ଯେବେଠୁ ପ୍ରଧାନମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଛନ୍ତି ,ଶ୍ରୀ ନରେନ୍ଦ୍ର ମୋଦୀ ଭିଆଇପି ସଂସ୍କୃତିକୁ ସମାପ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ,ଯାହା ଦଶନ୍ଧି ଦଶନ୍ଧି ଧରି ଦେଶକୁ ସଂକ୍ରମିତ କରିଥିଲା । ନିଜର ଶକ୍ତିଶାଳୀ ଶବ୍ଦ ଏବଂ କାର୍ଯ୍ୟ ମାଧ୍ୟମରେ ,ସେ ଦେଖାଇଛନ୍ତି ଯେ ସମସ୍ତ ନାଗରିକ ସମାନ ଅଟନ୍ତି ଏବଂ ଦେଶରେ କୌଣସି ଭେଦଭାବର ସ୍ଥାନ ନାହିଁ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ନ୍ୟୁ ଇଣ୍ଡିଆରେ କୌଣସି ଭିଆଇପି ସଂସ୍କୃତି ନାହିଁ ,ଇପିଆପି (ଏଭ୍ରି ପର୍ସନ ଇଜ ଇମ୍ପୋରଟାଣ୍ଟ ) ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ଏବଂ ତାହା ହେଉଛି ଗାଇଡିଙ୍ଗ ପ୍ରିନ୍ସିପୁଲ ।
ସେ ମାର୍ଚ୍ଚ 10,2019 ରେ ଗାଜିଆବାଦରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀ (ସିଆଇଏସଏଫ) 50ତମ ପ୍ରତିଷ୍ଠା ଦିବସ ସମାରୋହରେ, ଏହି ବିଷୟରେ ବିସ୍ତାର ଭାବେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ସେହି ଦିନର ଏକ ସ୍ପଷ୍ଟ ଘଟଣାକୁ ସ୍ମରଣ କରିଥିଲେ ,ଯେତେବେଳେ ସେ ବିଜେପି ସଂଗଠନ ସହିତ କାମ କରୁଥିଲେ ଏବଂ ଏକ ବିମାନବନ୍ଦରରେ ସିଆଇଏସଏଫ କର୍ମୀଙ୍କ ଦ୍ୱାରା ଯାଞ୍ଚ କରାଯାଉଥିବା ସମୟରେ ,କିଭଳି ସେ ଦଳର ଜଣେ ସହଯୋଗୀଙ୍କ ରାଗକୁ ଶାନ୍ତ କରାଇଥିଲେ ।
ସେ ସିଆଇଏସଏଫ କର୍ମୀଙ୍କ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ କୌଣସି ମଧ୍ୟ ବାଧା ସତ୍ୱେ ,ସେମାନଙ୍କୁ ନିଜ କର୍ତ୍ତବ୍ୟ ନିଭେଇବା ଉଚିତ ଏବଂ ରାଷ୍ଟ୍ରର ରକ୍ଷା କରିବା ଉଚିତ ।
ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ , ସୁରକ୍ଷା ଢାଂଚାରେ ଭିଆଇପି ସଂସ୍କୃତି ବାଧା ଉତ୍ପନ୍ନ କରିଥାଏ । ତେଣୁ, ସୁରକ୍ଷା ବାହିନୀଙ୍କୁ ସହଯୋଗ କରିବା ଗୁରୁତ୍ୱପୂର୍ଣ୍ଣ ।
ଭାଷଣର ଏହି ଅଂଶ ଅଡିଏନ୍ସଙ୍କୁ ଆକର୍ଷିତ କରିଛି ।
ଏଠାରେ ଦେଖନ୍ତୁ ପ୍ରକୃତରେ ପ୍ରଧାନମନ୍ତ୍ରୀ ମୋଦୀ କ'ଣ କହିଥିଲେ :