ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗଠନ ଦିବସ ଅବସରରେ ରାଜ୍ୟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଉତ୍କଳ ଦିବସରେ ଓଡିଶାର ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇ ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଓଡିଆ ସଂସ୍କୃତି ଓ ଐତିହ୍ୟର ମହାନତା ପାଇଁ ସମଗ୍ର ଦେଶ ଗର୍ବିତ । ବିଭିନ୍ନ କ୍ଷେତ୍ରରେ ଓଡିଆ ଲୋକମାନେ ଉତ୍କର୍ଷ ଲାଭ କରିବା ସହ ଦେଶର ପ୍ରଗତି ପଥରେ ଅଲିଭା ଛାପ ଛାଡିଯାଇଛନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହିଥାଉ ଏବଂ ଓଡିଶାର ଜନସାଧାରଣ ଆଗାମୀ ଦିନରେ ବିକାଶର ଶୀର୍ଷ ସୋପାନରେ ପହଞ୍ଚନ୍ତୁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Best wishes to my sisters and brothers of Odisha on Utkala Dibasa. pic.twitter.com/mspuBqMYQW
— Narendra Modi (@narendramodi) April 1, 2018