ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷକ, ବୁଣାକାର, ଏମଏସଏମଇ, ଉତ୍ପାଦନକାରୀ, ରପ୍ତାନିକାରୀଙ୍କୁ ପ୍ରଶଂସା କରିଛନ୍ତି କାରଣ ଧାର୍ଯ୍ୟ ସମୟର ୯ ଦିନ ପୂର୍ବରୁ ୪୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନିରେ ଭାରତ ଲକ୍ଷ୍ୟ ହାସଲ କରିପାରିଛି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତ ୪୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି ପାଇଁ ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର କରିଥିଲା ଏବଂ ପ୍ରଥମ ଥର ପାଇଁ ଏହି ଲକ୍ଷ୍ୟ ହାସଲ କରିଛି । ଏହି ସଫଳତା ପାଇଁ ମୁଁ ଆମର କୃଷକ, ବୁଣାକାର, ଏମଏସଏମଇ, ଉତ୍ପାଦନକାରୀ, ରପ୍ତାନିକାରୀଙ୍କୁ ଅଭିନନ୍ଦନ ଜଣାଉଛି ।
“ଆମର ଆତ୍ମନିର୍ଭର ଭାରତର ଯାତ୍ରା ପଥରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ । ଲୋକାଲ୍ ଗୋଜ୍ ଗ୍ଲୋବାଲ”
India set an ambitious target of $400 Billion of goods exports & achieves this target for the first time ever. I congratulate our farmers, weavers, MSMEs, manufacturers, exporters for this success.
— Narendra Modi (@narendramodi) March 23, 2022
This is a key milestone in our Aatmanirbhar Bharat journey. #LocalGoesGlobal pic.twitter.com/zZIQgJuNeQ