ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି କେବାଡିଆଠାରେ ଅନୁଷ୍ଠିତ ଡିଜିପି/ଆଇଜିପି ସମ୍ମିଳନୀରେ ଜାତୀୟ ସଂହତି ପାଇଁ ପ୍ରତିବର୍ଷ ସର୍ଦ୍ଦାର ପଟେଲ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ ଅସାଧାରଣ ଓ ଉଲ୍ଲେଖନୀୟ ପ୍ରୟାସ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ ।
“ଭାରତକୁ ଏକାଠି କରିବା ପାଇଁ ସର୍ଦ୍ଦାର ପଟେଲ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ଜାତୀୟ ସଂହତି ପାଇଁ ଏହି ପୁରସ୍କାର ସର୍ଦ୍ଦାର ପଟେଲଙ୍କ ପାଇଁ ଏକ ଯଥାର୍ଥ ସମ୍ମାନ ହେବ ଏବଂ ଭାରତର ଏକତା ତଥା ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ ଏହା ଆହୁରି ଅଧିକ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Sardar Patel devoted his life towards unifying India. The Sardar Patel Award for National Integration will be a fitting tribute to him and will inspire more people to work towards furthering India’s unity and national integration.
— Narendra Modi (@narendramodi) December 23, 2018