ଆଜି ଜାତୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ କମିଶନଙ୍କୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ସୂଚାରୁ ରୂପେ ନିର୍ବାଚନ ପରିଚାଳନାକୁ ନିଶ୍ଚିତ କରିବା ନିମନ୍ତେ ନିର୍ବାଚନ କମିଶନଙ୍କ ଦୃଷ୍ଟାନ୍ତମୂଳକ ଅବଦାନକୁ ପ୍ରଶଂସା କରିବାକୁ ଜାତୀୟ ମତଦାତା ଦିବସ ହିଁ ପ୍ରକୃଷ୍ଟ ସମୟ । ମତଦାତା ଭାବେ ପଞ୍ଜୀକୃତ ହେବା, ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଏହି ଦିବସରେ ମଧ୍ୟ ଆବଶ୍ୟକତା ରହିଛି’ ।
National Voters Day is an occasion to appreciate the remarkable contribution of the EC to strengthen our democratic fabric and ensure smooth conduct of elections. This is also a day to spread awareness on the need of ensuring voter registration, particularly among the youth.
— Narendra Modi (@narendramodi) January 25, 2021