ଭାରତର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜେନରାଲ ବିପିନ ରାୱତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ମୁଁ ଖୁସି ଯେ ନୂଆ ବର୍ଷ ତଥା ନୂଆ ଦଶକ ପ୍ରାରମ୍ଭରେ, ଭାରତ ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଭାବେ ଜେନରାଲ ବିପିନ ରାୱତଙ୍କୁ ପାଇଛି । ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଏହି ନୂତନ କାର୍ଯ୍ୟଭାର ପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ସେ ଜଣେ ଉଚ୍ଚକୋଟୀର ସେନାଧିକାରୀ, ଯିଏକି ବଡ ଉତ୍ସାହର ସହିତ ରାଷ୍ଟ୍ରର ସେବା କରିଛନ୍ତି ।”
ପ୍ରଥମ ସିଡିଏସ କାର୍ଯ୍ୟଭାର ସମ୍ଭାଳିବା ଅବସରରେ, ମୁଁ ରାଷ୍ଟ୍ରର ସେବା କରିଥିବା ଏବଂ ନିଜ ଜୀବନକୁ ସମର୍ପଣ କରିଥିବା ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୁଁ କାରଗିଲ ଯୁଦ୍ଧର ସାହସୀ ସୈନିକମାନଙ୍କୁ ସ୍ମରଣ କରୁଛି, ଯେଉଁମାନଙ୍କ ପାଇଁ ଆମ ସେନାର ସୁଧାର ଲାଗି ଅନେକ ଚର୍ଚ୍ଚା ଓ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏ ଦିଗରେ ଐତିହାସିକ ବିକାଶ ହୋଇପାରିଛି ।
15 ଅଗଷ୍ଟ 2019ରେ ଲାଲକିଲ୍ଲାରୁ ମୁଁ ଘୋଷଣା କରିଥିଲି ଯେ ଦେଶରେ ଜଣେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ନିଯୁକ୍ତ ହେବେ । ଏହା ଏକ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ପଦବୀ । ସେ ସେନାବାହନୀର ଆଧୁନିକୀକରଣ ଓ ବିକାଶ ଦିଗରେ କାର୍ଯ୍ୟ କରିବେ । ଏହା 130 କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରତିରକ୍ଷା ବ୍ୟାପାର ବିଭାଗ ଏବଂ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ପଦବୀ ଗଠନ ଏକ ବ୍ୟାପକ ଏବଂ ଯୁଗାନ୍ତକାରୀ ସଂସ୍କାର, ଯାହାକି ଆମ ଦେଶକୁ ଆଧୁନିକ ଯୁଦ୍ଧ ଆହ୍ୱାନର ସମ୍ମୁଖୀନ ହେବାରେ ସହାୟକ ହେବ ।”
I am delighted that as we begin the new year and new decade, India gets its first Chief of Defence Staff in General Bipin Rawat. I congratulate him and wish him the very best for this responsibility. He is an outstanding officer who has served India with great zeal.
— Narendra Modi (@narendramodi) January 1, 2020
As the first CDS takes charge, I pay homage to all those who have served and laid down their lives for our nation. I recall the valiant personnel who fought in Kargil, after which many discussions on reforming our military began, leading to today’s historic development.
— Narendra Modi (@narendramodi) January 1, 2020
On 15th August 2019, from the ramparts of the Red Fort, I announced that India will have a Chief of Defence Staff. This institution carries tremendous responsibility of modernizing our military forces. It would also reflect the hopes and aspirations of 1.3 billion Indians.
— Narendra Modi (@narendramodi) January 1, 2020
Creation of the Department of Military Affairs with requisite military expertise and institutionalisation of the post of CDS is a momentous and comprehensive reform that will help our country face the ever-changing challenges of modern warfare.
— Narendra Modi (@narendramodi) January 1, 2020