କଦାଚିତ ନଥିଲା କ୍ରୋଧ

Published By : Admin | September 16, 2016 | 23:53 IST

ସମସ୍ତେ ଭାବନ୍ତି ଯେ ନରେନ୍ଦ୍ର ମୋଦୀ ଜଣେ କଡାଗଣ୍ଡା କାରି କାମ ଆଦାୟ କରୁଥିବା ମୁନିବ, ଯିଏକି ତାଙ୍କ କର୍ମଚାରୀମାନଙ୍କୁ ସେମାନଙ୍କ ସାମର୍ଥ୍ୟ ମୁତାବକ କାର୍ଯ୍ୟ କରିବାକୁ ପରିଚାଳିତ କରନ୍ତି ଓ ସେମାନଙ୍କୁ ମଧ୍ୟ ସେମାନଙ୍କ ସୀମା ବାହାରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥାନ୍ତି । ତେବେ ତାଙ୍କ ଟିମ ଯେତବେଳେ ଆବଶ୍ୟକୀୟ କାର୍ଯ୍ୟ କରିବା ନେଇ ବିଫଳ ହୁଅନ୍ତି, ସେତବେଳେ ମୋଦୀ କ’ଣ କ୍ରୋଧ ପ୍ରକାଶ କରନ୍ତି? ମୋଦୀ କ’ଣ ଜଣେ କଠୋର ବ୍ୟକ୍ତି?

2012 ଅଗଷ୍ଟ 31ରେ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଲା ଯାହାକି ମୋଦୀ ଏପରି ପରିସ୍ଥିତିକୁ କିପରି ଭାବେ ସମ୍ମୁଖୀନ ହୁଅନ୍ତି ସେ ନେଇ ଏକ ଅନ୍ତଦୃଷ୍ଟି ପ୍ରଦାନ କରିବ । ଘଟଣାଟି ଥିଲା ଜଣେ ଭାରତୀୟ ରାଜନୈତିକ ନେତାଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଗୁଗଲ ହ୍ୟାଙ୍ଗଆଉଟ ହୋଇଯିବା । ମୋଦୀଙ୍କୁ ନେଇ ସାରା ବିଶ୍ୱରେ ଏତେ ପ୍ରବଳ ଭାବେ ଆଗ୍ରହ ପ୍ରକାଶ ପାଇଥିଲା ଯେ ପ୍ରସାରଣ ଆରମ୍ଭ ହେବା ମାତ୍ରେ ଗୁଗଲ ସର୍ଭର କ୍ରାସଆଉଟ ହୋଇଯାଇଥିଲା । 45 ମିନିଟ ବିଳମ୍ବରେ ୟୁଟୁବ ସିଧା ପ୍ରସାରଣ ଆରମ୍ଭ କରିପାରିଲା । ପ୍ରସାରଣ ଶେଷ ହେବା ପରେ ଗୁଗଲ ଇଣ୍ଟରନ୍ୟାସନାଲ ଟିମକୁ ଏକ ସୌଜନ୍ୟମୂଳକ ବାର୍ତ୍ତାଳାପ ପାଇଁ ମୋଦୀଙ୍କ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରାଯାଇଥିଲା । ଏହି ଟିମ ଜାଣିଥିଲା ଯେ ମୋଦୀ କାର୍ଯ୍ୟର ପୂର୍ଣ୍ଣାଙ୍ଗତାରେ ବିଶ୍ୱାସ କରନ୍ତି । ଏପରି ପରିସ୍ଥିତିରେ ଭାରତୀୟ ରାଜନୈତିକ ନେତାମାନଙ୍କର ପ୍ରତିକ୍ରିୟା ସମ୍ବନ୍ଧରେ ମଧ୍ୟ ତାଙ୍କୁ ଜଣାଥିଲା । ତେଣୁ ସେ ମୋଦୀଙ୍କଠାରୁ ଗାଳି ଆଶା କରୁଥିଲେ । ମାତ୍ର ହସ ହସ ମୁଁହରେ ମୋଦୀ ସେମାନଙ୍କ ଭବିଷ୍ୟତ ଯୋଜନା ଓ ଆଗକୁ କିପରିଭାବରେ ଏହିପରି ପରିସ୍ଥିତିର ପୁନରାବୃତ୍ତି ନହେବ ସେନେଇ କ’ଣ ବୈଷୟିକ ଅଗ୍ରଗତୀର ଆବଶ୍ୟକତା ରହିଛି ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହା ଦେଖି ଏହି ଟିମ୍ ଖୁସି ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା କେବଳ ଏକମାତ୍ର ଉପାଖ୍ୟାନ ନୁହେଁ । ମୋଦୀଙ୍କର ସ୍ୱାଭାବିକ ପ୍ରକୃତି ହେଲା ଯେକୌଣସି କଠିନ ପରିସ୍ଥିତିରେ ମଧ୍ୟ ସେ ଅବିଚଳିତ ରୁହନ୍ତି ଓ କ୍ରୋଧ ପ୍ରକାଶ କରନ୍ତି ନାହିଁ । ମୋଦୀଙ୍କ ସହ ଯିଏ ମଧ୍ୟ ଭାବର ଆଦାନ ପ୍ରଦାନ କରିଛନ୍ତି, ସେ ତାଙ୍କର ଏହି ଭଲଗୁଣକୁ ସ୍ୱୀକାର କରିଛନ୍ତି । କୌଣସି ବ୍ୟକ୍ତି ସହ ସେ କେବେହେଲେ ମଧ୍ୟ କଠୋର ବ୍ୟବହାର କରନ୍ତି ନାହିଁ । ଯଦି କୌଣସି ବ୍ୟକ୍ତି ବା ଟିମ୍ ଏକ କାର୍ଯ୍ୟ ସମ୍ପାଦନ କରିବାରେ ବିଫଳ ହେଲା, ତେବେ ସେ ଏହି ସୁଯୋଗ ଓ ଅଭିଜ୍ଞତାରୁ ଶିକ୍ଷାଲାଭ କରିବା ସହ ପୁଙ୍ଖାନୁପୁଙ୍ଖ ଯୋଜନା ତିଆରି କରି ପରବର୍ତ୍ତୀ ସମୟରେ ଏହାର ଉପଯୋଗ କରିବା ପାଇଁ ଉପଦେଶ ଦିଅନ୍ତି । ଯେତେବେଳ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବାର ମନୋବୃତ୍ତି ରହିଛି, ସେତେବେଳ ପର୍ଯ୍ୟନ୍ତ ମୋଦୀ ଆପଣଙ୍କ ସହିତ ରହିଥିବେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet extends One-Time Special Package for DAP fertilisers to farmers

Media Coverage

Cabinet extends One-Time Special Package for DAP fertilisers to farmers
NM on the go

Nm on the go

Always be the first to hear from the PM. Get the App Now!
...
A heart-touching letter from PM Modi
December 03, 2024

For Divyang artist Diya Gosai, a moment of creativity turned into a life-changing experience. During PM Modi’s Vadodara roadshow on October 29th, she presented her sketches of him and H.E. Mr. Pedro Sánchez, the President of the Government of Spain. Both leaders stepped out to personally accept her heartfelt gift, leaving her overjoyed.

Weeks later, on November 6th, Diya received a letter from the PM praising her artwork and sharing how even H.E. Mr. Sánchez admired it. PM Modi encouraged her to pursue fine arts with dedication, expressing faith in the youth’s role in building a "Viksit Bharat." He also extended warm Diwali and New Year wishes to her family, showcasing his personal touch.

Overwhelmed with joy, Diya read the letter to her parents, who were elated that she brought such immense honour to the family. "I take pride in being a small part of our country. Thank you, Modi Ji, for giving me your love and blessings," said Diya, adding that receiving the letter from the PM deeply inspired her to take bold actions in life and empower others to do the same.

PM Modi’s gesture reflects his commitment to empowering Divyangs and recognising their contributions. From numerous initiatives like the Sugamya Bharat Abhiyan to personal connections like Diya’s, he continues to inspire and uplift, proving that every effort matters in shaping a brighter future.