ମହାମହିମ ସୁଲତାନ କବୁସ ବିନ ସୟିଦ ଅଲ ସୟିଦଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
“ମହାମହିମ ସୁଲତାନ କବୁସ ବିନ ସୟିଦ ଅଲ ସୟିଦଙ୍କ ପରଲୋକ ଖବର ଶୁଣି ମୁଁ ଗଭୀରଭାବେ ମର୍ମାହତ । ସେ ଜଣେ ଦୂରଦର୍ଶୀ ନେତା ଏବଂ ରାଜନେତା ଥିଲେ ଯିଏକି ଓମାନକୁ ଏକ ଆଧୁନିକ ଏବଂ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିଥିଲେ । ଆମ ଅଞ୍ଚଳ ଏବଂ ଦୁନିଆ ପାଇଁ ସେ ଜଣେ ଶାନ୍ତି ଦୂତ ଥିଲେ ।”
“ସୁଲତାନ କବୁସ ଭାରତର ଜଣେ ସଚ୍ଚୋଟ ବନ୍ଧୁ ଥିଲେ । ଭାରତ ଓ ଓମାନ ମଧ୍ୟରେ ଜୀବନ୍ତ ରଣନୈତିକ ବୁଝାମଣା ବିକଶିତ କରିବା ଦିଗରେ ବଳିଷ୍ଠ ନେତୃତ୍ୱ ପ୍ରଦାନ କରିଥିଲେ । ମୁଁ ସବୁବେଳେ ତାଙ୍କଠାରୁ ପାଇଥିବା ସୌହାର୍ଦ୍ଦ୍ୟ ଏବଂ ସ୍ନେହକୁ ସାଇତି ରଖିବି । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
I am deeply saddened to learn about the passing away of His Majesty Sultan Qaboos bin Said al Said. He was a visionary leader and statesman who transformed Oman into a modern and prosperous nation. He was a beacon of peace for our region and the world. pic.twitter.com/7QnGhM5lNA
— Narendra Modi (@narendramodi) January 11, 2020