ଭାରତୀୟ ନୌସେନା ଜାହାଜ INSV ତାରିଣୀରେ ବିଶ୍ଵ ପରିକ୍ରମା ଅଭିଯାନରେ ଥିବା ମହିଳା ନାବିକମାନଙ୍କୁ ଭିଡିଓ କଲ ଯୋଗେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଛନ୍ତି ।
ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କ ତରଫରୁ INSV ତାରିଣୀର ମହିଳା ନୌଯାତ୍ରୀମାନଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି । ଏହି ଦୁଃସାହସିକ ଅଭିଯାନରେ ସଫଳ ହେବାକୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ପୂର୍ବରୁ 16 ଅଗଷ୍ଟ 2017ରେ INSV ତାରିଣୀର ମହିଳା ନାବିକମାନଙ୍କୁ ଭେଟିଥିଲେ । ସେମାନେ ବିଶ୍ଵ ପରିକ୍ରମା କାଳରେ 22,100 ନଟିକାଲ ମାଇଲ ସାମୁଦ୍ରିକ ପଥ ଅତିକ୍ରମ କରିବେ । ସର୍ବେଶେଷ ଖବର ଅନୁଯାୟୀ INSV ତାରିଣୀ ଏବେ ଅଷ୍ଟ୍ରେଲିଆର ଫ୍ରିମେଣ୍ଟଲ ବନ୍ଦର ପାଖାପାଖି ପହଞ୍ଚିଗଲାଣି । ଏହି ନୌଯାତ୍ରା 22 ଅକ୍ଟୋବର 2017 ସୁଦ୍ଧା ପ୍ରାୟ 4,770 ନଟିକାଲ ମାଇଲ ସମୁଦ୍ର ପଥ ଅତିକ୍ରମ କରିସାରିଥିବ ।
ଏହି ନୌଯାତ୍ରାରେ ସାମିଲ ହୋଇଥିବା ମହିଳା ନାବିକ ଲେଫ୍ଟନାଣ୍ଟ କମୋଡର ବର୍ତ୍ତିକା ଯୋଶୀ ଏବଂ ଲେଫ୍ଟନାଣ୍ଟ ପାୟଲ ଗୁପ୍ତାଙ୍କୁ ପ୍ରଧାନମନ୍ତ୍ରୀ ଆଗୁଆ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ।