QuoteHeartening to see such warmth, enthusiasm & patience of citizens to bear this limited inconvenience for a greater good: PM
QuoteGovernment is unwavering in its effort to create an India which is corruption free: PM
QuoteHeartening to learn that people are actively volunteering to help senior citizens withdraw money & exchange their currency: PM

ଏକ ଭ୍ରଷ୍ଟାଚାର ମୁକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବ

ସର୍ବସାଧାରଣ ଏବେ ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ନୋଟ ପ୍ରତିବଦଳ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି । ୫୦୦ ଓ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରୀକରଣ ପରିପ୍ରେକ୍ଷୀରେ ଜନସାଧାରଣ ବେଙ୍କ ସମ୍ମୁଖରେ ଧାଡି ବାନ୍ଧି ଶୃଙ୍ଖଳାର ସହ ପୁରୁଣା ନୋଟ ବଦଳାଇବା ସହ ନୂଆ ନୋଟ ନେଉଥିବାରୁ ସେ ତାଙ୍କ ଟ୍ଵିଟ ଜରିଆରେ ସାଧୁବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲୋକମାନଙ୍କ ଧୌର୍ଯ୍ୟକୁ ଅତ୍ୟନ୍ତ ଉତ୍ସାହଜନକ, ଭବ୍ୟ ଓ ପ୍ରଶଂସନୀୟ ବୋଲି କହିଛନ୍ତି । ଦେଶର ସାମୁହିକ ସ୍ଵାର୍ଥ ପାଇଁ ସାଧାରଣ ନାଗରିକ ଏଭଳି ସୀମିତ ଅସୁବିଧାର ସମ୍ମୁଖୀନ ହେବାକୁ ତିଳେ ହେଲେ କୁଣ୍ଠାବୋଧ କରିନଥିବାରୁ ସେ ବିକାଶର ସୁଫଳ ଖୁବ ଶୀଘ୍ର ଜନସାଧାରଣଙ୍କ ପାଖରେ ପହଞ୍ଚିବ ବୋଲି ବର୍ଣ୍ଣନା କରିଛନ୍ତି । ଏକ ଭ୍ରଷ୍ଟାଚର ମୁକ୍ତ ଭାରତ ଗଠନ ଦିଗରେ ତାଙ୍କ ସରକାର ଅବିରାମ ପ୍ରୟାସ ଜାରି ରଖିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
“ଅତ୍ୟନ୍ତ ଖୁସି ଯେ, ନାଗରିକମାନେ ବେଙ୍କରେ ଶୃଙ୍ଖଳା ଓ ଧୈର୍ଯ୍ୟର ସହ ସେମାନଙ୍କର ନୋଟ ପ୍ରତିବଦଳ କରି ନେଉଛନ୍ତି ଏବଂ ବ୍ୟାଙ୍କକୁ ଧନ୍ୟବାଦ ଜଣାଉଛନ୍ତି ।

ଆହୁରି ମଧ୍ୟ ଉତ୍ସାହପ୍ରଦ ଘଟଣା ଶୁଣିବାକୁ ମିଳୁଛି ଯେ, ଜନସାଧାରଣ ବରିଷ୍ଠ ନାଗରିକମାନଙ୍କୁ ସର୍ବାଗ୍ରେ ଓ ସୁବିଧାରେ ଟଙ୍କା ଉଠାଇବା ପାଇଁ ସକ୍ରିୟ ସହଯୋଗ କରୁଛନ୍ତି ।

ସୀମିତ ଅସୁବିଧାକୁ ବହନ କରିଥିବା ନାଗରିକମାନଙ୍କର ଏଭଳି ପ୍ରେରଣଦାୟକ, ଭବ୍ୟ ଓ ଉତ୍ସାହପ୍ରଦ କାର୍ଯ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ।

ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଏକ ଭ୍ରଷ୍ଟାଚାର ମୁକ୍ତ ଭାରତ ନିର୍ମାଣ ଦିଗରେ ସରକାରଙ୍କ ଉଦ୍ୟମ ଅହରହ ଚାଲୁ ରହିବ ଏବଂ ଏହାର ସୁଫଳ ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's first microbiological nanosat, developed by students, to find ways to keep astronauts healthy

Media Coverage

India's first microbiological nanosat, developed by students, to find ways to keep astronauts healthy
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 20, 2025
February 20, 2025

Citizens Appreciate PM Modi's Effort to Foster Innovation and Economic Opportunity Nationwide