ମହାରାଷ୍ଟ୍ର ରାୟଗଡ଼ର ମହାଡ଼ଠାରେ କୋଠା ଭୁଶୁଡ଼ି ଦୁର୍ଘଟଣାରେ ଜୀବନହାନି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ରାୟଗଡ଼ର ମହାଡଠାରେ କୋଠା ଭୁଶୁଡ଼ିବା ଘଟଣାରେ ମୁଁ ଦୁଃଖିତ । ସମ୍ପର୍କୀୟ ମାନଙ୍କୁ ହରାଇଥିବା ପରିବାରଙ୍କ ପ୍ରତି ମୋର ସମବେଦନା ରହିଛି । ଆହତମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ମୁଁ ପ୍ରାର୍ଥନା କରୁଛି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ଟିମ୍ ରହି ଯଥା ସମ୍ଭବ ସହାୟତା ଯୋଗାଉଛନ୍ତି ।
Saddened by the building collapse in Mahad, Raigad in Maharashtra. My thoughts are with the families of those who lost their dear ones. I pray the injured recover soon. Local authorities and NDRF teams are at the site of the tragedy, providing all possible assistance: PM
— PMO India (@PMOIndia) August 25, 2020