ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ–ଶୌଚାଳୟ ଦିବସ ଅବସରରେ କହିଛନ୍ତି ଯେ, ରାଷ୍ଟ୍ର ସମସ୍ତଙ୍କୁ ଶୌଚାଳୟ ଯୋଗାଇଦେବା ନିମନ୍ତେ ନିଜ ସଂକଳ୍ପକୁ ସୁଦୃଢ କରୁଛି ।
ଏକ ଟ୍ୱିଟରେ ସେ କହିଛନ୍ତି “ବିଶ୍ୱ ଶୌଚାଳୟ ଦିବସରେ ଭାରତ, #ଟୟଲେଟ4ଅଲ୍ (ସମସ୍ତଙ୍କ ପାଇଁ ଶୌଚାଳୟ) ନେଇ ନିଜର ସଂକଳ୍ପକୁ ସୁଦୃଢ କରୁଛି । ବିଗତ କିଛି ବର୍ଷରେ କୋଟି କୋଟି ଭାରତବାସୀଙ୍କୁ ସ୍ୱଚ୍ଛ ଶୌଚାଳୟ ଉପଲବ୍ଧ କରାଇବାର ଏକ ଅନନ୍ୟ ଉପଲବ୍ଧି ହାସଲ ହୋଇଛି । ଏହାଦ୍ୱାରା ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ଲାଭ ମିଳିଛି । ଏହା ବିଶେଷ ଭାବେ ଆମର ନାରୀଶକ୍ତିଙ୍କୁ ମର୍ଯ୍ୟାଦା ମଧ୍ୟ ପ୍ରଦାନ କରିଛି ।”
On World Toilet Day, India strengthens its resolve of #Toilet4All. The last few years have seen an unparalleled achievement of providing hygienic toilets to crores of Indians. It has brought tremendous health benefits along with dignity, especially to our Nari Shakti.
— Narendra Modi (@narendramodi) November 19, 2020