ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ 2015, 2016, 2017 ଏବଂ 2018 ବର୍ଷ ଲାଗି ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ ।

|

ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠିତ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ଏପରି ଏକ ସମୟରେ ଦିଆଯାଉଛି, ଯେତେବେଳେ ଦେଶ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରୁଛି ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନକୁ ସାରା ବିଶ୍ୱର 150ଟି ଦେଶର କଳାକାର ଗାଇଛନ୍ତି । ସେ କହିଥିଲେ ଯେ ଏହା ଏ କଥାର ମଧ୍ୟ ସଂକେତ ଯେ ଆଜି ମଧ୍ୟ ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ପ୍ରାସଙ୍ଗିକତାକୁ ସ୍ୱୀକାର କରୁଛି ।
ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ପ୍ରତି ମହାତ୍ମା ଗାନ୍ଧୀଙ୍କ ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ମହାତ୍ମା ଗାନ୍ଧୀଙ୍କ ପ୍ରୟାସ କାରଣରୁ ଜନ-ଆନ୍ଦୋଳନରେ ପରିଣତ ହୋଇଥିଲା । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜନ-ଭାଗୀଦାରୀ ଏବଂ ଜନ-ଆନ୍ଦୋଳନ ଧାରାକୁ ବିଲୟ କରିଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାତ୍ମା ଗାନ୍ଧୀ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନର ଭାବନା ଭରି ଦେଇଥିଲେ ।

|

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s fruit exports expand into western markets with GI tags driving growth

Media Coverage

India’s fruit exports expand into western markets with GI tags driving growth
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 22, 2025
February 22, 2025

Citizens Appreciate PM Modi's Efforts to Support Global South Development