ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଜୀରାଠାରେ ଏଲ ଏଣ୍ଡ ଟି ଆର୍ମର୍ଡ ସିଷ୍ଟମ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ସେ ମଧ୍ୟ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ ଏବଂ ଏହି ପ୍ରକଳ୍ପ ପଛରେ ରହିଥିବା ଅଭିନବ ଉତ୍ସାହ ପ୍ରତି ଗଭୀର ଆଗ୍ରହ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ନଭସାରୀରେ ନିରାଲୀ କ୍ୟାନସର ହସପିଟାଲ ପାଇଁ ଶିଳାନ୍ୟାସ କରିଥିଲେ । ଏହା ଏହି ଅଂଚଳର ଲୋକମାନଙ୍କୁ କର୍କଟର ନିରାକରଣଯୋଗ୍ୟ ଓ ନିଦାନ ଯୋଗ୍ୟ ଚିକିତ୍ସା ମିଳିପାରିବ ।

 

ଏହା ସହିତ, ପ୍ରଧାନମନ୍ତ୍ରୀ ସିଲଭାସା ସହିତ ତାଙ୍କର ଗୁଜରାଟ ଗସ୍ତ ଶେଷ କରିଛନ୍ତି ଏବଂ ତାଙ୍କ ତିନିଦିନିଆ ଯାତ୍ରାର ପରବର୍ତ୍ତୀ ଗନ୍ତବ୍ୟ ମୁମ୍ବାଇ ଅଭିମୁଖେ ପ୍ରସ୍ଥାନ କରିଛନ୍ତି ।

 

ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ପୂର୍ବରୁ ପ୍ରଦର୍ଶନୀ କେନ୍ଦ୍ରଠାରେ ଫ୍ଲାଗଶିପ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିଥିଲେ । ଅହମ୍ମଦାବାଦଠାରେ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ସରକାରୀ ହସପିଟାଲ-ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ମେଡ଼ିକାଲ ସାଇନ୍ସେସ ଏଣ୍ଡ ରିସର୍ଚ୍ଚର ଉନ୍ମୋଚନ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ସେ କହିଥିଲେ ଯେ ବିକାଶ ଲାଗି ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗର ପ୍ରତିବଦ୍ଧତାକୁ ବଜାୟ ରଖି-ନୂତନ ଭାରତ ପାଇଁ ସବକା ସାଥ, ସବକା ବିକାଶ ହିଁ ଏକମାତ୍ର ମାର୍ଗ ବୋଲି ଆମେ ବିଶ୍ୱାସ କରୁ ।

 

ସାବରମତୀ ନଦୀକୂଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅହମ୍ମଦାବାଦ ଶପିଂ ଫେଷ୍ଟିଭାଲ 2019ର ଉଦଘାଟନ ଆଉ ଏକ ଆକର୍ଷଣ ଥିଲା । ଏହି ଅବସରରେ ଉଦବୋଧନ ଦେଇ ସେ କହିଥିଲେ, ସରକାର ଦେଶରେ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଦିନରେ ତିନିଦିନିଆ ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ଆରମ୍ଭ ହୋଇଥିଲା । ଗାନ୍ଧୀ ନଗରସ୍ଥିତ ମହାତ୍ମା ମନ୍ଦିର ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ରଠାରେ ସମ୍ମିଳନୀର ନବମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଥିଲେ । ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ, ଭାରତ ସହିତ ବ୍ୟବସାୟ କରିବା ଏକ ବଡ଼ ସୁଯୋଗ ।

 

ଏହି ସମୟରେ 18 ଜାନୁଆରୀ 2019ରେ ଉଜବେକୀସ୍ତାନର ରାଷ୍ଟ୍ରପତି ଶ୍ୱକତ ମିର୍ଜିୟୋୟେଭ, ଚେକ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମିଃ ଆନ୍ଦ୍ରେଜ ବାବିସ, ମାଲଟାର ପ୍ରଧାନମନ୍ତ୍ରୀ ଡ. ଯୋଶେଫ ମସ୍କଟ ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀ ଲାର୍ସ ଲୋକେ ରାସମୁସେନ ଆକର୍ଷଣର କେନ୍ଦ୍ରରେ ଥିଲା । ଏହାପରେ ଗୁଜରାଟର ଗାନ୍ଧୀନଗରସ୍ଥିତ ଦାଣ୍ଡିକୁଟୀରଠାରେ ଥ୍ରୀଡି ଲେଜର ଶୋ ପ୍ରଦର୍ଶିତ ହୋଇଥିଲା ।

ଶିଳ୍ପ ନେତୃବର୍ଗ ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ଅବସରରେ ଏକାଧିକ ନିବେଶ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet approves minimum support price for Copra for the 2025 season

Media Coverage

Cabinet approves minimum support price for Copra for the 2025 season
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2024
December 21, 2024

Inclusive Progress: Bridging Development, Infrastructure, and Opportunity under the leadership of PM Modi