟଲେଟ ଥିବା ଏହି ଉତ୍କର୍ଷ କେନ୍ଦ୍ରକୁ ଉଦଘାଟନ କରିବା ଲାଗି ଫଳକର ଉନ୍ମୋଚନ କରିଥିଲେ । ଏହି କେନ୍ଦ୍ରଟି ସ୍ଥାନୀୟ ଅଂଚଳର ହସ୍ତତନ୍ତ କାରୀଗରଙ୍କ ପ୍ରତି ସମର୍ପିତ ହୋଇଛି ।
ଦୀନଦୟାଲ ହସ୍ତକଳା ସଙ୍କୁଳସ୍ଥିତ ମଂଚରେ ପହଁଚିବା ପୂର୍ବରୁ ସେ ହସ୍ତତନ୍ତ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିଥିଲେ ।
ଏଠାରେ ସେ ଦୁଇଟି ପୁସ୍ତକ : “କାଶୀ : ଦି ୟୁନିଭର୍ସ ଅଫ କ୍ରାଫ୍ଟ ଏଣ୍ଡ ଟେକ୍ସଟାଇଲ୍ସ ଏବଂ ଇଣ୍ଡିଆନ ଟେକ୍ସଟାଇଲ୍ସ : ହିଷ୍ଟ୍ରି, ସ୍ପ୍ଲେଣ୍ଡର, ଗ୍ରାଣ୍ଡର” ଉନ୍ମୋଚନ କରିଥିଲେ ।
ବାରଣାସୀର ଚୌକାଘାଟଠାରେ ସମନ୍ୱିତ ବୟନ କାର୍ଯ୍ୟାଳୟକୁ ଫଳକ ଉନ୍ମୋଚନ ପୂର୍ବକ ସେ ଉଦଘାଟନ କରିଥିଲେ ।