ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ ନିକଟରେ ସ୍ଥାପନ କରାଯିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମ ବାର୍ଷିକୀ ୨୩ ଜାନୁୟାରୀ ୨୦୨୨ ରେ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏକ ସମୟରେ ଯେତେବେଳେ ସମଗ୍ର ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରୁଛି, ମୁଁ ଖୁସି ଯେ ଗ୍ରାନାଇଟରେ ର୍ନିମିତ ତାଙ୍କ ଭବ୍ୟ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟରେ ସ୍ଥାପିତ ହେବ । ତାଙ୍କ ପ୍ରତି ଏହା ଭାରତର ଋଣ ପରିଶୋଧର ପ୍ରତୀକ ହେବ ।
ନେତାଜୀ ବୋଷଙ୍କର ଭବ୍ୟ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ, ତାଙ୍କର ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସମାନ ସ୍ଥାନରେ ଉପସ୍ଥିତ ରହିବ । ୨୩ ଜାନୁଆରୀ, ନେତାଜୀଙ୍କ ଜନ୍ମ ବାର୍ଷିକୀ ଅବସରରେ ମୁଁ ଏହି ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବି ।”
At a time when the entire nation is marking the 125th birth anniversary of Netaji Subhas Chandra Bose, I am glad to share that his grand statue, made of granite, will be installed at India Gate. This would be a symbol of India’s indebtedness to him. pic.twitter.com/dafCbxFclK
— Narendra Modi (@narendramodi) January 21, 2022
Till the grand statue of Netaji Bose is completed, a hologram statue of his would be present at the same place. I will unveil the hologram statue on 23rd January, Netaji’s birth anniversary. pic.twitter.com/jsxFJwEkSJ
— Narendra Modi (@narendramodi) January 21, 2022