ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲରେ ଡିଫ୍ଅଲିମ୍ପିକ୍ସ ୨୦୨୧ ରେ ଅଂଶଗ୍ରହଣ କରିଥିବା ପ୍ରତିଭାଶାଳୀ ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଖେଳକୁ ଯିବା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଥିବା ଆଥଲେଟମାନଙ୍କ ହାବଭାବ ତାଙ୍କୁ ପ୍ରକୃତରେ ପ୍ରଭାବିତ କରିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆଜି ଆରମ୍ଭ ହେବାକୁ ଥିବା ଡିଫ୍ଅଲିମ୍ପିକ୍ସ ୨୦୨୧ ପାଇଁ ଭାରତ ଉତ୍ସାହିତ ଅଛି । ଆମର ସମସ୍ତ ପ୍ରତିଭାବାନ ଆଥଲେଟ୍ ମାନଙ୍କୁ ଶୁଭେଚ୍ଛା ।
ଖେଳକୁ ଯିବା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବାର ହାବଭାବ ମୋତେ ପ୍ରକୃତରେ ପ୍ରଭାବିତ କରିଥିଲା ।”
India is cheering for our contingent at the #Deaflympics2021 which commence today. Best wishes to all our talented athletes.
— Narendra Modi (@narendramodi) May 1, 2022
I was really touched by their gesture of visiting the National War Memorial before heading to the games. https://t.co/J6PEBCBBJU