ପ୍ରାୟ 7 ଦଶନ୍ଧି ହେବ ଆମେ ସ୍ୱାଧୀନତା ଲାଭ କଲୁଣି ଏବଂ ସର୍ଦ୍ଦାର ପଟେଲ ଏକକ ଭାରତ ଗଠନ ପାଇଁ ବିଭିନ୍ନ ପ୍ରଦେଶକୁ ଏକାଠି କରିଥିଲେ । ରାଜନୈତିକ ଏକତ୍ରୀକରଣ ସମ୍ଭବ ହେଲା, ମାତ୍ର ଭାରତ ଏକକ ବଜାରରେ ପରିଣତ ହୋଇପାରିଲା ନାହିଁ । ଭାରତର ବଜାରକୁ ଏକତ୍ରୀକରଣ କରି ଆମର ଉତ୍ପାଦକ ଓ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ପାଇଁ ଏନଡିଏ ସରକାର କାର୍ଯ୍ୟ କରୁଛନ୍ତି । ଗୋଟିଏ ଦେଶ, ଗୋଟିଏ ବଜାରର ଅନ୍ତର୍ଦୃଷ୍ଟି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଇ-ନାମ
କୃଷି-ବଜାର ନିୟାମକ ଦ୍ୱାରା ରାଜ୍ୟମାନଙ୍କରେ କୃଷି ବଜାରଗୁଡ଼ିକର ପରିଚାଳନା କରାଯାଏ । ଏହା ମାଧ୍ୟମରେ ରାଜ୍ୟକୁ ବିଭିନ୍ନ ବଜାର ଅଂଚଳରେ ବିଭକ୍ତ କରାଯାଇଥାଏ । ଭିନ୍ନଭିନ୍ନ କୃଷି ଉତ୍ପାଦକ ବଜାର କମିଟି (ଏପିମିସି) ଦ୍ୱାରା ଏହି ଅଂଚଳଗୁଡ଼ିକ ପରିଚାଳିତ ହୋଇଥାଏ ଏବଂ ସେମାନେ ମୂଲ୍ୟ ସହିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମ ମାଧ୍ୟମରେ ପରିଚାଳନା କରନ୍ତି ।
ବଜାରଗୁଡ଼ିକ ବିଭିନ୍ନ ଅଂଶରେ ବିଭକ୍ତ ହେବା ଫଳରେ କୃଷିଜାତ ଦ୍ରବ୍ୟଗୁଡ଼ିକର ପ୍ରବାହରେ ବାଧା ସୃଷ୍ଟି ହୁଏ । ଏଗୁଡ଼ିକ ଗୋଟିଏ ବଜାରରୁ ଅନ୍ୟ ବଜାରକୁ ଯାଇପାରେ ନାହିଁ । ବହୁ ମଧ୍ୟବର୍ତ୍ତିକାଳୀନ ବ୍ୟକ୍ତିଙ୍କ ହାତରେ ଏହାର କାରବାର ହେତୁ ଓ ଅନେକ ମଣ୍ଡିରେ ଏହାର ମୂଲ୍ୟ ବୃଦ୍ଧି ହେତୁ ଯେକୌଣସି କୃଷିଜାତ ଦ୍ରବ୍ୟ ପାଇଁ ଉପଭୋକ୍ତାକୁ ଅଧିକ ମୂଲ୍ୟଦେବାକୁ ପଡିଥାଏ । ମାତ୍ର କୃଷକକୁ ଅଧିକ କିଛି ଲାଭ ମିଳିନଥାଏ ।
ଇ-ନାମ ଏହି ସବୁ ସମସ୍ୟାର ସମାଧାନ କରିଥାଏ । ଏହି ବ୍ୟବସ୍ଥାରେ ଅନଲାଇନ କାରବାର ଭିତ୍ତିଭୂମି ମାଧ୍ୟମରେ ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ଏକକ ବଜାର ସୃଷ୍ଟି କରାଯିବ । ଏହାଫଳରେ ଏକକ ବଜାର ବ୍ୟବସ୍ଥା ସଠିକ ଢ଼ଙ୍ଗରେ କାର୍ଯ୍ୟକାରୀ ହେବ । କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଠିକ ଭାବେ ସୂଚନାର ପ୍ରଭାବ ହେବ ଏବଂ ଚାହିଦା ଓ ଯୋଗାଣ ବ୍ୟବସ୍ଥା ଅନୁଯାୟୀ ଦ୍ରବ୍ୟର ମୂଲ୍ୟ ସ୍ଥିର ହେବ । ତେଣୁ କିଣା ବିକା ପ୍ରକ୍ରିୟାରେ ସ୍ୱଚ୍ଛତା ରହିବ ଓ କୃଷମାନେ ମଧ୍ୟ ସେମାନଙ୍କ ଦ୍ରବ୍ୟର ବିକ୍ରି ପାଇଁ ଦେଶବ୍ୟାପୀ ବଜାରର ସୁବିଧା ନେଇପାରିବେ । ଅନଲାଇନ ମାଧ୍ୟମରେ ଉପଭୋକ୍ତା ଦେୟଦେବା ସହ ଉଚିତ ମୂଲ୍ୟରେ ଗୁଣାତ୍ମକ ଦ୍ରବ୍ୟ ପାଇପାରିବେ ।
ଜିଏସଟି
ଦେଶସାରା ବିଭିନ୍ନ ପରିମାଣରେ କର ପ୍ରଦାନ କରାଯାଇଥାଏ । ଗୋଟିଏ ଦେଶରେ କରର ପରିମାଣ ଭିନ୍ନ ଓ ଏନେଇ ନିୟମ ମଧ୍ୟ ଅଲଗା ଅଲଗା । ଅନେକ ସମୟରେ ଉତ୍ପାଦକ ଓ ଉପଭୋକ୍ତାଙ୍କୁ ଅଧିକ କର ଦେବାକୁ ପଡିଥାଏ । ମାତ୍ର ଜିଏସଟି ଆସିବା ପରେ ଏସବୁରେ ପରିବର୍ତ୍ତନ ଦେଖାଦେବ । ଜିଏସଟି ଫଳରେ ସମଗ୍ର ଦେଶରେ କରର ପରିଣାମ ସମାନ ହେବ ।
ଉତ୍ପାଦକଠାରୁ ଉପଭୋକ୍ତା ଯାଏ ଏକ ଦ୍ରବ୍ୟ ପହଂଚିବା ପର୍ଯ୍ୟନ୍ତ ଏହାର ଯୋଗାଣ ଉପରୁ ଜିଏସଟି ମାଧ୍ୟମରେ ଗୋଟିଏ ଥର କର ଆଦାୟ କରାଯିବ । କେବଳ ଗୁଣାତ୍ମକ ମାନ ବୃଦ୍ଧି କ୍ଷେତ୍ରରେ ଅଧିକ କର ଦେବାକୁ ପଡିବ । ଦେଶବ୍ୟାପୀ ସିଧାସଳଖ ଆଦାୟ ହେଉନଥିବା କର ପରିଣାମ ଓ ଏହାର ବ୍ୟବସ୍ଥା ଦେଶ ସାରା ସମାନ ରହିବା ନେଇ ଜିଏସଟି ନିଶ୍ଚିତ କରିବ । ଏହାଫଳରେ ସ୍ଥିରତା ବୃଦ୍ଧିହେବ ଓ ବ୍ୟବସାୟ କରିବା ମଧ୍ୟ ସହଜ ହେବ । ଜିଏସଟିରେ ମୁଖ୍ୟ କେନ୍ଦ୍ରୀୟ କର ଓ ରାଜ୍ୟ କର ମିଶାଯିବା ଦ୍ୱାରା ଆଂଚଳିକ ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୂଲ୍ୟ ହ୍ରାସ ଘଟିବ । ଏହାଫଳରେ ଆନ୍ତର୍ଜାତିକ ବଜାରରେ ଭାରତୀୟ ଦ୍ରବ୍ୟ ଓ ସେବାର ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟ ବୃଦ୍ଧିପାଇବ ଓ ଏହା ଭାରତୀୟ ରପ୍ତାନୀକୁ ଶକ୍ତି ଦେବ । ସାମର୍ଥ୍ୟ ବୃଦ୍ଧିପାଇବା ଦ୍ୱାରା ଏବଂ ଛିଦ୍ର କମିଯିବା ଫଳରେ ଅଧକାଂଶ ଦ୍ରବ୍ୟ ଉପରୁ ଟିକସ ବୋଝ ହ୍ରାସପାଇବ ଏବଂ ଏହାଦ୍ୱାରା ଉପଭୋକ୍ତାମାନେ ଲାଭ ପାଇବେ ।
ଗୋଟିଏ ଦେଶ, ଗୋଟିଏ ଗ୍ରୀଡ୍, ଗୋଟିଏ ମୂଲ୍ୟ
ଭାରତରେ ବିଦ୍ୟୁତ ପରିବହନର ସାମର୍ଥ୍ୟ ଯଥେଷ୍ଟ ନୁହେଁ ଏବଂ ଏହାକୁ ସମାନ ଭାବେ ବଂଟନ କରାଯାଇ ପାରେ ନାହିଁ । ଏହାଫଳରେ ବଳକା ରାଜ୍ୟରୁ ନିଅଣ୍ଟିଆ ରାଜ୍ୟକୁ ଶକ୍ତିର ଯୋଗାଇରେ ଅନେକ ସମସ୍ୟା ଦେଖାଦେଇଥାଏ । ପ୍ରବଳ ଖରା ସମୟରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ସରବରାହ ଲାଇନଗୁଡ଼ିକରେ ଚାପ ପଡୁଥିବାରୁ ବିଦ୍ୟୁତ ଶକ୍ତି କମ୍ ମିଳିଥାଏ । ତେଣୁ ଏଠାରେ ବିଦ୍ୟୁତ ମୂଲ୍ୟ ଦୁଇଗୁଣ ବୃଦ୍ଧିପାଇଥାଏ । ଏନଡିଏ ସରକାର ଉପଲବ୍ଧ ପରିବହନ କ୍ଷମତା(ଏଟିସି)କୁ ଆନୁମାନିକ ଭାବେ ଶତକଡା 71 ପ୍ରତିଶତ ବୃଦ୍ଧି କରିଛନ୍ତି । 2013-14ରେ ଏହା 3450 ମେଗାୱାଟ ଥିବାବେଳେ ବର୍ତ୍ତମାନ 5,900 ମେଗାୱାଟରେ ପହଂଚିଛି । ଏହାଫଳରେ ବିଦ୍ୟୁତ ଦେୟ ଅନେକ ପରିମାଣରେ କମିଯାଇଛି ।
ମୋବାଇଲ ଆପ୍ “ବିଦ୍ୟୁତପ୍ରବାହ” ମାଧ୍ୟମରେ ଗ୍ରୀଡରେ ଉପଲବ୍ଧ ବଳକା ବିଦ୍ୟୁତ ଓ ଏହାର ମୂଲ୍ୟ ସମ୍ବନ୍ଧରେ ଜନସାଧାରରଙ୍କୁ ସୂଚନା ପ୍ରଦାନ କରାଯାଉଛି । ବିଭିନ୍ନ ରାଜ୍ୟ ଦ୍ୱାରା କେତେ ପରିମାଣର ବିଦ୍ୟୁତ କିଣାଯାଉଛି ଓ ଉକ୍ତ ରାଜ୍ୟଗୁଡ଼ିକ ସେମାନଙ୍କ ନିଅଂଟ ବିଷୟରେ ଘୋଷଣା କରୁଛନ୍ତି କି ନାହିଁ ସେ ସୂଚନା ମଧ୍ୟ ଉକ୍ତ ଆପ୍ ପ୍ରଦାନ କରୁଛି । ବିଦ୍ୟତପ୍ରବାହ ଆପ୍ ଦ୍ୱାରା ଆମେ ଜାଣିପାରୁଛୁ ଯେ ଅଧିକାଂଶ ସମୟରେ ଦେଶବ୍ୟାପୀ ବିଦ୍ୟୁତର ମୂଲ୍ୟ ସମାନ ରହୁଛି । ସରକାର ଗ୍ରହଣ କରିଥିବା ବିବିଧ ପଦକ୍ଷେପ ଏହିପରି ଫଳପ୍ରସୁ ହୋଇପାରିଛି ।
ବିଦ୍ୟୁତ ପରିବହନ ସାମର୍ଥ୍ୟରେ ବୃଦ୍ଧି ଘଟିବା ଫଳରେ ଅନେକ ରାଜ୍ୟ ଜାତୀୟ ଗ୍ରୀଡରୁ ସେମାନଙ୍କ ଆବଶ୍ୟକତା ଅନୁସାରେ ବିଦ୍ୟୁତ ଶକ୍ତି କ୍ରୟ କରିବା ସମ୍ଭବ ହୋଇପାରିଛି । ବଂଟନକାରୀ କମ୍ପାନୀ (ଡିସକମ୍) ମାଧ୍ୟମରେ ସ୍ୱଳ୍ପମିଆଦୀ ଭିତ୍ତିରେ ବିଦ୍ୟୁତ କିଣିବା ପାଇଁ ସରକାର “ଡିଇଇପିଇ ବିଡିଂ ଏଣ୍ଡ ଇ-ରିଭର୍ସ ଅକ୍ସନ ପୋର୍ଟାଲ” ଆରମ୍ଭ କରିଛନ୍ତି । ଏହିପରି ପ୍ରତିଦ୍ୱନ୍ଦ୍ୱିତାମୂଳକ ବ୍ୟବସ୍ଥା ଦ୍ୱାରା ଦ୍ରବ୍ୟର ମୂଲ୍ୟ ହ୍ରାସପାଇଛି ଓ ଫଳରେ ଉପଭୋକ୍ତାମାନଙ୍କୁ ଏହାର ଲାଭ ମିଳିଛି ।
ୟୁଏଏନ
ଆଗରୁ ଜଣେ ଯେତବେଳେ କୌଣସି ଚାକିରିରେ ଯୋଗଦେଉଥିଲେ, ସେତବେଳେ ତା’ର ନିଯୁକ୍ତିଦାତା ତା’ ପାଇଁ ଏକ ଇପିଏଫ ଏକାଉଂଟ ଖୋଲୁଥିଲେ ଏବଂ ଏଥିରେ ତା’ର ଭବିଷ୍ୟନିଧି ଅର୍ଥ ଜମା ହେଉଥିଲା । ସେହି ବ୍ୟକ୍ତି ଚାକିରି ଛାଡି ଆଉ କେଉଁଠାରେ ଯୋଗଦେଲେ ପୁଣି ଏକ ନୂଆ ଇପିଏଫ ଏକାଉଂଟ ଖୋଲାଯାଉଥିଲା । ଏହାଫଳରେ କାରବାର ଜନିତ ଖର୍ଚ୍ଚ ବୃଦ୍ଧି ଓ ଏକାଧିକ ଫର୍ମ ପୁରଣ କରିବାକୁ କେବଳ ପଡୁନଥିଲା, ମାତ୍ର ଏହାର ବୈଧତା ପାଇଁ ପୂର୍ବ ନୁଯୁକ୍ତିଦାତାଙ୍କ ଉପରେ ମଧ୍ୟ ନିର୍ଭର କରିବାକୁ ପଡୁଥିଲା । ମାତ୍ର ୟୁଏଏନର ପ୍ରଚଳନ ଫଳରେ କର୍ମଚାରୀର କାରବାର ସହିତ ନୁଯୁକ୍ତିଦାତାର କୌଣସି ସମ୍ପର୍କ ରହିବ ନାହିଁ ଏବଂ ଇପିଏଫ ତଥା ନିଯୁକ୍ତିଦାତାଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ରହିବ । କର୍ମଚାରୀର ଜୀବନ ସାରା ୟୁଏଏନ ସ୍ଥିର,ଏକ ରହେ ଓ ଭବିଷ୍ୟନିଧି ଅର୍ଥରାଶି ଏହି ୟୁଏଏନ ସହିତ ସଂଯୁକ୍ତ ରହେ । ଏହାଫଳରେ ଟଙ୍କା ଉଠେଇବା ସହଜ ହୋଇଥାଏ । ଭାରତୀୟ ବଜାରକୁ ଏକତ୍ର ସଂଯୁକ୍ତ କରିବାରେ ଓ ନାଗରିକମାନଙ୍କ ଜୀବନ ସହଜ କରିବାରେ ଏହି ପଦକ୍ଷେପ ଏକ ବଡ ଭୂମିକା ଗ୍ରହଣ କରିବ ।