ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟରେ ଘଟିଥିବା ଆକ୍ରମଣ ଘଟଣାକୁ ଦୃଢ଼ ସ୍ୱରରେ ନିନ୍ଦା କରିଛନ୍ତି ।
“ଇଜିପ୍ଟରେ ଆକ୍ରମଣ ଘଟଣା ନେଇ ଆମେ ଗଭୀର ଭାବେ ମର୍ମାହତ । ଏଭଳି ଘଟଣାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଯେଉଁମାନେ ଏଥିରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା ଲାଗି ପ୍ରାର୍ଥନା କରୁଛୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Deeply pained by the attacks in Egypt. We condemn these attacks. My thoughts are with families of the deceased & prayers with the injured.
— Narendra Modi (@narendramodi) April 9, 2017