ସମ୍ପ୍ରତି ଇସ୍ରାଏଲରେ ଜାରି ଥିବା ସ୍ଥିତି ବାବଦରେ ଅବଗତ କରାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସବୁ ପ୍ରକାରର ଆତଙ୍କବାଦକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ଏହି କଠିନ ସମୟରେ ଇସ୍ରାଏଲ ସହ ଏକଜୁଟତା ସହ ଛିଡ଼ା ହୋଇଥିବା କହିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଫୋନ କଲ୍ କରି ଦେଶରେ ଜାରି ରହିଥିବା ପରିସ୍ଥିତି ବାବଦରେ ଅବଗତ କରାଇଥିବାରୁ ତାଙ୍କୁ ଧନ୍ୟବାଦ । ଏହି କଠିନ ସମୟରେ ଭାରତର ଲୋକେ ଇସ୍ରାଏଲ ସହ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି । ଭାରତ ଦୃଢ଼ତାର ସହ ଆତଙ୍କବାଦର ସବୁ ରୂପ ଏବଂ ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରେ ।’
I thank Prime Minister @netanyahu for his phone call and providing an update on the ongoing situation. People of India stand firmly with Israel in this difficult hour. India strongly and unequivocally condemns terrorism in all its forms and manifestations.
— Narendra Modi (@narendramodi) October 10, 2023