ଗତକାଲି ଶ୍ରୀଲଙ୍କାରେ ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀ ଗୋଟାବାୟା ରାଜପକ୍ଷେଙ୍କ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟେଲିଫୋନ କରି ଅଭିନନ୍ଦନ ଜଣାଇଛନ୍ତି ।
ଭାରତର ଜନସାଧାରଣ ଓ ନିଜ ପକ୍ଷରୁ ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ତାଙ୍କ କୁଶଳ ନେତୃତ୍ୱରେ ଶ୍ରୀଲଙ୍କାର ଜନସାଧାରଣ ଶାନ୍ତି ଓ ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବେ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରାଚୀନ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କ ଅଧିକ ମଜଭୁତ ହେବ । ଏହି ବିଷୟରେ ଶ୍ରୀଲଙ୍କା ସରକାରଙ୍କ ସହ ଲଗାତାର କାମ କରିବା ନେଇ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।
ଶ୍ରୀ ରାଜପକ୍ଷେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଶୁଭକାମନା ପାଇଁ ଧନ୍ୟବାଦ ଜଣାଇଥିଲେ । ସେ ବିକାଶ ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ସହିତ ମିଶି କାମ କରିବା ନେଇ ନିଜର ତତ୍ପରତା ମଧ୍ୟ ବ୍ୟକ୍ତ କରିଥିଲେ । ନିଜ ସୁବିଧା ଅନୁସାରେ ଖୁବଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ରାଜପକ୍ଷେଙ୍କୁ ନିମନ୍ତ୍ରଣ କରିଥିଲେ । ଶ୍ରୀ ରାଜପକ୍ଷେ ମଧ୍ୟ ଏହି ନିମନ୍ତ୍ରଣ ସ୍ୱୀକାର କରିଥିଲେ ।
Congratulations @GotabayaR on your victory in the Presidential elections.
— Narendra Modi (@narendramodi) November 17, 2019
I look forward to working closely with you for deepening the close and fraternal ties between our two countries and citizens, and for peace, prosperity as well as security in our region.
I also congratulate the people of Sri Lanka for the successful conduct of the elections.
— Narendra Modi (@narendramodi) November 17, 2019
I thank Prime Minister @narendramodi and the people of India for your warm wishes. Our two nations are bound by history and common beliefs and I look forward to strengthening our friendship and meeting you in the near future https://t.co/WZkLWc3MFS
— Gotabaya Rajapaksa (@GotabayaR) November 17, 2019
ජනාධිපතිවරණ ජයග්රහණය සම්බන්ධයෙන් @GotabayaR මැතිතුමනි, ඔබට සුබ පැතුම්.
— Narendra Modi (@narendramodi) November 17, 2019
අප දෙරට සහ පුරවැසියන් අතර පවතින සමීප සහ සහෝදර සබඳතා වඩා වර්ධනය කිරීමට සහ අප කලාපයේ සාමය, සෞභාග්යය මෙන්ම ආරක්ෂාව සඳහා ඔබතුමා සමඟ සමීපව වැඩ කිරීමට මඟ බලමි.
සාර්ථක මැතිවරණයක් පැවැත්වීම සම්බන්ධයෙන්ද මම ශ්රී ලංකාවේ ජනතාවට සුබ පතමි.
— Narendra Modi (@narendramodi) November 17, 2019
புதிய ஜனாதிபதியாக தேர்ந்தெடுக்கப்பட்டுள்ள @GotabayaR அவர்களுக்கு என் வாழ்த்துக்கள்.
— Narendra Modi (@narendramodi) November 17, 2019
நம் இரு நாடுகளுக்கும் இடையிலான சகோதரத்துவம் மிக்க நெருக்கமான உறவை வலுவாக்குவதற்காகவும் எமது பிராந்தியத்தின் அமைதி செழுமை மற்றும் பாதுகாப்பிற்காகவும் தங்களுடன் இணைந்து செயற்பட விரும்புகிறேன்.
''தேர்தலை வெற்றிகரமாக நடத்திய இலங்கை மக்களுக்கும் என் வாழ்த்துக்கள்''
— Narendra Modi (@narendramodi) November 17, 2019