କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତି ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ଶେଖ ସବାହ ଅଲ–ଖାଲିଦ ଅଲ–ହମାଦ ଅଲ–ସବାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଟ୍ବିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ଡିସେମ୍ବର 5 ତାରିଖ ଦିନ ଜାତୀୟ ସଂସଦୀୟ ନିର୍ବାଚନରେ ସଫଳ ହେବା ପରେ କୁଏତର ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତ ହୋଇଥିବାରୁ ମହାମହିମ ଶେଖ ସବାହ ଅଲ–ଖାଲିଦ ଅଲ–ହମାଦ ଅଲ–ସବାହଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ମୋର ବିଶ୍ୱାସ ଯେ ଆମର ଉତ୍କୃଷ୍ଟ ଦ୍ୱିପାକ୍ଷିକ ସମ୍ପର୍କ କୁଏତର ଆମୀର ମହାମହିମ ଶେଖ ନୱାଫ ଅଲ–ଅହମ୍ମଦ ଅଲ–ଜାବେର ଅଲ–ସବାହଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆହୁରି ସୁଦୃଢ଼ ହେବ ।"
I am confident that our excellent bilateral relations will continue to expand and flourish under the visionary leadership of His Highness Sheikh Nawaf Al-Ahmed Al-Jaber Al-Sabah, Amir of the State of Kuwait.
— Narendra Modi (@narendramodi) December 8, 2020
Hearty congratulations and best wishes to His Highness Sheikh Sabah Al-Khaled Al-Hamad Al-Sabah, on his re-appointment as the Prime Minister of the State of Kuwait, after the successful National Assembly elections on December 5th.
— Narendra Modi (@narendramodi) December 8, 2020