ଆପଣମାନେ ଜାଣନ୍ତି କି ରାଜନୈତିକ ଦୂନିଆକୁ ଆସିବା ପୂର୍ବରୁ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଜନତା ପାର୍ଟି (ବିଜେପି) ସଂଗଠନ ସହିତ ଅନେକ ବର୍ଷ ଧରି ସମ୍ପୃକ୍ତ ଥିଲେ । ଯେଉଁଠାରେ ତାଙ୍କର ସାଂଗଠନିକ କୁଶଳତା ଏବଂ ତୃଣମୂଳ ସ୍ତରର ଦୃଷ୍ଟିକୋଣ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପ୍ରିୟଭାଜନ କରାଇପାରିଥିଲା । 

1987 ମସିହାରେ ଶ୍ରୀ ନରେନ୍ଦ୍ର ମୋଦୀ ବିଜେପିରେ ସାମିଲ ହୋଇଥିଲେ । ସେତେବେଳେ ତାଙ୍କୁ 1987 ଅହମଦାବାଦ ନଗର ନିଗମ ନିର୍ବାଚନ ପ୍ରଚାର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତାଙ୍କର ଓଜସ୍ୱୀ ନିର୍ବାଚନୀ ପ୍ରଚାର ବିଜେପିକୁ ସେଠାରେ ବିଜୟର ମୁକୁଟ ପିନ୍ଧାଇଥିଲା ।

1990 ମସିହାରେ ଗୁଜୁରାଟ ବିଧାନସଭା ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଗଠନ କରାଯାଇଥିବା କୋର ଟିମରେ ସେ ସଦସ୍ୟ ଥିଲେ । ସେଠାରେ କଂଗ୍ରେସର ଦଶନ୍ଧି ଧରି ଚାଲିଥିବା ଶାସନକୁ ନିର୍ବାଚନ ଫଳାଫଳ ଓଲଟ ପାଲଟ କରିଦେଇଥିଲା ଏବଂ କଂଗ୍ରେସକୁ ଶାସନ ଗାଦି ଛାଡିବାକୁ ବାଧ୍ୟ କରିଥିଲା । 1980ରେ 141ଟି ଆସନ ଓ 1985ରେ 149ଟି ଆସନରେ ସଫଳତା ମିଳିଥିଲା । 33ଟି ଆସନରେ କଂଗ୍ରେସ ପରାଜିତ ହୋଇଥିବାବେଳେ ବିଜେପି 67ଟି ଆସନରେ ବିଜୟ ହାସଲ କରି ଶ୍ରୀ ଚିମନଭାଇ ପଟେଲଙ୍କ ସହିତ ମିଳିତ ସରକାର ଗଠନ କରିଥିଲା । ସ୍ୱଳ୍ପ ସମୟ ପାଇଁ ଏହି ମିଳିତ ସରକାର ଥିଲାବେଳେ ଗୁଜୁରାଟରେ ବିଜେପି ଦୁର୍ଜୟ ଶକ୍ତି ଭାବେ ନିଜର ସ୍ଥିତି ସୁଦୃଢ କରିଥିଲା ।

1995 ମସିହାରେ, ପୁନର୍ବାର ଶ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିଧାନସଭା ନିର୍ବାଚନ ପ୍ରଚାରରେ ସକ୍ରୀୟ ଭାବେ ସାମିଲ ହୋଇଥିଲେ, ସେତେବେଳେ ବିଜେପି ପ୍ରଥମ ଥର ପାଇଁ 182ଟି ଆସନରୁ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଥିଲା । ଏକ ଐତିହାସିକ ପରିଣାମ କ୍ରମେ ଦଳକୁ 121ଟି ଆସନରେ ସଫଳତା ମିଳିଥିଲା ଏବଂ ସରକାର ଗଠନ କରିଥିଲା ।

1996 ମସିହାରେ ଶ୍ରୀ ମୋଦୀଙ୍କୁ ବିଜେପିର ରାଷ୍ଟ୍ରୀୟ ସଚିବ ପଦରେ ଅବସ୍ଥାପିତ କରାଯିବାରୁ ସେ ଦିଲ୍ଲୀ ଯାଇଥିଲେ । ତାଙ୍କୁ ଉତ୍ତର ଭାରତର ପଞ୍ଜାବ, ହରିୟାନା, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର ଭଳି ପ୍ରମୁଖ ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦିଆଗଲା  । 1998 ମସିହାରେ ହିମାଚଳ ପ୍ରଦେଶରେ ବିଜେପି ବିଜୟ ହାସଲ କରି ସରକାର ଗଠନ କରିଥିଲା ବେଳେ 1996 ମସିହାରେ ହରିୟାନାରେ ମିଳିତ ସରକାର ଗଠନ କରିଥିଲା । ସେହିଭଳି 1997 ମସିହାରେ ପଞ୍ଜାବ ଏବଂ ଜାମ୍ମୁ-କାଶ୍ମୀରରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । ଦିଲ୍ଲୀରେ ନ୍ୟସ୍ତ କରାଯାଇଥିବା ଦାୟିତ୍ୱ ଯୋଗୁ ତାଙ୍କୁ ସର୍ଦ୍ଦାର ପ୍ରକାଶ ସିଂ ବାଦଲ, ବଂଶୀଲାଲ ଏବଂ ଫାରୁକ ଅବଦୁଲ୍ଲାଙ୍କ ଭଳି ଟାଣୁଆ ନେତାମାନଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ।

ଶ୍ରୀ ମୋଦୀଙ୍କୁ ମହାସଚିବ (ସଂଗଠନ) ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଏହି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପୂର୍ବରୁ ସୁନ୍ଦର ସିଂ ଭଣ୍ଡାରୀ ଏବଂ କୁଶାଭାଉ ଠାକରେଙ୍କ ଭଳି ବହୁ ପ୍ରବୀଣ ଓ ତୁଙ୍ଗ ନେତା ଅବସ୍ଥାପିତ ଥିଲେ । ମହାସଚିବ (ସଂଗଠନ) ଭାବେ 1998 ମସିହା ଏବଂ 1999 ମସିହା ଲୋକସଭା ନିର୍ବାଚନ ପ୍ରଚାରରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଦୁଇଟି ନିର୍ବାଚନରେ ବିଜେପି ଏକକ ବୃହତ ଦଳ ଭାବେ ପରିଗଣିତ ହେଲା ଏବଂ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ସରକାର ଗଠନ କରାଗଲା । 

ସଂଗଠନରେ ରହି ଶ୍ରୀ ମୋଦୀ ନୂତନ ନେତୃତ୍ୱକୁ ପ୍ରସ୍ତୁତ କରୁଥିଲେ । ଯୁବ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ନିର୍ବାଚନ ପ୍ରଚାରରେ ନୂତନ ପ୍ରଯୁକ୍ତି କୌଶଳର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱ ଦେଉଥିଲେ । ଶ୍ରୀ ମୋଦୀଙ୍କର ଏହିସବୁ କାର୍ଯ୍ୟ ଦଳକୁ ସମୃଦ୍ଧ କରି ଗଢି ତୋଳିଥିଲା । ମାତ୍ର ଦୁଇଜଣ ସାଂସଦରୁ ବିଜେପିକୁ କେନ୍ଦ୍ରରେ 1998 ରୁ 2004 ମସିହା ପର୍ଯ୍ୟନ୍ତ କ୍ଷମତାସୀନ କରାଇ ସଂପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିବାରେ ସହାୟକ ହୋଇଥିଲା ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Annual malaria cases at 2 mn in 2023, down 97% since 1947: Health ministry

Media Coverage

Annual malaria cases at 2 mn in 2023, down 97% since 1947: Health ministry
NM on the go

Nm on the go

Always be the first to hear from the PM. Get the App Now!
...
A heart-touching letter from PM Modi
December 03, 2024

For Divyang artist Diya Gosai, a moment of creativity turned into a life-changing experience. During PM Modi’s Vadodara roadshow on October 29th, she presented her sketches of him and H.E. Mr. Pedro Sánchez, the President of the Government of Spain. Both leaders stepped out to personally accept her heartfelt gift, leaving her overjoyed.

Weeks later, on November 6th, Diya received a letter from the PM praising her artwork and sharing how even H.E. Mr. Sánchez admired it. PM Modi encouraged her to pursue fine arts with dedication, expressing faith in the youth’s role in building a "Viksit Bharat." He also extended warm Diwali and New Year wishes to her family, showcasing his personal touch.

Overwhelmed with joy, Diya read the letter to her parents, who were elated that she brought such immense honour to the family. "I take pride in being a small part of our country. Thank you, Modi Ji, for giving me your love and blessings," said Diya, adding that receiving the letter from the PM deeply inspired her to take bold actions in life and empower others to do the same.

PM Modi’s gesture reflects his commitment to empowering Divyangs and recognising their contributions. From numerous initiatives like the Sugamya Bharat Abhiyan to personal connections like Diya’s, he continues to inspire and uplift, proving that every effort matters in shaping a brighter future.